ଦେଖନ୍ତୁ viral ଭିଡିଓ ! ଆମେ ହେଉଛୁ ସବୁ ପୁରୁଷ ମାନଙ୍କ ସୁଖର କାରଣ ..ନାରୀ ଯେତିକି ପ୍ରେସର ନେଇପାରିବ , ପୁରୁଷ ନେଇପାରିବ ନାହିଁ…
ଆମ ଦୁନିଆରେ ବହୁତ ପ୍ରକାରର ଲୋକମାନେ ରହିଛନ୍ତି ତେବେ ଆମେ ଏଠାରେ ଧନୀ ଗରିବ ତୁଳନାରେ କହୁନାହିଁ ଆମେ କହୁଛୁ ପୁରୁଷ ,ମହିଳା,ଭିନ୍ନକ୍ଷମ,କିନ୍ନର ଲେସବିଆନ ଆଦି ଜେଣ୍ଡର ଦୃଷ୍ଟିରେ ଭିନ୍ନ ଓ ଶାରୀରିକ ଦୃଷ୍ଟିରେ ଭିନ୍ନ ଥିବା ଲୋକମାନେ ।ତେବେ ଯେମିତି ଆମ ସମାଜକୁ ଆମେ ପୁରୁଷ ପ୍ରଧାନ ସମାଜ କହିବା, କିନ୍ତୁ ଏଠାରେ କିଛି ଲୋକ ମାନଙ୍କର ବହୁତ ଭୂମିକା ରହିଥାଏ କିନ୍ତୁ ତାଙ୍କୁ କେବେ ସେତିକି ଅଧିକାର ଓ ସମ୍ମାନ ମିଳେ ନାହିଁ ଏହି ଦୁନିଆରୁ ତେବେ ସେମାନେ ହେଉଛନ୍ତି ନାରୀ,ଭିନ୍ନକ୍ଷମ,କିନ୍ନର ଓ ଲେସବିଆନ ତେବେ ଏହି ସବୁ ଲୋକମାନେ ସବୁବେଳେ ସମାଜରେ ତଳେ ଓ ଚାପି ହେଇ ରହନ୍ତି ।
ବିଭିନ୍ନ ସମୟରେ ଭିନ୍ନ ଘଟଣାମାନ ସାମ୍ନାକୁ ଆସିଥାଏ ଯାହା କିଛି ପୁରୁଷ ଜାତିକୁ ପ୍ରେରଣା ଦେଇଥିବା ବେଳେ ଆଉ କିଛି ମହିଳା ଜାତିକୁ ଦେଇଥାଏ। ଆଉ ଅଧିକାଂଶ ସମୟରେ ମହିଳା ମାନଙ୍କୁ ସମସ୍ତେ ଅବହେଳା ଓ ଦୁର୍ବଳା ବୋଲି ମନେ କରି ଥାଆନ୍ତି ଏବଂ ସେମାନଙ୍କୁ କୌଣସି କାର୍ଯ୍ୟରେ ଯୋଗ ଦେବା ପାଇଁ ସୁଯୋଗ ଦେଇ ନଥାନ୍ତି।କିନ୍ତୁ ଏବେ ସବୁକିଛି ପରିବର୍ତ୍ତନ ହୋଇ ଗଲାଣି ମହିଳା ମାନେ ସବୁ ଜାଗାରେ ଯୋଗ ମଧ୍ୟ ଦେଇ ପାରୁଛନ୍ତି।
ଆଉ ବେଳେବେଳେ ଦେଖା ଯାଉଛି ସେମାନେ ଉଡାଜାହାଜ ଚଲେଇବା ଠାରୁ ଆରମ୍ଭ କରି ବିଭିନ୍ନ ସଭ ସମିତି ପର୍ଯ୍ୟନ୍ତ ସବୁଠାରେ ଯୋଗ ଦେଇ ଠିକ ରେ ତୁଲାଇ ପାରୁଛନ୍ତି।ବିଭିନ୍ନ ସମୟରେ ମହିଳାଙ୍କୁ ନେଇ ଅନେକ ସରକାରଙ୍କ ଯୋଜନା, ମହିଳା ସଶକ୍ତିକରଣ ସଭା ସମିତି, ନାରୀ ସଚେତନ ଭଳି କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଯାହା ସମାଜ ରେ କିଛି ପରିବର୍ତନ ଦେଖା ଦେଇଛି।
