ଆପଣ ମାନଙ୍କର ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ମନେ ଥିବ । ଯାହା ଆଜି ବି ରହସ୍ୟ ଘେରରେ ରହିଛି । କୁହା ଯାଉଥିଲା କି ଆଦିତ୍ୟ ଦାସ ଆତ୍ମହତୟଆ କରିଛନ୍ତି । କିନ୍ତୁ ଏତେ ଦିନ ପରେ ପୁଣି ଥରେ ଆଦିତ୍ୟ ଦାସ ଙ୍କ ମା ମୁହଁ ଖୋଲିଛନ୍ତି ଓ ମିଡିଆକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ତେବେ ସେ କଣ କହୁଛନ୍ତି ଆସନ୍ତୁ ଜାଣିବା । ବର୍ତ୍ତମାନ ସମୟରେ ଏକ ବଡ ଖବର ଆସି ପହଞ୍ଚିସାରିଛି । ଅନେକ ଦିନ ତଳେ ନିହାତି ଆପଣ ଖବର ମାଧ୍ୟମରେ ଜାଣିଥିବେ ମାନବସେବା ପାଇଁ କାର୍ଯ୍ୟରତ ଥିବା ଆଦିତ୍ୟ ଦାସ ମୃତ୍ୟୁ ମାମଲା ।
ସେତେବେଳେ ବହୁତ କିଛି କଥାକୁ ନେଇ ସଂଘର୍ଷ ଚାଲିଥିଲା । ପରେ ସମସ୍ତେ ଚୁପ ହୋଇଯାଇଥିଲେ । କିନ୍ତୁ ବର୍ତ୍ତମାନ ହଠାତ ସାମ୍ନାକୁ ଆସି ସାରିଛି ଏକ ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ଘଟଣା । ଯାହା ଏବେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଉପରୁ ହଟାଇବ ପରଦା ବୋଲି ଆଶା । ତେବେ ଆସନ୍ତୁ ଜାଣିବା ।
ଆପଣ ମାନେ ନିହାତି ଭାବରେ ଜାଣିଥିବେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି ଅନେକ ପ୍ରକାର ତାଙ୍କୁ ହାରାସ କରାଯାଇଥିଲା । ସେସବୁରୁ ମୁକୁଳି ବିଦ୍ୟାଶ୍ରୀ ପୁଣି ନିଜ ସ୍ଵାମୀଙ୍କ ସ୍ମୃତିରେ ଜୀବନ ବଞ୍ଚିବା ପାଇଁ ଆରମ୍ଭ କରିଥିଲେ ।
ବର୍ତ୍ତମାନନର ଖବର ଅନୁଯାୟୀ ସମାଜସେବୀ ଆଦିତ୍ୟ ଦାସ ଯେଉଁ ବୃଦ୍ଧାଶ୍ରମ ଖୋଲିଥିଲେ ଏବଂ ତାଙ୍କ ସାହଯୋଗୀ ଯିଏ ଥିଲେ ବିକାଶ ସେ ସେହି ଆଶ୍ରମଟିକୁ ନିଜର କରିବା ପାଇଁ ରଚିଛନ୍ତି ଅନେକ କାଣ୍ଡ । ଯାହା ଏବେ ସାମ୍ନାକୁ ଆଣିଛନ୍ତି ସେହି ଆଶ୍ରମର ଜଣେ ବୃଦ୍ଧ ମହିଳା । କିଛି ଦିନ ପୂର୍ବରୁ ବିକାଶ ଆସି ବୃଦ୍ଧ ମହିଳା ଜଣଙ୍କୁ ନେଇ ଚାଲିଯାଇଥିଲା । ଆଉ ତାଙ୍କୁ ଶିଖାଇ ଥିଲା ଆଦିତ୍ୟ ଦାସଙ୍କ ମାଆ ବାପାଙ୍କ ନାଁରେ ଅନେକ ମିଛ କହିବା ପାଇଁ ।କାରଣ ବିକାଶ ତାଙ୍କୁ ଧମକ ଦେଇଥିଲା ଯଦି ତମେ ମୋ କଥା ନ ମାନିବ ତେବେ ତମକୁ ମୁଁ ଆଶ୍ରମରୁ ବାହାର କରିଦେବି ।
ସେହି ଡରରେ ବୃଦ୍ଧା ଜଣଙ୍କ ମିଛ କହିଥିଲେ । କିନ୍ତୁ ପରେ ବିକାଶ ମାଆ ତାଙ୍କୁ ସତ ପଚାରିବାରୁ ସେ କହିଥିଲେ ମୁଁ କିଛି ଜାଣିନି ମାଆ ବିକାଶ ଯାହା ମତେ ଶିଖାଇଲା ମୁଁ ସେଇଆ ହିଁ କହିଥିଲି ।ବିକାଶ ଅନେକ ଜିନିଷ ଆଶ୍ରମରୁ ଜୋର ଜବରଦସ୍ତ କରିକି ନିଜ ଘରକୁ ନେଉ ଥିବା ବେଳେ ସେହି ବୃଦ୍ଧ ମହିଳାଙ୍କ ଯତ୍ନ ନ ନେଇ ତାଙ୍କୁ ରାସ୍ତାରେ ଛାଡିଦେଇଥିଲା । କିନ୍ତୁ ସେ ଭାବିନଥିଲା କେବେ ବି ବୃଦ୍ଧା ଜଣଙ୍କ ସବୁ ସତ ଆସି ମିଡିଆ ସାମ୍ନାରେ କହିବେ ବା ବିଦ୍ୟାଶ୍ରୀଙ୍କ ନଜରକୁ ଆସିଯିବେ । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଆଶ୍ରମକୁ ହଡପ କରିବା ପାଇଁ ବିକାଶ ହିଁ ରଚିଥିଲା ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।