ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ସମୟ ଆଗରେ ସମସ୍ତେ ହାର ମାନି ଥାଆନ୍ତି।
ବେଳେ ବେଳେ ମୃତ୍ୟୁ ମଧ୍ୟ ଅଚାନକ ଆସି ଯାଇଥାଏ। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ସମ୍ନାକୁ ଆସିଛି। ତେବେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଏଭଳି ମୃତ୍ୟୁ ହୋଇଛି ଯାହାକି ଆଶ୍ଚର୍ଯ୍ୟ ଲାଗିବ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;
କାନ୍ଥରୁ ଲିଭିନି ବିବାହ ଚିତା ଲେଖା ହୋଇଛି ପପୁ ସହିତ ଟିକି କିନ୍ତୁ ଏପଟେ ଶୁଭୁଚି ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ । ଦାଣ୍ଡରୁ ଉଠୁଛି କୋକେଇ ତେବେ ସ୍ଵାମୀର ଶବ ପାଖରେ ସ୍ତ୍ରୀର କୋହ ଭରା ଚିତ୍କାର ଶୁଣିଲେ ଆପଣ ମାନେ ବି ନିଜ କୋହ ସମ୍ଭାଳି ପାରିବେନି । କାରଣ ସଂସାର ଗଢିବା ଆଗରୁ ଲିଭି ଯାଇଛି ସ୍ତ୍ରୀ ମଥାର ସିନ୍ଦୂର ଭାଙ୍ଗି ଯାଇଛି ହାତର ଶଙ୍ଖା ମୁଣ୍ଡ ପିଟି ବାଉଳି ଚାଉଳି ହୋଇ ନିଜ ଭାଗ୍ୟକୁ ନିନ୍ଦୁଛି ସ୍ତ୍ରୀ ।ସେପଟେ ପୁରା ପରିବାର ନିଜ ଭେଣ୍ଡିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । କାହାରି ଆଖିରୁ ଥମୁନି ଲୁହ ଅସମୟରେ ଝଡି ପଡିଛି ଭେଣ୍ଡିଆ ପୁଅ ତାଙ୍କର । ଆଉ ଏ ହେଉଛି ଶନିବାର କପ୍ତିପଦା ଥାନା ଅନ୍ତର୍ଗତ ଦୁର୍ଘଟଣା ପରର ଦୃଶ୍ୟ ।
ଆଜି ସକାଳେ ଶବ ଆସିବା ପରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ପୁରା ଶୋକରେ ବୁଡିଛି ପରିବାର । ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପାଣିଗ୍ରାହୀ । ଫେବୃୟାରି 6 ତାରିଖରେ ବାଲେଶ୍ଵର ଜିଲ୍ଲା ଅଞ୍ଚଳର ଜୟଶ୍ରୀ ମହାପାତ୍ରଙ୍କୁ ସେ ବିବାହ କରିଥିଲେ । ବିବାହକୁ ମାସେ ପୁରିବାକୁ ଆଉ ଦିନ ଟିଏ ବାକି ଥିଲା କିନ୍ତୁ ପରିବାରରେ ଘଟି ଆସିଲା ଦୁଃଖର ବାଦଲ । ସଡକ ଦୁର୍ଘଟଣାରେ ଚାଲି ଗଲା ଜଗନ୍ନାଥଙ୍କ ଜୀବନ ସବୁଦିନ ଭଳି ସେଦିନ ବି ଜଗନ୍ନାଥ ଯାଇଥିଲେ କପ୍ତିପଦା ବଜାର କାମରେ ।
କାମ ସାରି ଫେରୁ ଥିଲେ ସନ୍ଧ୍ୟାରେ ଏହି ସମୟରେ କପ୍ତିପଦା ଥାନା ନିକଟରେ ବିପରୀତ ପଟୁ ଆସୁଥିବା ଏକ ସ୍କୁଲ ବସ ଜଗନ୍ନାଥଙ୍କୁ ଧକ୍କା ଦେଇ ଥିଲା । ଏହା ପରେ ରାସ୍ତା କଡକୁ ଛିଟିକି ପଡି ଥିଲେ ଜଗନ୍ନାଥ । ତାଙ୍କୁ ଗୁରୁତ୍ଵର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ ଖବର ପ୍ରଚାର ହେବା ପରେ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଥିଲା ।ଏହି ଖବରକୁ କେହି ସହଜରେ ଗ୍ରହଣ କରିପାରିଲେ ନାହିଁ । କିଏ କହୁଥାଏ ଆହା ଇଏ କଣ ହେଇ ଗଲା ତ ଆଉ କିଏ କହୁଥାଏ ହେ ମାସେ ହୋଇନି ବାହା ହୋଇଥିଲା । ତେବେ ଏହି ଖବରକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।