ତେବେ ଆମ ସୃଷ୍ଟି ର କର୍ତ୍ତା ହେଉଛନ୍ତି ଭୋଳାନାଥ ଅନେକ ଲୋକ ଅଛନ୍ତି ଯେଉଁ ମାନେ ମହାଦେବ ଙ୍କ ଆରାଧନା ରେ ନିଜକୁ ହଜାଇ ଦେଇ ଥାଆନ୍ତି | ତେବେ ଯେଉଁ ଭକ୍ତ ନିଷ୍ଠା ର ସହ ମହାଦେବ ଙ୍କୁ ପୂଜା ଅର୍ଚନା କରି ଥାଏ ଭଗବାନ ଶିବ ତାର ସମସ୍ତ ମନସ୍କାମନା କୁ ପୂର୍ଣ୍ଣ କରି ଥାଆନ୍ତି | ତେବେ ମହାଦେବ ଙ୍କର ମହା ମୃତୁଞ୍ଜୟ ମନ୍ତ୍ର ମହା ମନ୍ତ୍ର ଅଟେ, ଏହି ମନ୍ତ୍ର ଦ୍ଵାରା ଆମେ ଭଗବାନ୍ ଭୋଳା ଶଙ୍କରଙ୍କ ଆରାଧନା କରିଥାଉ | ଏହାକୁ ସଂଜୀବନୀ ମନ୍ତ୍ର ମଧ୍ୟ କୁହାଯାଏ, ଏହି ମନ୍ତ୍ର ଏମିତି ସେମିତି ମନ୍ତ୍ର ନୁହେଁ ଏହା ଖୁବ୍ ପ୍ରଭାବ ଶାଳୀ ମନ୍ତ୍ର ଅଟେ |
ଏହି ମନ୍ତ୍ର କୁ ପ୍ରତି ଦିନ ପ୍ରଭାତ ରେ ବିଛଣା ରୁ ଉଠି ଆଖି ଖୋଲିବା ପରେ ପ୍ରଥମେ ତିନି ଥର ଜପ କରନ୍ତୁ | ଆପଣ ଏହି ମନ୍ତ୍ର କୁ ଉଚ୍ଚାରଣ ପୂର୍ବକ କିମ୍ବା ମୌନ ପୂର୍ବକ ଜପ କରି ପାରିବେ | ଏହାର ଉଚ୍ଚାରଣ ରେ ଉତ୍ପନ୍ନ ହେଉଥିବା ଧ୍ଵନୀ ର କମ୍ପନ ରେ ଶରୀରର ଚାରି ପାଖରେ ଦୈବୀ ଶକ୍ତି ର ସୁରକ୍ଷା କବଚ ସୃଷ୍ଟି ହୋଇଥାଏ | ଏହି ମନ୍ତ୍ର ର ନିୟମିତ ଉଚ୍ଚାରଣ କରିବା ଦ୍ୱାରା ଆମ ଜୀବନ ସରସ ସୁନ୍ଦର ସୁଖମୟ ହୋଇଥାଏ, ତେବେ ଏହି ମନ୍ତ୍ର ଟି ହେଉଛି ;
।। ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ।।
।। ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍।।
ତେବେ ଏହି ମନ୍ତ୍ର କୁ ପ୍ରତିଦିନ ତିନି ଥର ନିହାତି ଭାବରେ ଜପ କରନ୍ତୁ କାରଣ ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା କୌଣସି ଦୁର୍ଘଟଣା କେବେ ହୋଇ ନଥାଏ ଅର୍ଥାତ ଏକ ବ୍ୟକ୍ତି ର ଅକାଳ ମୃତ୍ୟୁ ହୋଇ ନଥାଏ | ଏହି ମହା
ମୃତ୍ୟଞ୍ଜୟ ଜପ କରିବା ଦ୍ୱାରା ଆମ ପାଖ ପରିବେଶ ରେ ମଧ୍ୟ ଏହା ଖୁବ ପ୍ରଭାବ ପକାଇ ଥାଏ | ତେବେ ଆମ ଚାରି ପାଖରେ ଏକ ଅଦୃଶ୍ୟ ଶକ୍ତି ଘେରି ହୋଇ ରହି ଥାଏ, ଯେକୌଣସି ଶତ୍ରୁ ର ଆକ୍ରମଣ ହେଉ କିମ୍ବା କାହାର କୁଦୃଷ୍ଟି ହେଉ ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଆମ ପାଖକୁ ଆଉ କୌଣସି ବିପଦ ଛୁଇଁ ପାରି ନଥାଏ ଯାହାକି ସେ ସବୁରୁ ଭଗବାନ ଶିବ ଆମକୁ ଦୂରେଇ ରଖି ଥାଆନ୍ତି |
ଏହି ମନ୍ତ୍ର ସମଗ୍ର ମାନବ ଜାତିର କଲ୍ୟାଣ କରିଥାଏ ମଙ୍ଗଳ କରିଥାଏ। ଆଉ ଏହି ମନ୍ତ୍ର ଭଗବାନ୍ ଭୋଳ ଶଙ୍କରଙ୍କ ଖୁବ୍ ପ୍ରିୟ ଅଟେ। ତେଣୁ ଆପଣ ଭଗବାନ୍ ଭୋଳା ଶଙ୍କରଙ୍କ କୃପା ଲାଭ କରିବା ପାଇଁ ନିୟମିତ ଭକ୍ତି ପୂର୍ବକ ଏହି ମନ୍ତ୍ର ର ଜପ କରନ୍ତୁ। ଯେଉଁ ମଣିଷ ପ୍ରତିଦିନ ଏହି ମନ୍ତ୍ର ର ଜପ କରିଥାଏ ସିଏ ପ୍ରଭାବ ଶାଳୀ ବନି ଯାଏ। ଅନ୍ୟ ମାନଙ୍କ ଆଗରେ ଯେ କୌଣସି କାର୍ଯ୍ଯ କୁ ସେ ନିର୍ଭୟର ସହିତ କରି ପାରେ। ଏହି ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କୁ ସବୁ ପ୍ରକାର ସଫଳତା ମିଳିଥାଏ। ଏହି ମନ୍ତ୍ର ଆକସ୍ମିତ ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ଠାରୁ ରକ୍ଷା କରିଥାଏ। ଏହା ସହିତ ଏହି ମନ୍ତ୍ର ଜୀବନରେ ସୁଖ ସମୃଦ୍ଧି ଆଣି ଥାଏ।