ODIA BAYAGITA – ଯେଉଁ ଲୋକମାନଙ୍କର ନଖରେ ଏହି ଚିହ୍ନ ଥାଏ – ସେହି ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି….

ଆପଣ ମାନେ ଦେଖିଥିବେ କି ସମସ୍ତଙ୍କ ଶରୀର ରେ କିଛି ଦାଗ ବା ଚିହ୍ନ ରହିଥାଏ ।ଆଉ ସେହି ଚିହ୍ନ ଗୁଡିକର କିଛି ବିଶେଷ ଅର୍ଥ ବି ରହିଥାଏ,ତେବେ ଆପଣ ଦେଖିଥିବେ କି କିଛି ଜଣକ ଆଙ୍ଗୁଳି ର ନଖ ଉପରେ ଅର୍ଦ୍ଧ ଚନ୍ଦ୍ରମା ପରି ଆକାରରେ ଧଳା ଦେଖା ଯାଇଥାଏ ।ଆଉ ଏମିତି ଚିହ୍ନ କିଛି ଜଣକ ର ଅଳ୍ପ ଥିବା ବେଳେ କିଛି ଜଣକ ର ଅଧିକ ଥାଏ ।ତେବେ ଏହି ଚିହ୍ନ ର ଅର୍ଥ କଣ ଆପଣ ହୁଏତ ଜାଣି ନଥିବେ, ହେଲେ ଆଜି ଆମେ ଆପଣଂକୁ ଏହି ଚିହ୍ନ କଣ ପାଇଁ ରହିଥାଏ ସେହି ବିଷୟରେ ବତାଇବୁ ।

1-ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି ଏମିତି ଚିହ୍ନ ଥିବା ବ୍ୟକ୍ତି ଙ୍କ ପାଖରେ ଦୈବିୟ ଗୁଣ ରହିଥାଏ ।ଆଉ କୁହାଯାଏ କି ଏମାନଙ୍କ ଶରୀର କୁ ଦେବାଦେବୀ ବି ଆସିଥାନ୍ତି ।ଏହାଛଡ଼ା ଏମାନଙ୍କ ପାଖରେ 6 ସେନ୍ସ ରହିଛି ଯେଉଁଥି ପାଇଁ କୋଉ ବି ବ୍ୟକ୍ତିର କଥାରୁ ଏମାନେ ଜାଣି ପାରନ୍ତି ସେହି ବ୍ୟକ୍ତି କେମିତି ।

 

2-ଏମିତି ଚିହ୍ନ ଥିବା ବ୍ୟକ୍ତି ଖୁବ ଭଲ ଭବିଷ୍ୟତ ବକ୍ତା ଅଟନ୍ତି,ଆଉ ଅନେକ ସମୟରେ ଏମାନଙ୍କ କଥା ବାସ୍ତବରେ ବି ପରିଣତ ହେଇଥାଏ ।ତେବେ ଏମାନେ ଖୁବ ବିଦ୍ୱାନ ହେବା ସହିତ ଖୁବ ଭଲ ପରିବାର ରୁ ଆସିଥାନ୍ତି, ଆଉ ଏମାନେ ଖୁବ ବୁଦ୍ଧିମାନ ବି ଅଟନ୍ତି ।ହେଲେ ଏହି ବ୍ୟକ୍ତିମାନେ ଖୁବ ମନମୁଖୀ ଅଟନ୍ତି ନିଜ ମନ ଚାହୁଁଥିବା କାମ କରିଥାନ୍ତି ।

3-ଏହି ବ୍ୟକ୍ତି ମାନେ ଖୁବ ଦାୟିତ୍ୱ ବାନ ଅଟନ୍ତି କିନ୍ତୁ ବହୁତ ସମୟରେ ନିଜ ଦାୟିତ୍ବ ଠାରୁ ଦୂରେଇ ରହନ୍ତି କାରଣ ସେହି କାମ ଅନ୍ୟ କେହି କରିଦିଅନ୍ତି ।ଏମାନେ ଖୁବ କର୍ମଠ ହେବା ସହିତ ଲମ୍ବା ଆୟୁ ର ଅଧିକାରୀ ଅଟନ୍ତି ଓ ଖୁବ ଜଲଦି କୋଉ ରୋଗ ରେ ଆକ୍ରାନ୍ତ ହୁଅନ୍ତି ନାହିଁ ।

 

4-ତେବେ ଏହି ବ୍ୟକ୍ତିମାନେ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣ ହେଇଥାନ୍ତି ।ଏହି ବ୍ୟକ୍ତି ମାନେ ଜୀବନ ରେ ଖୁବ ଉଚ୍ଚ ପଦରେ ରହିଥାନ୍ତି ଆଉ ଖୋଲା ଆଖିରେ ସ୍ୱପ୍ନ ଦେଖିବାକୁ ପସନ୍ଦ କରନ୍ତି ।ଆଉ ଏମାନଙ୍କ ଜୀବନରେ ଉନ୍ନତି ଅବନତି ଲାଗି ରହିଥାଏ ।ତେବେ ଏମାନେ ଯେମିତି ହେଇଥାନ୍ତି ତାଙ୍କୁ ତାଙ୍କ ଜୀବନସାଥୀ ବି ଠିକ ସେମିତି ମିଳିଥାଏ ।

5-ଏହି ବ୍ୟକ୍ତିମାନେ ଖୁବ ଧେର୍ଯ୍ୟ ବାନ ହେଇଥାନ୍ତି, ଯେତେ କଷ୍ଟ ଅସୁବିଧା ଆସିଲେ ବି କେବେ ହାର ମାନି ନଥାନ୍ତି ।ତେବେ ଯେଉଁ ବ୍ୟକ୍ତି ମାନଙ୍କ ର ଏହି ଚିହ୍ନ ଅଳ୍ପ ବା ବେଶୀ ବା ଆଦ୍ୟୁ ନଥାଏ ସେମାନଙ୍କ ର କମ ଆୟୁ ହେବା ସହିତ ହୃଦ ରୋଗରେ ପୀଡିତ ହେଇଥାନ୍ତି ।

Leave A Reply

Your email address will not be published.