ଦେଖନ୍ତୁ EXCLUSIVE :ଭିଡିଓ ସାମ୍ନାକୁ ଆସିଲେ ନବ ଦାସଙ୍କ ବୋହୂ, ଭାଇ ଭଉଣୀ କଳିରେ ବୋହୂ ମାରିବେ ବାଜି !

ବିଧାନସଭା ଉଠୁଛି ପଡ଼ୁଛି ନବଙ୍କ ମୃତ୍ୟୁ କୁ ନେଇ।ଆଉ ସେପଟେ ଝାରସୁଗୁଡ଼ା ରାଜନୀତି ବି ଚଳଚଞ୍ଚଳ ହୋଇ ଉଠିଲାଣି। କାରଣ ଝାରସୁଗୁଡ଼ା ରେ ଦିପାଳୀ ଆରମ୍ଭ କରି ଦେଲେଣି ଅଘୋଷିତ ଇଲେକ୍ସନ କ୍ୟାମ୍ପନିଙ୍ଗ୍। ଆଜ୍ଞା ହଁ ଅବସର ଥିଲା ମହିଳା ଦିବସ ପାଳନ। ଲୋଇକରା ମିନି ଷ୍ଟାଡିୟମରେ ବିରାଟ ସମାବେଶରେ ହଜାର ହଜାର ମହିଳା ହୋଇଥିଲେ ଉପସ୍ଥିତ।

ଆଉ ସେତିକି ବେଳେ ଠିକ୍ ରୋଚକ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା। ଦାସ ପରିବାରର ବୋହୂ କୁ ଦେଖିବା ପାଇଁ ପାଇଥିଲେ ସାରା ଓଡ଼ିଶା। ନବ ଦାସଙ୍କ ବୋହୂ ବିଶାଲ ଦାଶଙ୍କ ପତ୍ନୀ ଏହା ପୂର୍ବରୁ କେବେବି ଗଣମାଧ୍ୟମ ସାମ୍ନାକୁ ଆସି ନଥିବା ନବ ଦାସଙ୍କ ବୋହୂ ଆସିଥିଲେ ସାମ୍ନାକୁ। ଆଉ ଏହା ସହ ସାମ୍ନାକୁ ଆସିଥିଲେ ଦିପାଳୀ। ଆଉ ମଞ୍ଚ ଉପରେ ଥିଲେ ନବ ଦାସଙ୍କ ଝିଅ ଦିପାଳୀ ଓ ତାଙ୍କ ପତ୍ନୀ।

 

ଆପଣ ଭିଡିଓ ରେ ଦେଖିବାକୁ ପାଉଥିବେ ନବ ଦାସଙ୍କ ବୋହୁକୁ। ଏଠାରେ କହି ରଖିବା ପାଇଁ ଚାହିଁବୁ, ବାପାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ବାପା ଦିପାଳୀ କୁ ସବୁବେଳେ ଝାରସୁଗୁଡ଼ା ମାଟିର ମଙ୍ଗ ଧରିବେ ବୋଲି ସ୍ୱପ୍ନ ଦେଖୁଥିଲେ। ସେଥିପାଇଁ ବାପାଙ୍କ ଇଛା ପୁରଣ ହେଉ। ଏମିତି କିଛି କଥା କହିଥିଲେ ନବ ଦାସଙ୍କ ବୋହୂ ଅବା ବିଶାଲ ଦାସଙ୍କ ପତ୍ନୀ। ଝାରସୁଗୁଡ଼ା ରେ ଚର୍ଚ୍ଚା ହେବାରେ ଲାଗିଛି କି ଆଗରୁ ନବ ଦାସଙ୍କ ବୋହୂ ସାମ୍ନାକୁ କାହିଁକି ଆସି ନଥିଲେ।

କଥା ଉଠୁଛି ଏବେ କୁଆଡ଼େ ଟିକେଟ୍ କୁ ନେଇ ଦାସ ପରିବାର ଭିତରେ ଝଡ଼ ଉଠିଛି। କିଏ ପାଇବ ଟିକେଟ୍ ପୁଅ ବିଶାଲ ନା ଝିଅ ଦିପାଳୀ। କାହା ଉପରେ ଭରଷା କରିବା ବିଜୁ ଜନତା ଦଳ, କାହାକୁ ମିଳିବ ବିଜୁ ଜନତା ଦଳର ଟିକେଟ୍, କିଏ ଲଢ଼ିବ ଝାରସୁଗୁଡ଼ା ବାସୀଙ୍କ ପାଇଁ, କିଏ ପୂରଣ କରିବ ବାପାଙ୍କ ସ୍ୱପ୍ନ ଏ ନେଇ ଚାଲିଛି ଚର୍ଚ୍ଚା।

ହଠାତ୍ ବିଶାଲଙ୍କ ସ୍ତ୍ରୀ କ୍ୟାମେରା ସାମ୍ନାକୁ ଆସିବା ତାପରେ ପ୍ରତିକ୍ରିୟା ଦେବା, ବାପା ଚାହୁଁଥିଲେ ଦିପାଳୀ ନେତୃତ୍ୱ ନେବା ପାଇଁ। ଏଠାରେ ଲୋକ ଚର୍ଚ୍ଚା କରୁଛନ୍ତି ଏ ମନର କଥା ତ କାରଣ ନବ ଦାସଙ୍କ ବୋହୂ ବା ବିଶାଲଙ୍କ ପତ୍ନୀ ବାହାର ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ। ତେବେ ଏବେ ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।

 ଭାଇ ଭଉଣୀ କଳିରେ ବାଜି ମାରି ନେବେନି ତ ଭାଉଜ। ଭାଉଜ କ୍ୟାମେରା ସାମ୍ନାରେ କହୁଛି ବାପା ଚାହୁଁଥିଲେ ଦିପାଳୀ ଝାରସୁଗୁଡ଼ା ର ମଙ୍ଗ ଧରୁ। ଆଉ ଏମିତି କହି ସାରିବା ପରେ ଲୋକେ ଚର୍ଚ୍ଚା କରୁଛନ୍ତି ଭାଇ ଭଉଣୀ କଳିରେ ବୋଧହୁଏ ଭାଉଜ ମାରିନେବ ବାଜି। ତେବେ ଦେଖିବାକୁ ବାକି ରହିଲା ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ଦିପାଳୀ ଆରମ୍ଭ କରିଥିବା ଇଲେକ୍ସନ କ୍ୟାମ୍ପେନ୍ ର କଣ ପଡୁଛି ଫାଇଦା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.