ତେବେ ଏପରି ତ ଆମ ଜୀବନରେ ଥିବା ପ୍ରତିଲୋକଙ୍କର ଏକ ବିଶେଷ ସ୍ଥାନ ରହିଥାଏ। କିନ୍ତୁ ବିଶେଷ କରି ମହିଳାମାନେ ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କେବେ ମା’ ଭାବରେ, କେବେ ଭଉଣୀ ଭାବରେ ତ କେବେ ଜଣେ ପତ୍ନୀ ଭାବରେ । ତେଣୁ ପୂରା ବିଶ୍ବର ମହିଳାମାନଙ୍କ ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରତି ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପୂରା ବିଶ୍ଵ ପାଳନ କରୁଛି ମହିଳା ଦିବସ ।
ଲିଜା ଗଣମାଧ୍ୟମ ଆଗରେ କହିଛନ୍ତି-‘ମାର୍ଚ୍ଚ 8 ତାରିଖରେ ଥିଲା ବିଶ୍ଵ ମହିଳା ଦିବସ ଏହି ଦିନଟି କେବଳ ମହିଳା ମାନଙ୍କ ପାଇଁ ତେଣୁ ସବୁ ମହିଳା ମାନଙ୍କୁ ମୋ ତରଫରୁ ହାପି ୱୋମେନ୍ସ ଡେ । ଆପଣ ମାନେ ଭାରତର ଅନେକ ରାଜ୍ୟ ଦେଖନ୍ତୁ ଓଡିଶା ହେଉ କି ସାଉଥ ସବୁଥିରେ ମହିଳା ମାନେ ଆଗରେ ରହି କାମ କରିଥାନ୍ତି । ହରିୟଣାର ମହିଳା ମାନେ ବହୁତ ଶକ୍ତିଶାଳୀ ଥାନ୍ତି ।ସେମାନେ ଘର ବାହାର ସବୁ କାମ କରନ୍ତି । ଆଉ ଆଜି ଯଦି ଆଇନ କାନୁନ ଦେଖିବା ତା ହେଲେ ମହିଳା ମାନଙ୍କ ପାଇଁ ଆଇନ କାନୁନ ବହୁତ କଠୋର ରହିଛି ।
କାରଣ ଆମେ ବାୟୋଲୋଜିକାଲ ପ୍ରେସର ଅଧିକ ନେଇ ପାରିବୁ ଗୋଟେ ପୁରୁଷ କେବେ ସେତିକି ପ୍ରେସର ନେଇ ପାରିବ ନାହିଁ ।କିଛି ଦିନ ପୂର୍ବରୁ କୁହା ଯାଉଥିଲା ପୁରୁଷ ମାନଙ୍କ ଭିତରେ ବହୁତ ସହନ ଶକ୍ତି ରହିଛି ସେଥିପାଇଁ ମୋତେ ଡକା ଯାଇଥିଲା ହେଲେ ଏଇଟା ଆଜ୍ଞା ବହୁତ ଭୁଲ କଥା । ସବୁ ସୁଖ, ସବୁ ଭଲ ପାଇବା, ସବୁ ମନୋରଞ୍ଜନ ସବୁ କିଛି ନାରୀ ଭିତରେ ଭରି ରହିଛି’ । ତେଣୁ ପ୍ରତ୍ୟେକ ପୁରୁଷ ନାରୀକୁ ସମ୍ମାନ ତଥା ଇଜ୍ଜତ ଦେବା ଆବଶ୍ୟକ ।