Breaking News -ଏବେ ଏବେ ସିନେମା ଜଗତରୁ ଆସିଲା ବହୁତ ବଡ଼ ଦୁଖଦଃ ଖବର ! ଏହି ବରିଷ୍ଠ ଅଭିନେତାଙ୍କ ପରଲୋକ…ଦେଖନ୍ତୁ video ….
ଆଉ କନ୍ଦାଇବେ ନାହିଁ କି ଆଉ ହସାଇବେ ନାହିଁ ସତୀଶ। ଜଣାଶୁଣା ଭାରତୀୟ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଙ୍କ ଗୁରୁବାର ଦିନ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅନୁପମ ଖେର ତାଙ୍କ ଅଫିସିଆଲ ଟୁଇଟର ରେ ବନ୍ଧୁଙ୍କ ମୃତ୍ୟୁ ଖବର ବିଷୟରେ ସୂଚନା ଦେଇଛନ୍ତି। ସେ ସତୀଶ କୌଶିକ ଙ୍କ ଦେହାନ୍ତ ରେ ସମବେଦନା ଜଣାଇଛନ୍ତି। ସତୀଶ କୌଶିକ ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ନିର୍ମାତା, ହାସ୍ୟ ଅଭିନେତା ତଥା ସ୍କ୍ରିନ ଲେଖକ ଥିଲେ। ତେବେ ତାଙ୍କ ମୃତ୍ୟୁ ର କାୟଣକାରଣ ହୃଦଘାତ ବୋଲି ଅନୁମାନ କରାଯାଉଛି।
ଅନୁପମ ଖେର ତାଙ୍କ ଟୁଇଟର ଆକାଉଣ୍ଟ ରେ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି କି ଜାଣିଛି ଏହି ମୃତ୍ୟୁ ହେଉଛି ଜଗତର ଶେଷ ସତ୍ୟ। ୪୫ ବର୍ଷ ର ବନ୍ଧୁତା ଉପରେ ବିରାମ ଘଟିଛୀ। ସତୀଶ କୌଣସି ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା।
କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀ ର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଏବଂ ପୁନେ ଏଫଟିଆଇଆଇ ରେ ଅଧ୍ୟୟନ କରିଥିଲେ। ବଲିଉଡ୍ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ ଲକ୍ଷ୍ମଣ, ସାଜନ ଚେଲି ସସୁରାଲ, ସ୍ୱର୍ଗ ଆଦି ଚଳଚିତ୍ର ରେ ଅଭିନୟ କରି ସମସ୍ତ ଦର୍ଶକ ଙ୍କର ମନ ଜିଣିଥିଲେ। ସେ ଦୁଇ ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡ ଲାଭ କରିଥିଲେ।
ରୂପ କି ରାନୀ, ଚୋରନ କା ରାଜା ଚଳଚିତ୍ର ରୁ ସେ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ପ୍ରେମ ହମ ଆପକେ ଦିଲ୍ ମେଁ ରେହେତେ ହୈ, ୱାଦା, ତେରି ସନମ ଆଦି ଚଳଚିତ୍ର ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ସେ ରାଜଶ୍ରୀ ପ୍ରଡକ୍ସନ ର ବହୁ ଚର୍ଚ୍ଚିତ ଚଳଚିତ୍ର ନିର୍ମାଣ ରେ ବ୍ୟସ୍ତ ଥିଲେ। ତାଙ୍କର ବିୟୋଗରେ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି। ଆଉ ସମସ୍ତେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପାର୍ଥନା ମଧ୍ୟ କରିଛନ୍ତି।