କୌଣସି ଔଷଧ ବିନା ପ୍ରାକୃତିକ ଉପାୟରେ ରକ୍ତ ବଢିବ ଜାଣନ୍ତୁ | HOW TO INCREASE HEMOGLOBIN NATURALLY

ତେବେ ଆଜିକାଲି ର ଯୁଗରେ ବ୍ୟକ୍ତି ର ଶରୀର ରେ ପ୍ରାୟ ସମୟ ରେ କିଛି ନା କିଛି ସମସ୍ୟା ଅଥବା ରୋଗ ଦେଖା ଯାଉଛି | ବର୍ତ୍ତମାନ ସମୟ ରେ ଅନେକ ବ୍ୟକ୍ତି ଙ୍କ ଶରୀର ରେ ରକ୍ତ ର ପରିମାଣ କମ ଦେଖିବା ପାଇଁ ମିଳୁଛି ଆଉ ଯଦି ବ୍ୟକ୍ତି ଦେହରେ ରକ୍ତ କମି ଯାଏ ତାହେଲେ ଅନେକ ସମସ୍ୟା ମଧ୍ୟ ଦେଖା ଯାଏ | ଯଦି ବ୍ୟକ୍ତି ରକ୍ତ ହୀନତା ରୋଗରେ ପୀଡିତ ହେଲା ତେବେ ତାର ମୁଣ୍ଡ ବୁଲାଇବା ସହିତ ଦେହ ଦୁର୍ବଳ ଲାଗିବା ଏଭଳି କିଛି ସମସ୍ୟା ଦେଖା ଯାଇଥାଏ | ତେବେ ଆଜି ଆମେ ଜାଣିବା ରକ୍ତ ହୀନତା କୁ ଦୂର କରିବା ପାଇଁ ଅର୍ଥାତ ଶରୀର ରେ ରକ୍ତ ବୃଦ୍ଧି କରିବା ପାଇଁ କେଁଉ ଘରୋଇ ଉପଚାର ପ୍ରୟୋଗ କରିବା |

ଆବଶ୍ୟକ ସାମଗ୍ରୀ :-ଗାଜର, ବିମ

ପ୍ରସ୍ତୁତି ପ୍ରଣାଳୀ :-


ପ୍ରଥମେ ଆପଣ ଏହି ଡ୍ରିଙ୍କ ପ୍ରସ୍ତୁତ କରିବା ପାଇ ଅଢେଇଶ ଗ୍ରାମରେ ଗାଜର ଏବଂ ଗୋଟିଏ ମିଡ଼ିଅମ ସାଇଜର ଵିମ ନିଅନ୍ତୁ ଆଉ ଏହାପରେ ଏହାକୁ ଭଲରେ ଧୋଇ ତାହାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ | ପରେ ଆପଣ ଏହି ସମସ୍ତ ସାମଗ୍ରୀକୁ ନେଇ ସେଥିରେ ଅଳ୍ପ ପାଣି ମିଶାଇ ତାହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସ ବନେଇ ଦିଅନ୍ତୁ | ପରେ ଆପଣ ଏହାକୁ ଏକ ଗ୍ଲାସକୁ ଛାଣି ଦିଅନ୍ତୁ ଯେପରି ଏକା ଗ୍ଲାସ ରସ ବାହାରିବ ଯାହା ଦ୍ୱାରା ଆପଣ ଙ୍କର ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯିବ |

ବ୍ୟବହାର ପ୍ରଣାଳୀ :-

 


ଏହି ଡ୍ରିଙ୍କକୁ ଆପଣ ପ୍ରତ୍ୟେକ ଦିନ ଦୁଇ ଥର ପିଇବା ପାଇ ଚେଷ୍ଟା କରନ୍ତୁ, ପ୍ରତ୍ୟେକ ଦିନ ସକାଳ ଏହାକୁ ଖାଲି ପେଟରେ ପିଅନ୍ତୁ ପରେ ଆପଣ ରାତିରେ ଖାଦ୍ୟ ଖାଇବା ପରେ ଅଧା ଘଣ୍ଟା ଛାଡି ଏହି ଡ୍ରିଙ୍କ ପିଅନ୍ତୁ |ଯେତେବେଳେ ଆପଣ ଏହାର ସେବନ କରୁଛନ୍ତି ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ପିଅନ୍ତୁ ତାହା ଆପଣଙ୍କ ପାଇ ବହୁତ ଭଲ ହୋଇଥାଏ | ଏହି ଡ୍ରିଙ୍କ ଆପଣ ଯଦି କିଛି ଦିନ ଲଗାତାର ଭାବରେ ପିଇବେ ତେବେ ଆପଣଙ୍କ ଶରୀରରେ ରକ୍ତ ହୀନତା ଜନିତ ସମସ୍ୟା ଦୂର ହୋଇଯିବ |

 

ଏହି ଡ୍ରିଂକ୍ସ କୁ ସେବନ କଲେ ଆପଣ ଙ୍କ ଶରୀର ରେ ରକ୍ତ ହୀନତା ଦେଖା ଯାଉଥିବା ଲକ୍ଷଣ ମଧ୍ୟ ଧୀରେ ଧୀରେ ଦୂର ହୋଇ ଯିବ ଆଉ ଶରୀର ରେ ରକ୍ତ ଧୀରେ ଧୀରେ ବୃଦ୍ଧି ହେବ | ଏହି ଡ୍ରିଙ୍କ କୁ ଲଗାତାର ପିଇବା ଦ୍ୱାରା ଆପଣ ଙ୍କ ଏନର୍ଜି ମଧ୍ୟ ବଢ଼ିବାକୁ ଲାଗିବ ଏବଂ ସ୍ୱାସ୍ଥ୍ୟ ରେ ଖୁବ ପରିବର୍ତ୍ତନ ଆସିବ ଯାହାକି ଆପଣ ଧୀରେ ଧୀରେ ସୁନ୍ଦର ମଧ୍ୟ ଦେଖା ଯିବେ | କେବଳ ଡ୍ରିଙ୍କ ସେବନ କରିବେ ତାହା ନୁହେଁ ବରଂ ଆପଣ ପ୍ରତେକ ଦିନ ଆଇରନ ଜାତୀୟ ଖାଦ୍ୟ ଖାଆନ୍ତୁ ଏବଂ ଆବଶ୍ୟକ ଅନୁଯାଇ ପାଣି ପିଅନ୍ତୁ ଦେଖିବେ ଶରୀର ସୁସ୍ଥ ରହିବ |

Leave A Reply

Your email address will not be published.