ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଆଉ ସେଥିରୁ ଅନେକ ଯୋଡ଼ି ମଧ୍ୟ ଏଭଳି ଅଛନ୍ତି ଯେଉଁ ମାନଙ୍କୁ ଦର୍ଶକ ଖୁବ ଭଲ ପାଇବା ଦେଇ ଥାଆନ୍ତି | ତେବେ ସେଭଳି ଏକ ଯୋଡ଼ି ହେଉଛନ୍ତି ସୁଭାଶିଷ ଓ ଅନିଶା ଯିଏ କି ପ୍ରଥମେ ସିରିଏଲ ରେ ମିଶି କାମ କରୁ ଥିଲେ ଆଉ ସେହି ଅଭିନୟ ରୁ ହିଁ ଦୁହିଁଙ୍କର ପ୍ରେମ ହୋଇ ଥିଲା | ଆଉ ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ, ଏହି ଯୋଡ଼ି ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେଭଳି ସୁନ୍ଦର ଭାବେ ଦର୍ଶକ ଙ୍କ ମନକୁ ଛୁଇଁ ଯାଇଥାଏ |
ତେବେ ତାଙ୍କର ଏକ ସୁନ୍ଦର କୁନି ଝିଅ ଟିଏ ମଧ୍ୟ ରହିଛି ଯାହାକୁ ନେଇ ସେମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି | ଆଉ ବର୍ତ୍ତମାନ ସମୟରେ ପୁଣି ଏକ ନିଜ ଝିଅ କୁ ନେଇ ଭିଡ଼ିଓ ଉପଲୋଡ କରିଛନ୍ତି ଯାହାକି ବେସ ସୁନ୍ଦର ରହିଛି |
ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଅନିଶା ତାଙ୍କ କୁନି ଝିଅ ଙ୍କୁ ଏକ ବୋହୂ ରୂପରେ ସଜେଇ ଦେଇଛନ୍ତି, ଶାଢ଼ୀ ପିନ୍ଧାଇ ତାଙ୍କ ମଥାରେ ସିନ୍ଦୂର ଲଗାଇ ଠିକ ଯେମିତି ଏକ ଗୃହିଣୀ ର ବେଶ ରେ ସଜାଇ ଦେଇଛନ୍ତି |
ଏହାପରେ ତାଙ୍କ କୁନି ଝିଅ ସେହି ବୋହୂ ବେଶ ରେ ସକାଳୁ ସକାଳୁ ପୂଜା କରି ଚଉଁରା ରେ ପାଣି ଢାଳୁଛନ୍ତି ଆଉ ପୂଜା ସାରିବା ପରେ ଘରର କାମ ମଧ୍ୟ କରୁଛନ୍ତି ଅର୍ଥାତ ଡ୍ରେସ ଧୋଇବାର ମଧ୍ୟ ଦେଖିବା ପାଇଁ ମିଳିଛି | ଏହାପରେ ପୁଣି ସେ ରୋଷେଇ କାମରେ ଲାଗି ପଡ଼ୁଛନ୍ତି ଆଉ ଶେଷରେ ବହି ଖୋଲି ପାଠ ମଧ୍ୟ ପଢିବାକୁ ଲାଗୁଛନ୍ତି | ତେବେ ଅନିଶା ଙ୍କର ଏଭଳି ଚୁଲବୁଲି କାମ ଦେଖିଲେ ଆପଣ ମଧ୍ୟ ଆଖି ଫେରାଇ ନେଇ ପାରିବେ ନାହିଁ |
ଏହାପରେ ତାଙ୍କ କୁନି ଝିଅ ଙ୍କ ସହିତ ବାପା ସୁଭାଶିଷ ଙ୍କର ମଧ୍ୟ କିଛି ସୁନ୍ଦର ସୁନ୍ଦର ଫଟୋ ଓ ଭିଡ଼ିଓ ଦେଖିବା ପାଇଁ ମିଳିଛି | ଯେଉଁଥିରେ କି ସୁଭାଶିଷ ଏକ ଭିଡ଼ିଓ ରେ ତାଙ୍କ ଝିଅ ସହିତ ନାଚୁ ଥିବାର ନଜର ରେ ଆସିଛନ୍ତି | କିନ୍ତୁ ସବୁଠୁ ନିଆଁରା ଦୃଶ୍ୟ ହେଉଛି ତାଙ୍କ କୁନି ଝିଅ ଯେପରି ଭାବରେ ଘର କାମ ସବୁ କରୁଛନ୍ତି ତାହା ଖୁବ ମଜାଦାର ମଧ୍ୟ ରହି ଥିଲା |
ଏହି ଭିଡ଼ିଓ ଟିକୁ ଅନିଶା ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥିଲେ ଯାହାକି ଏବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଯିଏ ବି ଦେଖୁଛି ସେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେବା ସହିତ ପ୍ରଶଂସା ମଧ୍ୟ କରୁଛି କାରଣ ଏହି ଭିଡ଼ିଓ ରୁ ହିଁ ସମସ୍ତେ ଶିକ୍ଷା ପାଇ ପାରିବେ କି ଗୋଟେ ନାରୀ ଯେ କେତେ କଣ କରି ପାରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।