ସମସ୍ତ ଚର୍ମ ( Skin ) ରୋଗର ଘରୋଇ ଚିକିତ୍ସା ଜାଣନ୍ତୁ ? Dr. Bhargavi

ଆପଣମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ। ଆଉ ଯେଉଁ ସମସ୍ୟା ଗୁଡ଼ିକୁ ନେଇ ଆମେ ସବୁବେଳେ ଚିନ୍ତାରେ ମଧ୍ୟ ରହିଥାଉ। ସେହି ସମସ୍ୟା ମଧ୍ୟରୁ ଚର୍ମ ରୋଗ ଏକ ସମସ୍ୟା ଅଟେ। ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ଆମର ଖାଦ୍ୟପେୟ ର ଅସାବଧାନତା ଓ ପ୍ରଦୂଷିତ ବାୟୁ ଯୋଗୁଁ ଏହି ଚର୍ମ ସମସ୍ୟା ଦେଖା ଦେଇଥାଏ।

ଆଉ ବିଶେଷକରି ବର୍ତ୍ତମାନ ସମୟରେ ଲୋକମାନେ ବହୁଳ ମାତ୍ରାରେ କେମିକାଲ ଯୁକ୍ତ ଦ୍ରବ୍ୟ ବ୍ୟବହାର ଯୋଗୁଁ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଚର୍ମ ରୋଗର ଲକ୍ଷଣ ଏବଂ ତାର ଦୂରୀକରଣ କରିବା ପାଇଁ ଘରୋଇ ଉପଚାର ବିଷୟରେ।

ଚର୍ମ ରୋଗ ର କେତେକ ଲକ୍ଷଣ –

 

କୁହାଯାଏ କି ଆମର ଚର୍ମ ରେ କୁଣ୍ଡେଇ ହୋଇ କିଛି ବାହାରି ଗଲେ ଆମେ ଜାଣିଥାଉ କି ଆମର ସ୍କିନ ଡିଜିଜ ଭଳି କିଛି ସମସ୍ୟା ଦେଖା ଯାଉଛି ।ତାହା ସହିତ ଆମର ସେହି କୁଣ୍ଡେଇବା ଜାଗାରେ ପାଣି ଭଳି ମଧ୍ୟ କିଛି ବାହାରି ଥାଏ ।ତେବେ ବେଳେ ବେଳେ ଗୁପ୍ତଙ୍ଗରେ ମଧ୍ୟ ସେମିତି କିଛି ବାହାରି ଥାଏ କୁଣ୍ଡେଇ ହୋଇଥାଏ ଓ ଏସବୁ ଲକ୍ଷଣ ପ୍ରକାଶ ପାଇଲେ ଆପଣ ଏଲୋପାତି ମେଡ଼ିସିନ୍ କୁ ବ୍ୟବହାର କରିଥାଉ ତେବେ ତାହା ଆମ ସ୍କିନ ପାଇଁ ଭଲ ହୋଇ ନଥାଏ ।

ଚର୍ମ ରୋଗକୁ ଭଲ କରିବାର ଘରୋଇ ଉପଚାର –

 

୧- ଆପଣ ମାନେ ଚର୍ମ ରୋଗ ଭଲ କରିବା ପାଇଁ ପିଲା ଜନ୍ମ ହୋଇ ନଥିବା ଗାଈ ପାଖରୁ ଗୋମୁତ୍ର ଭର୍ତ୍ତି କରି ଗୋଟିଏ ସଫା କାଚ ବୋତଲରେ ଆଣନ୍ତୁ ଆଉ ତାହା କୁ ବ୍ୟବହାର କରନ୍ତୁ ।

୨-ତେବେ କୁହାଯାଏ କି କିଛି ଲୋକଙ୍କର ଝାଡା କ୍ଲିୟର ନ ହେବା ଫଳରେ ମଧ୍ୟ ଚର୍ମ ଜନିତ ସମସ୍ୟା ଦେଖା ଯାଇଥାଏ ।ତେଣୁ ଆପଣ ମାନେ ପ୍ରତିଦିନ ସକାଳେ ଉଠିଲେ ଗୋଟିଏ ଲିଟର ପାଣି ପିଅନ୍ତୁ ବା ତାହା ନ ହେଲେ ଅଧା ଲିଟର ପାଣି କୁ ଉଷୁମ କରି ସେବନ କରିଲେ ଏହି ଭଳି ଝାଡା ସମସ୍ୟା ଦୁରେଇ ଯାଏ । ଯାହା ଫଳରେ ଚର୍ମ ସମସ୍ୟା ମଧ୍ୟ ଦୂରେଇଯିବ 75 ପ୍ରତିଶତ ।

୩-ଏହାଛଡ଼ା ଗୋମୂତ୍ର କୁ ନେଇକି ଆପଣଙ୍କର ଯେଉଁ ସ୍ଥାନରେ ଇନ୍ଫେକ୍ସନ ହୋଇଛି ସେହି ସ୍ଥାନରେ ଲଗାନ୍ତୁ । ଆଉ ଗୋଟିଏ ଘଣ୍ଟା ରଖିବା ପରେ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଯାହା ଫଳରେ ଚର୍ମ ଜନିତ ସମସ୍ୟା ଦୁରେଇ ଯିବ ବୋଲି କୁହାଯାଉଛି ।

Leave A Reply

Your email address will not be published.