ଦେଖନ୍ତୁ Shocking ଭିଡ଼ିଓ ରିସେପସନ୍ ଦିନ ଚାଲିଗଲା ବରର ଜୀବନ, ନୂଆ ବୋହୂ କାନ୍ଦି କାନ୍ଦି ବେହୋସ୍ , ପରିବାର ଓ ଗାଁ ଲୋକ ସ୍ତବ୍ଧ

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ । କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ।


ତେବେ ଠିକ୍ ସେହିପରି ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣମାନେ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ। ତେବେ କିଏ କଣ ଜାଣିଥାଏ ତା ଜୀବନରେ ମୃତ୍ୟୁ କେତେବେଳେ ଆସିବ। ତେବେ ଘଟଣାଟି ଥିଲା କିଛି ଅଲଗା ପ୍ରକାରର।

ତେବେ ନବ ଦମ୍ପତ୍ତିଙ୍କ ବାହାଘରର ତିନି ଦିନରେ ଚାଲିଗଲା ସ୍ୱାମୀଙ୍କ ଜୀବନ। । ଆଜି ଥିଲା ଚତୁର୍ଥୀ, ସେମାନଙ୍କ ପାଇଁ ଥିଲା ସବୁଠାରୁ ଖୁସିର ଦିନ। କିନ୍ତୁ ଏହା ପୂର୍ବରୁ ସବୁକିଛି ଏପଟସେପଟ ହୋଇ ଯାଇଥିଲା। ଚତୁର୍ଥୀ ଦିନ ଚାଲି ଯାଇଥିଲା ସ୍ୱାମୀର ଜୀବନ।

ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଡୁଙ୍ଗୁରା ପଞ୍ଚାୟତ ଖଡ଼ୁପାହି ଗାଁ ର। ଦିନେ ପୂର୍ବରୁ ହିଁ ଦୁଇ ପରିବାରର ସହମତି କ୍ରମେ ବିବାହ ହୋଇଥିଲା। ଏ ଯାଏଁ କିଛି ବିବାହର କର୍ମ ସରିନି ହେଲେ ସରି ଯାଇଥିଲା ସବୁ ସୁଖ।

 

ଚାନ୍ଦିନୀ ଙ୍କୁ ବିବାହ କରି ଘରକୁ ଆଣିଥିଲେ ଅଜୟ ଭଞ୍ଜ। ବିବାହର ହସ ଖୁସି ଭିତରେ କେହି ଭାବି ନଥିଲେ ଏମିତି କିଛି ଘଟିବ। ଆଉ ଯାହା ପାଇଁ ଖୁସି ସିଏ ଆଖି ବୁଜି ଦେବ। ସକାଳୁ ସକାଳୁ ଏକ ଦୁଃଖଦ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଅଜୟଙ୍କ ଘର ନିକଟସ୍ଥ ପୋଖରୀରୁ ଅଜୟଙ୍କ ମୃତ ଦେହ ଦେଖିବା ପରେ ଚାନ୍ଦ ରେ କଳଙ୍କ ଲାଗିବା ଭଳି ଚାନ୍ଦିନୀ ଙ୍କ ଜୀବନରେ ମୋଡ଼ ପରିବର୍ତ୍ତନ ହୋଇ ଯାଇଥିଲା।

ତେବେ ଆଜି ରିସେପସନ୍ ଭୋଜି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ଏଭଳି ଏକ ଘଟଣା ଘଟିଯାଇଛି। ଅଜୟ ଥିଲେ ଘରର ଜଣେ ରୋଜଗାରିଆ ପୁଅ। ଭୋରରୁ ଶୌଚାଳୟ ଯାଇଥିଲେ ଅଜୟ। ରୋଷେୟା ଡାକିବାରୁ ଅଜୟଙ୍କୁ ଖୋଜୁଥିଲେ ସମସ୍ତେ। ଆଉ ଅଜୟଙ୍କୁ ପୋଖରୀରୁ ପାଇବା ପରେ ସଙ୍ଗେ ସଙ୍ଗେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ଅଜୟଙ୍କ ମୃତ୍ୟୁ ହୋଇ ସାରିଥିଲା। ତେବେ ଅଜୟଙ୍କ ମୃତ୍ୟୁ କିଭଳି ଘଟିଲା, କେମିତି ଘଟିଲା ତାହା ଏବେ ବଡ଼ ପ୍ରଶ୍ନ। ଏବେ ଶବ ବ୍ୟବଚ୍ଛେଦ ପରେ ପୋଲିସର ତଦନ୍ତ ପରେ ମୃତ୍ୟୁ ରହସ୍ୟର ପରଦା ହଟିବ।

Leave A Reply

Your email address will not be published.