ଦେଖନ୍ତୁ EXCLUSIVE :ଭିଡିଓ ପିଣ୍ଟୁ ନନ୍ଦଙ୍କ ଦଶ କର୍ମରେ ପୁଅ ସାଇ ସହ ବସିଲେ ସ୍ତ୍ରୀ ପ୍ରତିଭା..ଦେଖନ୍ତୁ କେମିତି ଘରସାରା ଶୋକର ଛାୟା ଭରିଯାଇଛି
ଚାହୁଁ ଚାହୁଁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ ଦଶ ଦିନ ବିତି ଗଲା ଯାହାକି ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କର ଦଶାହ ଏବଂ ଏହି ଦଶାହ ବେଳେ ପିଣ୍ଟୁ ନନ୍ଦ ମନେ ପଡ଼ୁଛନ୍ତି | ଚାଲି ଥିଲା ଦଶାହ କର୍ମ ଆଉ ଏହି ଦଶାହ କର୍ମରେ ପିଣ୍ଟୁ ଙ୍କର ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁ ଥିଲେ ଆଉ ପୁଅ ବି କର୍ମ କରୁ ଥିବା ସମୟରେ କଇଁ କଇଁ ହୋଇ କାନ୍ଦୁ ଥିଲା |
ତାଙ୍କ ପୁଅ ସାଇ କାନ୍ଦିବେନି ବା କେମିତି ଯିଏ ଦିନେ ସାହାରା ଦେଇ ଥିଲେ ଆଉ ଫିଲ୍ମ ଲାଇନ ରେ ଆଣିବେ ବୋଲି ପ୍ରତିଶୃତି ଦେଇ ଥିଲେ ସେ ଆଜି ତାଙ୍କୁ ଛାଡ଼ି ଦେଇ ଚାଲି ଯାଇଛନ୍ତି | ବୋଧ ହୁଏ ବାପା ର ପ୍ରତି ଟି ଦଶାହ କର୍ମ ରେ ପୁଅ ଭାବୁ ଥିବ କି ବାପା ମତେ କଣ ପାଇଁ ଛାଡ଼ି ଚାଲି ଗଲ ମୋ ପାଖକୁ ପୁଣି ଥରେ ଫେରି ଆସ | ଏମିତି କିଛି ଭାବନା କୁ ନେଇ ତାଙ୍କର ବଡ଼ ପୁଅ ପିଣ୍ଟୁ ନନ୍ଦ ଙ୍କର ପିଣ୍ଡ ଦାନ କରୁ ଥିବେ |
ଆଉ ସେପଟେ ପିଣ୍ଟୁ ଙ୍କର ସ୍ତ୍ରୀ ବି ପୁରୁଣା ସ୍ମୃତି କୁ ମନେ ପକାଇ କାନ୍ଦୁ ଥିବେ କାରଣ ଶେଷ ସମୟରେ ବି ସେ ନିଜ ସ୍ୱାମୀ ପିଣ୍ଟୁ ଙ୍କର ଟିକେ ସାଥ ଦେଇ ପାରିଲେ ନାହିଁ ସେଥିପାଇଁ କାନ୍ଦି କାନ୍ଦି ସେ ନିଜ ଭୁଲ ର ପ୍ରାୟଶ୍ଚିତ ମଧ୍ୟ କରୁ ଥିବେ | ଆଉ ଭାବୁଛନ୍ତି କି ସେଦିନ ଯଦି ମୁଁ ମୋ ସ୍ୱାମୀ ଙ୍କୁ ଛାଡ଼ି ଯାଇ ନଥାନ୍ତି ତେବେ ମୋ ସ୍ୱାମୀ ଙ୍କୁ ମୁଁ ଏ ଅବସ୍ଥା ରେ ଆଜି ଦେଖି ନଥାନ୍ତି | ଏଠି ଚାହୁଁ ଚାହୁଁ 10 ଦିନ ବିତି ଗଲା ଆଉ ଆଜି ହେଉଛି ପିଣ୍ଟୁ ନନ୍ଦ ଙ୍କର ଦଶାହ କର୍ମ ଯାହାକି ସକାଳୁ ସକାଳୁ ପୋଖରୀ ତୁଠରେ ଦଶାହ କର୍ମ ସମ୍ପୂର୍ଣ୍ଣ ହୋଇଛି | ବଡ଼ ପୁଅ କ୍ରିୟା ଧରି ପୋଖରୀ ରେ ପଶି ହାଣ୍ଡି ଭାଙ୍ଗିଛି ଆଉ ଏହାପରେ ସମସ୍ତେ ଲଣ୍ଡା ମଧ୍ୟ ହୋଇଛନ୍ତି |
ଦଶାହ କର୍ମ ରେ ପିଣ୍ଟୁ ନନ୍ଦ ଙ୍କର କିଛି ଆଖପାଖ ବନ୍ଧୁ ମାନେ ଯୋଗ ଦେଇ ଥିଲେ, ଯଦି ଦେଖିବା ତେବେ ପିଣ୍ଟୁ ଙ୍କୁ ମନେ ପକାଇ ଆଜି ଦଶାହ କର୍ମ ସମୟରେ ଭାବ ବିହ୍ଵଳିତ ପରିବେଶ ସୃଷ୍ଟି ହୋଇ ଥିଲା | ତେବେ ପିଣ୍ଟୁ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ ଯାହା ପରେ ତାଙ୍କର ମୃତ୍ୟୁ ହୋଇ ଥିଲା |
ଲିଭର ଲାଗିବାକୁ ଥିବା ବେଳେ ପିଣ୍ଟୁ ଙ୍କୁ କିନ୍ତୁ ଲିଭର ମିଳି ପାରି ନଥିଲା ଯେଉଁଥି ପାଇଁ ତାଙ୍କର ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରୁ ହାଇଦ୍ରାବାଦ କୁ ସ୍ଥାନାନ୍ତରିତ କରାଯାଇ ଥିଲା ଆଉ ଯାହା ପରେ ସେହି ହସ୍ପିଟାଲ ରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ତାଙ୍କ ମୃତ୍ୟୁ ର ଆଜି ସାରା ଓଡ଼ିଶା ଓ ଫିଲ୍ମ ଇଣ୍ଡଷ୍ଟ୍ରି ଯେମିତି ସ୍ତବ୍ଧ ପାଲଟି ଯାଇଛି |