ବନ୍ଧୁଗଣ ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବନ୍ଧୁଗଣ ଆମେ ଯେତେ ଆଡ଼ଭାନ୍ସ ଯୁଗରେ ରହିଲେ ମଧ୍ୟ ଠାକୁର ଠାକୁରାଣୀ ଆମ ସହିତ ସବୁବେଳେ ରହିଥାନ୍ତି ଆଉ ଯିଏ ତାଙ୍କୁ ବିଶ୍ୱାସ କରେ ନାହିଁ ତାଙ୍କର ଅନିଷ୍ଠ ମଧ୍ୟ ହୋଇଥାଏ।
ତେବେ ବର୍ତ୍ତମାନ ଦେଖିବାକୁ ମିଳିଛି କି ମୃତ ଶରୀରକୁ ଶ୍ମଶାନ ନେବା ପରିବର୍ତ୍ତେ ମନ୍ଦିରକୁ ନେଉଛନ୍ତି। ଏପରିକି ଶତ ଚେଷ୍ଟା କରାଯାଉଛି କି ମୃତ ଶରୀର ରେ ଜୀବନ ଆଣିବା ପାଇଁ ହେଲେ ଜୀବନ ଫେରୁନି। ଏଭଳି ଏକ ଅନ୍ଧବିଶ୍ୱାସ ରେ ବଶବର୍ତ୍ତୀ ହୋଇ ମଲା ଦେହକୁ ମନ୍ଦିର ଭିତରକୁ ନେବା ଭଳି ଘଟଣା ଦେଖିବାକୁ ମିଳିଛି। ଆଉ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି।
ଏଭଳି ଏକ ଦୃଶ୍ୟ ଆନନ୍ଦପୁର ପୌରପରିଷଦ ଫକୀରପୁର ଗାଁ ରେ ଘଟିଛି। ଗାଁର ସୁଦାମ ଦାଶ ଙ୍କ ପତ୍ନୀ ସସ୍ମିତାଙ୍କ ଟ୍ୟୁମର ଜନିତ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଆନନ୍ଦପୁର ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରି ଘରକୁ ଫେରାଈ ଦେଇଥିଲେ। ହେଲେ ସସ୍ମିତାଙ୍କ ମୃତ ଦେହକୁ ଶ୍ମଶାନ ନେବା ପରିବର୍ତ୍ତେ ଗାଁ ରେ ଥିବା ବାଲୁକେଶ୍ୱର ମନ୍ଦିରକୁ ନେଇଥିଲେ ଗାଁ ଲୋକେ। ଗାଁର ଜଣେ ମହିଳାଙ୍କ ଦେହରେ ମଙ୍ଗଳା ଆସୁଥିବା ଗାଁ ଲୋକେ କହୁଥିବା ବେଳେ ସସ୍ମତାଙ୍କ ଶରୀରରେ ଜୀବନ ଅଛି ତାକୁ ବଞ୍ଚାଇ ଦେବେ ବୋଲି ମହିଳା ଜଣକ କହୁଛନ୍ତି। ତେବେ ଖବର ପାଇ ଆନନ୍ଦପୁର ପୋଲିସ ମନ୍ଦିର ନିକଟରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ପରିବାର ଲୋକଙ୍କୁ ବୁଝାସୁଝା କରି ଶ୍ମଶାନକୁ ନେଇଥିଲେ।