ସମସ୍ତ ବାର ମଧ୍ୟରୁ ଗୁରୁବାର ଦିନ କୁ ସମସ୍ତେ ଭଲ ବାର ବୋଲି କହିଥାନ୍ତି। କାରଣ ଲୋକମାନେ କହିଥାନ୍ତି କି, ଏହି ବାର ଦିନ ଯାହା ବି କରିବ ତାହା ଶୁଭ ହୋଇଥାଏ। ଗୁରୁବାର ର ସବୁ ଦେବତା ଦେବଗୁରୁ ବୃହସ୍ପତି ମନାଯାଇଛି। ଗୁରୁବାର ଦିନ ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ହୋଇଥାଏ ସେମାନଙ୍କ ଉପରେ ବୃହସ୍ପତି ଗ୍ରହ ର ପ୍ରଭାବ ପଡ଼ିଥାଏ। ତେବେ ଜାଣିବା ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବା ଲୋକ ମାନଙ୍କର ସ୍ୱଭାବ ଓ ଲକି ନମ୍ବର ,ଲକି କଲର ଓ ଲକି ଡେ ବିଷୟରେ।
୧- ସ୍ୱଭାବ
ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଲକି ନମ୍ବର ୪ ,ଲକି କଲର ହଳଦିଆ ଓ ଲକି ଡେ ହେଉଛି ମଙ୍ଗଳବାର ଓ ଗୁରୁବାର। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିଜୀବୀ ଏବଂ ସାହାସୀ ହୋଇଥାଏ। ଏମାନେ କୌଣସି ବି ସମସ୍ୟା ର ସମାଧାନ ସାହାସର ସହିତ କରି ଦିଅନ୍ତି।
ଏହି ଦିନ ଜନ୍ମ ହୋଇଥିବା ଲୋକ ବହୁତ ପ୍ରଭାବିତ ହୋଇଯାନ୍ତି। କାରଣ ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ। ଏମାନଙ୍କ ଭଲ ବ୍ୟବହାର ଯୋଗୁଁ ହିଁ ଏମାନଙ୍କ ସାଙ୍ଗ ବହୁତ ଭଲ ଏବଂ ଏମାନଙ୍କ ପ୍ରତି ସମର୍ପିତ ହୋଇଥାନ୍ତି।
୨- ଦେଖିବାକୁ କିପରି
ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ଗୋରା, ଲମ୍ବା ଓ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି। ପ୍ରାୟତଃ ହିଁ ଏମାନେ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଯାନ୍ତି। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଉତ୍ସାହ ର ସହିତ ବିତେଇଥାନ୍ତି। ଏମାନେ ପାଷ୍ଟ ଫ୍ୟୁଚର କଥା ଛାଡ଼ି ପ୍ରେଜେଣ୍ଟ ର କଥା ଚିନ୍ତା କରିଥାନ୍ତି। ଏମାନେ ବହୁତ ଖୁସି ରେ ରହିବା ଲୋକ ହୋଇଥାନ୍ତି।
୩- ଈଶ୍ୱର ଭକ୍ତି
ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବା ମହିଳା ମାନେ ଈଶ୍ବରଙ୍କ ପ୍ରତି ଆସ୍ଥାବାନ ହୋଇଥାନ୍ତି। ଏମାନେ ବହୁତ ପୂଜା ପାଠ କରିଥାନ୍ତି। ଧାର୍ମିକ ପ୍ରବୃତ୍ତି ର ହେବା କାରଣରୁ ଏମାନେ କେବେବି କାହାର ଖରାପ ଚାହାନ୍ତି ନାହିଁ। ଏମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଗୁରୁବାର ରେ ଜନ୍ମ ନେଇଥିବା ବ୍ୟକ୍ତି ଧନୀ ସବୁ ରୁପରେ ସକ୍ଷମ ଏବଂ ଭଲ ଭବିଷ୍ୟ ସାଥୀରେ ନେଇ ଚାଲିବା ଲୋକ ହୋଇଥାନ୍ତି।
୪- ରୋଗ
ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି କୁ ଲିଭର, ଶାରୀରିକ ଦୁର୍ବଳତା ,ହାର୍ଟରୋଗ, ମୋଟାପା ଆଦି ଏହି ସବୁ ରୋଗର ସାମ୍ନା କରିବାକୁ ପଡ଼ିପାରେ।
୫- କ୍ୟାରିୟର
ଗୁରୁବାର ଦିନ ଜନ୍ମଗ୍ରହଣ କରିଥିବା ଲୋକ ବହୁତ ବୁଦ୍ଧିଜୀବୀ ହୋଇଥାନ୍ତି। ସେଥିପାଇଁ ଏମାନେ ନିଜର ରୋଜଗାର କ୍ଷେତ୍ରରେ ଜଲ୍ଦି ହିଁ ସଫଳତା ପ୍ରାପ୍ତ କରିଦିଅନ୍ତି। ଏମାନେ ଧାର୍ମିକ, ନେତା, ଧର୍ମ ଗୁରୁ ,ରାଜନୀତିଜ୍ଞ, ପତ୍ରକାର, ଲେଖକ, କ୍ଲର୍କ ଆଦି ରେ ଜଲ୍ଦି ସଫଳତା ହାସଲ ମିଳିଥାଏ। ତେଣୁ ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।