ଦଶମ ଶ୍ରେଣୀ ବୋର୍ଡ exame ପୂର୍ବରୁ ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ତହସିଲଦାରଙ୍କ ଗାଡ଼ି….ପୁରା ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିପାରିବେ ନାହିଁ…
ଗୋଟିଏ ପଟେ ଶଙ୍ଖ ଚି଼ହ୍ନ ବ୍ୟବହାର କରି ଅନୁଗୁଳ ଜିଲ୍ଲା କିଶୋର ନଗର ବିଡ଼ିଓ ଚର୍ଚ୍ଚା ରେ ଅନ୍ୟ ପଟେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲଦାର ବି ଏବେ ଚର୍ଚ୍ଚା ରେ ଅଛନ୍ତି | ଦୁଇ ଜଣ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ କେବଳ ଏତିକି ଫରକ କି ଯେ ବିଡ଼ିଓ ମହାଶୟ ଦଳୀୟ ଚିଠ ବ୍ୟବହାର କରି ଚର୍ଚ୍ଚା ରେ ଆଉ ତହସିଲଦାର ମହାଶୟ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସହଯୋଗ କରି ଚର୍ଚ୍ଚା ରେ ଅଛନ୍ତି |
ତହସିଲଦାର ମହାଶୟ ସହଯୋଗ ର ହାତ ବଢ଼ାଇ ନଥିଲେ ହୁଏତ ତାଙ୍କ ଭବିଷ୍ୟତ ଅନ୍ଧାର ଆଡ଼େ ଠେଲି ହୋଇ ଯାଇଥାନ୍ତା | ଅବଶ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବି ସମସ୍ତ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ନିଦ୍ଧାରଣ କରିଥାଏ ଆଉ ସେଥିପାଇଁ ଛାତ୍ର ଛାତ୍ରୀ ମାନେ ଯଥା ସମ୍ଭବ କଷ୍ଟ କରିଥାନ୍ତି |
ଛାତ୍ରୀ ଙ୍କର ମନ ମଉଳି ଯାଇଥିଲା ଆଉ ତାଙ୍କୁ ଲାଗୁଥିଲା କି ତାଙ୍କ ଦଶ ବର୍ଷର ପରିଶ୍ରମ ଯେମିତି ସବୁ ପାଣିରେ ପଡ଼ିଯିବ କିନ୍ତୁ ଟିକିଏ ସହଯୋଗ ତାଙ୍କ ମନରେ ଅସୁମାରୀ ଖୁସି ଭରି ଦେଇଛି | କେନ୍ଦୁଝର ଜିଲ୍ଲା କୁଣ୍ଢେଇହତା ଗାଁ ର ଦଶମ ଶ୍ରେଣୀ ପପି ମିଶ୍ର ଦଶମ ପରୀକ୍ଷା ପାଇଁ କଠିନ ପରିଶ୍ରମ କରି ଥିଲେ |
ଗତ ମାସ ଡିସେମ୍ବର କ୍ରୀଡା ରେ ସ୍କୁଲର ବାର୍ଷିକ ଉତ୍ସବ ରେ ଖେଳିବା ସମୟରେ ତାଙ୍କ ବାମ ଗୋଡ଼ ଜଙ୍ଘ ଟି ଭାଙ୍ଗି ଯାଇଥିଲା ଆଉ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ପପି ଘରେ ବିଶ୍ରାମ କରୁଥିଲେ | ଆଗକୁ ମାଟ୍ରିକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇ ଥିଲେ କିନ୍ତୁ ପପି ଙ୍କ ଘର ଠାରୁ ପରୀକ୍ଷା କେନ୍ଦ୍ରର ଦୂରତା ପାଖାପାଖି 20 କିଲୋମିଟର ତେଣୁ କେମିତି ପରୀକ୍ଷା ଦେବେ ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ | କିନ୍ତୁ ତେଲକୋଇ ତହସିଲଦାର ଅଶ୍ୱିନୀ କୁମାର ନାୟକଙ୍କ ଉଦ୍ୟମ ରେ ଛାତ୍ରୀ ଜଣଙ୍କ ଦଶମ ପରୀକ୍ଷା ଦେଇ ପାରିଛନ୍ତି |
ତହସିଲଦାର ବ୍ୟବହାର କରୁଥିବା ଗାଡ଼ି ଛାତ୍ରୀଙ୍କ ଦାଣ୍ଡ ଦୁଆରେ ଲାଗିଲା ଆଉ ସେହି ଗାଡ଼ିରେ ପପି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ ଆଉ ପରୀକ୍ଷା ଦେଇ ଏବେ ପପି ବେସ ଖୁସି ଅଛନ୍ତି | ଛାତ୍ରୀ ଜଣଙ୍କ ହୁଏତ ପାଠ ପଢ଼ି ବହୁ ଆଗକୁ ଯାଇ ପାରନ୍ତି କିନ୍ତୁ ସେ କେବେ ବି ତହସିଲଦାର ଙ୍କ ସାହାଯ୍ୟ ଓ ସହଯୋଗ ଭୁଲି ପାରିବେ ନାହିଁ |ଲୋକ ସେବା ଉଦେଶ୍ୟ ରେ ବସିଥିବା ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ କଷ୍ଟ ଦେଖି ସହି ପାରନ୍ତି ନାହିଁ ତାଙ୍କୁ ତୁରନ୍ତ ସହଯୋଗ ର ହାତ ବଢ଼ାନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ପ୍ରଶାସନିକ ଅଧିକାରୀ ହେଉଛନ୍ତି ଅଶ୍ୱିନୀ କୁମାର ନାୟକ |