ଓଡ଼ିଶାର No-1 youtuber ରୂପା ପିଣ୍ଟୁଙ୍କୁ ଲାଗିଲା ବଡ ଝ଼ଟକା ! କାଲି ଖବର, ଆଜି ଚାପ, ସକାଳୁ ସକାଳୁ ସବୁ ଭିଡ଼ିଓ Delete… Rupa Pintu
ଲୋକେ ଏବେ କହୁଛନ୍ତି ରୂପା ପିଣ୍ଟୁ ବଦଳି ଗଲେଣି ତାଙ୍କ ଆଚାର ବ୍ୟବହାର, ଚାଲି ଚଳଣ, ଆବ ଭାବ ସବୁକିଛି ପରିବର୍ତ୍ତନ ହୋଇ ଯାଇଛି | ଏମିତି କି କୁଆଡେ ତାଙ୍କ ସାଙ୍ଗରେ ରହୁ ଥିବା ପିଲା ମାନଙ୍କୁ ସେ କେତେ ବେଳେ ଡ୍ରାଇଭର ତ ଆଉ କେତେ ବେଳେ କ୍ୟାମେରା ମ୍ୟାନ ବୋଲି କହୁଛନ୍ତି | କେତେ ବେଳେ ଗୁପଚୁପ ଵାଲା ଙ୍କୁ ତାଙ୍କ ଓଉକାତ ଦେଖାଉଛନ୍ତି, ଏମିତି କି ତାଙ୍କ ଭଉଣୀ ସୁନା ସହିତ ମଧ୍ୟ ତାଙ୍କର ପଡ଼ୁ ନାହିଁ | ଆଉ ଏହାକୁ ନେଇ ସେତେବେଳେ ଖବର ସୃଷ୍ଟି ହେଲା ଯେତେବେଳେ ରୂପା ପିଣ୍ଟୁ ପବ୍ଲିକ ଭ୍ୟୁର ପାଲଟି ଯାଇଛନ୍ତି |
ଯେତେବେଳେ ରୂପା ପିଣ୍ଟୁ ଙ୍କୁ ଶହ ଲୋକ ପସନ୍ଦ କରୁଛନ୍ତି ଯେତେବେଳେ ରୂପା ପିଣ୍ଟୁ ଙ୍କର ଏକ ଭିଡ଼ିଓ ଉପଲୋଡ ହେବା ପରେ ମାତ୍ର ଘଣ୍ଟେ ରେ ଦଶ ଲକ୍ଷ ରୁ ଅଧିକ ଲୋକ ଦେଖୁଛନ୍ତି ଠିକ ସେତିକି ବେଳେ ରୂପା ପିଣ୍ଟୁ ହେଉଛନ୍ତି ସେଲିବ୍ରେଟି |
ଆଉ ଜଣେ ସେଲିବ୍ରେଟି କ୍ୟାମେରା ଆଗରେ ଆସି ତାଙ୍କ ବନ୍ଧୁ ହାପି ଆଉ ଭଉଣୀ ସୁନା ଙ୍କୁ ଯାହା ସବୁ କହିଲେ ତାକୁ ସହଜ ରେ ପ୍ରଶଂସକ ମାନେ ଗ୍ରହଣ କରି ପାରିଲେ ନାହିଁ | କେବଳ ଦର୍ଶକ କମେଣ୍ଟ କରି ନଥିଲେ ବରଂ ହାପି ଆଉ ସୁନା ମଧ୍ୟ କାଉଣ୍ଟର ଆଟାକ କରି ଥିଲେ ଯାହାକୁ ବର୍ତ୍ତମାନ ଡିଲିଟ କରି ଦିଆ ଯାଇଛି |
ତେବେ ଏଠାରେ କହି ରଖିବା ପାଇଁ ଚାହିଁବୁ କି ବିବାଦ ରୂପା, ପିଣ୍ଟୁ, ହାପି ଆଉ ତାଙ୍କ ଭଉଣୀ ସୁନା ଙ୍କୁ ନେଇକି ହୋଇଛି | ଆଉ ସବୁଠାରୁ ବଡ଼ କଥା ହେଉଛି ଏମାନଙ୍କ ସମସ୍ତେଙ୍କର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ରହିଛି ଆଉ ହାପି ଙ୍କର ୟୁଟ୍ୟୁବ ଚ୍ୟାନେଲ ହେଉଛି ଅଲୱେଜ ହାପି ଲାଇଫ ଯାହାକି ଏବେ ଏବେ ଖୋଲା ହୋଇଛି | ପିଣ୍ଟୁ ଙ୍କ ସାନ ଭଉଣୀ ଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ ହେଉଛି ଅରୁଣ ସୁନା ଏକ୍ସପ୍ରେସ ଆଉ ପିଣ୍ଟୁ ଙ୍କ ବଡ଼ ଭଉଣୀ ଙ୍କର ମଧ୍ୟ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ନାଁ ହେଉଛି ଧନ ଏକ୍ସପ୍ରେସ |
ଆର ବର୍ଷ ହୋଲି ରେ ପିଣ୍ଟୁ ଙ୍କର ବଡ଼ ଭଉଣୀ ଶେଷ ଭିଡ଼ିଓ ପକାଉ ଥିଲେ ଆଉ ତାଙ୍କ ସାନ ଭଉଣୀ ଏକ ଭିଡ଼ିଓ କାନ୍ଦି କାନ୍ଦି କହି ଥିଲେ ଯାହାକି ସେ ଭିଡ଼ିଓ ଏବେ ଡିଲିଟ ହୋଇ ସାରିଲାଣି | ଆଉ ଯେଉଁ ହାପି ପିଣ୍ଟୁ ଙ୍କ ପାଖରେ କାମ କରୁଥିଲା ସେ ମଧ୍ୟ ପିଣ୍ଟୁ ଙ୍କୁ କଡ଼ା ଜବାବ ଦେଇଥିଲା ଯାହାକି ହାପି ତା ସୋସିଆଲ ସାଇଡ ରୁ ଡିଲିଟ କରି ସାରିଲାଣି |
ଆଉ ସବୁଠୁ ବଡ଼ କଥା ହେଉଛି ଯେଉଁ ଭିଡ଼ିଓ ହାପି ଓ ସୁନା ଙ୍କୁ ନେଇ ପିଣ୍ଟୁ କରି ଥିଲେ ତାକୁ ମଧ୍ୟ ଡିଲିଟ କରି ସାରିଲେଣି | ଆଉ ଏହାକୁ ଦେଖି ଏବେ ପ୍ରଶଂସକ କହୁଛନ୍ତି କି ପିଣ୍ଟୁ ଚାହୁଁ ନାହାଁନ୍ତି କି ହାପି ଆଉ ତାଙ୍କ ଭଉଣୀ କେହି ଆକାଉଣ୍ଟ ଖୋଲନ୍ତୁ କି ପଇସା କମାନ୍ତୁ | ଆଉ ଏହି ସବୁ ଭିଡ଼ିଓ ଡିଲିଟ ପରେ ଲାଗୁଛି କି ପରସ୍ପର ଙ୍କ ଭିତରେ କିଛି ବୁଝାମଣା ହୋଇ ଯାଇଛି |