ଦେଖନ୍ତୁ EXCLUSIVE ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି ! ମନେ ପକାଇଲେ ପୁରୁଣା ଦିନର ସେହି କଥା….

ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ପରେ ପ୍ରାୟ ସମସ୍ତେ ଭାଙ୍ଗି ପଡ଼ିଛନ୍ତି ଯାହାକି ଆପଣ ସୋସିଆଲ ମିଡ଼ିଆ ରେ ନିହାତି ଦେଖିବା ପାଇଁ ପାଉ ଥିବେ | ଠିକ ସେହିଭଳି ଭାବରେ ଓଲିଓଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ ପରେ ଏକ ଭିଡ଼ିଓ ମାଧ୍ୟମ ରେ ସାମ୍ନା କୁ ଆସିଛନ୍ତି ଆଉ ପିଣ୍ଟୁ ନନ୍ଦ ଙ୍କୁ ନେଇ ସେଦିନ ର କିଛି ସ୍ମୁତି ର କଥା କହିଛନ୍ତି |

ସେ ପିଣ୍ଟୁ ନନ୍ଦ ଙ୍କ ସହ ବିତାଇ ଥିବା କିଛି ଘଟଣା କୁ ମନେ ପକାଇଛନ୍ତି ଯେଉଁଥିରେ କି ଅନୁଭବ ମହାନ୍ତି ଓ ପିଣ୍ଟୁ ନନ୍ଦ ଏକା ସହିତ ମିଶି ଚଳଚ୍ଚିତ୍ର କରୁ ଥିଲେ | ଅନୁଭବ ମହାନ୍ତି ଙ୍କ କହିବା ଅନୁଯାଇ ପିଣ୍ଟୁ ନନ୍ଦ ଙ୍କୁ ସେ ଯାଇ ହସ୍ପିଟାଲ ରେ ଦେଖା କରି ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ |

 

ସେ ସେତେବେଳେ ଷ୍ଟେବୁଲ ଥିଲେ ଏବଂ ସେତେ ବେଳେ ସେ ସୁସ୍ଥ ହୋଇ ହୋଇ ଆସୁ ଥିଲେ ଏବଂ ତାଙ୍କୁ ଅଧିକ ରୁ ଅଧିକ ସୁସ୍ଥ କରିବା ପାଇଁ ଯକୃତ ପ୍ରତିରୋପଣ କରିବା ପାଇଁ ବାହାରକୁ ନିଆଯିବ ବୋଲି କୁହା ଯାଇଥିଲା | ଅନୁଭବ ମହାନ୍ତି ଏହା ମଧ୍ୟ କହି ଥିଲେ କି ମୋ ତରଫରୁ ଯେତିକି ସହଯୋଗ ହୋଇ ପାରିବ ମୁଁ ମଧ୍ୟ ସେତିକି ସହଯୋଗ ର ହାତ ବଢ଼ାଇ ଥିଲି ଏବଂ ଆମେ ସମସ୍ତେ ଚାହୁଁ ଥିଲୁ କି ପିଣ୍ଟୁ ଭାଇ ଖୁବ ଜଲଦି ଭଲ ହୋଇ ଯାଆନ୍ତୁ ଏହା ସହିତ ସେ ସୁସ୍ଥ ହୋଇ ଖୁବ ଶୀଘ୍ର ଚଳଚ୍ଚିତ୍ର ଜଗତ କୁ ଫେରି ଆସନ୍ତୁ |

ଏପରି କି ଆଉ ଏକ ଚଳଚ୍ଚିତ୍ର ସେ କରି ଥାଆନ୍ତେ ଯାହାକୁ ନେଇ ସେ ବହୁତ ଖୁସି ଥିଲେ ଏବଂ କହି ଥିଲେ କି ସୁସ୍ଥ ହୋଇ ଫେରିଲେ ମୁଁ ନିଶ୍ଚୟ ଅଭିନୟ କରିବି | କିନ୍ତୁ ସବୁଠାରୁ ଦୁଃଖର ବିଡମ୍ବନା ବିଷୟ କି ପିଣ୍ଟୁ ନନ୍ଦ ଆଉ ଆମ ଗହଣ ରେ ନାହାଁନ୍ତି | ମଣିଷ କୁ କେତେ ବେଳେ କେଁଉ ପରିସ୍ଥିତି ରେ ଉପାର୍ଜନ କରିବାକୁ ପଡ଼େ ତାହା ହିଁ କେବଳ ଭଗବାନ ହିଁ କରି ପାରିବେ | ତେବେ ପିଣ୍ଟୁ ନନ୍ଦ ଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଅନୁଭବ ସମସ୍ତ ଙ୍କୁ ଅପିଲ କରିଛନ୍ତି |

ଅନୁଭବ ମହାନ୍ତି ଏକଥା ମଧ୍ୟ କହିଛନ୍ତି କି ପିଣ୍ଟୁ ନନ୍ଦ ଜଣେ ଭଲ ମଣିଷ ଥିଲେ ଏବଂ ସେ ଆଲକୋହ୍ଲ ନେଉ ଥିଲେ କି ନାହିଁ ତା ବିଷୟରେ ତ ମୁଁ ଜାଣି ନାହିଁ କିନ୍ତୁ ପିଣ୍ଟୁ ଭାଇ ଜଣେ ଭଲ ହୃଦୟ ର ମଣିଷ ଥିଲେ ଏବଂ ସମସ୍ତ ଙ୍କୁ ଭଲ ପାଇବା ଦେଇ ସମସ୍ତଙ୍କ ସହ ସମ୍ମାନ ର ସହିତ କଥା ହେଉଥିଲେ | ତେବେ ପିଣ୍ଟୁ ନନ୍ଦଙ୍କର ଅମର ଆତ୍ମାକୁ ଶାନ୍ତି ପାଇଁ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାର କୁ ସବଳ ଦିଅନ୍ତୁ ବୋଲି ଅନୁଭବ ପ୍ରାର୍ଥନା କରିଛନ୍ତି |

Leave A Reply

Your email address will not be published.