ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |
କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆମେ ଯଦି ଏହି ସାଧାରଣ ଜ୍ଞାନ ମୁଣ୍ଡରେ ନ ରଖିବା ତେବେ ଅନେକ ଜାଗାରେ ପରୀକ୍ଷା ରେ ଅସଫଳ ହେବା ସହିତ ଅନେକ ଲୋକ ଙ୍କ ସାମ୍ନା ରେ ମଧ୍ୟ ବେଜିତ ହେବା ତେଣୁ କରି ନିଜ ଭାରତ ବିଷୟ ରେ ଅନେକ କିଛି ସାଧାରଣ ଜ୍ଞାନ ଜାଣି ନେବା ନିହାତି ଆବଶ୍ୟକ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
ପ୍ରଶ୍ନ 1. କେଁଉ ଦେଶ ଚା ଉତ୍ପାଦନ ରେ ପ୍ରଥମ?
ଉତ୍ତର :- ଚୀନ
ପ୍ରଶ୍ନ 2. ମନୁଷ୍ୟ ର ରକ୍ତ କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବା ?
ଉତ୍ତର :- 42 ଦିନ
ପ୍ରଶ୍ନ 3. ମୁମ୍ବାଇର ପ୍ରାଚୀନ ନାମ କଣ ?
ଉତ୍ତର :- ବମ୍ବେ
ପ୍ରଶ୍ନ 4. କେଁଉ ଫୁଲ ସକାଳରୁ ସଞ୍ଜ ଯାଏ ସୂର୍ଯ୍ୟକୁ ଦେଖୁ ଥାଏ ?
ଉତ୍ତର :- ସୂର୍ଯ୍ୟମୁଖୀ ଫୁଲ
ପ୍ରଶ୍ନ 5. ସିଙ୍ଗାପୁରର ରାଜଧାନୀର ନାମ କଣ ?
ଉତ୍ତର :- ସିଙ୍ଗାପୁର
ପ୍ରଶ୍ନ 6. କେଁଉ ଜୀବର ରକ୍ତ ସବୁଜ ଅଟେ ?
ଉତ୍ତର :- ନିଉ ଗୁନିଆ
ପ୍ରଶ୍ନ 7. ରାଷ୍ଟ୍ରପତି ଙ୍କ ଭବନରେ ମୋଟ କେତୋଟି ରୁମ ଅଛି ?
ଉତ୍ତର :- 340 ଟି
ପ୍ରଶ୍ନ 8. ବିଶ୍ୱର ସବୁଠାରୁ ବଡ଼ ପକ୍ଷୀ କିଏ ?
ଉତ୍ତର :- ଓଟ ପକ୍ଷୀ
ପ୍ରଶ୍ନ 9. ମ୍ୟାଗି ପ୍ୟାକେଟରେ କାହାର ମାଂସ ମିଶା ଯାଇଥାଏ ?
ଉତ୍ତର :- କାହାର ନୁହେଁ
ପ୍ରଶ୍ନ 10. ଭାରତର ଜାତୀୟ ବୃକ୍ଷ କଣ ?
ଉତ୍ତର :- ବର ଗଛ