ତେବେ ଆଜିକାଲି ର ଯୁଗ ହେଉଛି ଟେକନୋଲୋଜି ଯୁଗ ଯାହାକି ସବୁ ଘଟଣା ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଜାଣି ପାରି ଥାଉ | ତେବେ ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଧରୁଛନ୍ତି ଆଉ ସୋସିଆଲ ମିଡ଼ିଆ ସହିତ ଯୋଡ଼ି ରହୁଛନ୍ତି | ତେବେ ଆଜିର ସମାଜ ମଧ୍ୟ ଏତେ କଳୁଷିତ ହୋଇ ଗଲାଣି ଯେ ଯାହାକୁ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ | ଆଜିର ପିଲା ମାନେ ମୋବାଇଲ କୁ ଆଉ କିଛି ମୁହୂର୍ତ୍ତ ପାଇଁ ମଧ୍ୟ ଛାଡ଼ି ପାରୁ ନାହାଁନ୍ତି, ସେମାନେ ଦିନେ ନ ଖାଇକି ରହି ଯିବେ ପଛେ କିନ୍ତୁ ମୋବାଇଲ କୁ ଛାଡ଼ି ରହି ପାରିବେ ନାହିଁ |
ଏହି ପିଲା ମାନଙ୍କୁ ଏମିତି ମୋବାଇଲ ନିଶା ଘାରିଛି କି ସେମାନେ ତାଙ୍କ ବାପା, ମା, ଗୁରୁଜନ କାହାକୁ ବି ଆଉ ମାନୁ ନାହାଁନ୍ତି | ସେମାନେ ମୋବାଇଲ ପାଇଁ ଏମିତି କାମ କରି ଦେଉଛନ୍ତି ଯାହାକି ଆପଣ ଭାବି ମଧ୍ୟ ପାରିବେ ନାହିଁ | ତେବେ ଏହି ମୋବାଇଲ କୁ ନେଇ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ, ତେବେ ଆସନ୍ତୁ ଜାଣିବା ପୁରା ଘଟଣା ଟି କଣ ହୋଇଛି |
ତେବେ ଯାହା ସୂଚନା ରହିଛି କି , ଗୋଟିଏ ଛୋଟ ପିଲା ପାଖ ରୁ ବାପା ମୋବାଇଲ ଓ ଆଇପେଡ ଛଡେଇ ନେବାରୁ ପିଲା ଟି ରାଗ ରେ ଏହିପରି କିଛି କରି ଦେଇଛି ଯାହା ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେବେ | ତେବେ ସୂଚନା ଅନୁସାରେ ମୋବାଇଲ ଛଡେଇ ନେବା ରୁ ୧୭ ମହଲା ରୁ ଡେଇଁ ଥିଲା କୁନି ପୁଅ ଆଉ ତା ପରେ ଯାହା ଘଟିଲା ଏହି ଭାଇରାଲ ଭିଡ଼ିଓ ରେ ଆପଣ ଦେଖି ପାରିବେ | ଏଭଳି ଏକ ଘଟଣା ସୁଦୁର ସିଙ୍ଗାପୁର ସ୍ଥାନରେ ଘଟି ଯାଇଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଧରିଛି | ଏହି ପିଲା ଟି ଅଧିକ ସମୟ ଧରି ଫୋନ ଧରୁ ଥିବାରୁ ତାଙ୍କର ବାପା ତା ହାତରୁ ଆଇଫୋନ ମୋବାଇଲ କୁ ଛଡାଇ ନେଇ ଥିଲା |
ଫଳରେ ଏହି କୁନି ପିଲା ଟି ଖୁବ ମାତ୍ରା ରେ ରାଗି ଯାଇ ଥିଲା ଆଉ ବାପା ଙ୍କୁ ମୋବାଇଲ ଫେରାଇ ଦେବା ପାଇଁ କହିଥିଲା କିନ୍ତୁ ବାପା ମୋବାଇଲ ଦେବେ ନାହିଁ ବୋଲି ମନା କରି ଦେଇ ଥିଲେ | ଏହାପରେ ସେହି ପିଲା ଟି ମୋବାଇଲ ନ ଦେଲେ ଏହି 17 ମହଲା ଛାତରୁ ଡେଇଁ ପଡିବେ ବୋଲି ଧମକ ଡେଇଁ ଥିଲେ କିନ୍ତୁ ବାପା ପିଲାର କଥାକୁ ଏତେ ଧ୍ୟାନ ଦେଇ ନଥିଲେ ଆଉ ପିଲା ଟି ମହଲା ଉପର ଝରକା କୁ ପଳେଇ ଯାଇଥିଲା |
ଆଉ ସେହି ଭିତରେ ବାପା ଅଗ୍ନିଶମ ବାହିନୀ କୁ ଫୋନ କରି ଡକାଇ ଥିଲେ, ପରେ ପରେ ପିଲା ଟି ମଧ୍ୟ ନିଜର ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା | କିନ୍ତୁ ଭାଗ୍ୟ ଭଲ ଯେ ସେତିକି ବେଳେ ଅଗ୍ନିଶମ ବାହିନୀ ତଳେ ଗଦି ପକାଇ ଦେଇ ଥିଲେ ଆଉ ପିଲା ଟିର ଜୀଵନ ବଞ୍ଚି ଯାଇଥିଲା |