ଓଡ଼ିଆ ହିରୋଇନ Jhilik Bhattacharjee ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ରୂପେଲି ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଏକ ଭଲପାଇବା ଡୋର ରେ।ତେବେ ସେହିପରି ସିନେମା ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ।ବଙ୍ଗୀୟ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଯିଏକି ଦୀର୍ଘ 6 ବର୍ଷ ଧରି ଓଡ଼ିଶାରେ ତାଙ୍କର ଅଭିନୟର ଯାଦୁ ଦେଖାଇ ଆସୁଛନ୍ତି।ତେବେ ଏବେ ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ। ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ।

 

କେବଳ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଏବଂ ପରିଚିତ ଚେହେରା ନୁହଁ ବରଂ ଜଣେ ସୁପରଷ୍ଟାର ଏବଂ ପ୍ରତିଷ୍ଠିତ ରାଜନେତା ଙ୍କ ପତ୍ନୀ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି। ତାଙ୍କର ସ୍ବାମୀ ଜଣେ ବିଧାୟକ ଅଟନ୍ତି। ତେବେ ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନଥାଏ।କିନ୍ତୁ ଝିଲିକ ଏହାକୁ ଭଲ ଭାବରେ ଚଳାଇ ଆସୁଥିବାର ଦେଖିବାକୁ ମିଳିଛି। ତେବେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।

 

 

ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି।ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ କୁହାଯାଏ ଏକ ସୁ ଗୃହିଣୀ ମଧ୍ୟ।ସେ ଜଣେ ପଶୁ ପ୍ରେମୀ ମଧ୍ୟ।

 

ଝିଲ୍ଲୀକ ଭଟ୍ଟା ଚାର୍ଯ୍ୟ 1 ଜୁନ ରେ ପଶ୍ଚିମବଙ୍ଗ ରେ ଜନ୍ମ ଗ୍ରହଣ କରିଥିଲେ |ଜଣେ ବହୁତ ଭଲ ଏକ୍ଟର ଓ ଡାନ୍ସର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଝିଲ୍ଲୀକ | ତାଙ୍କର ବାପା ଙ୍କ ନାଁ ମୃତୁଞ୍ଜୟ ଭଟ୍ଟା ଚାର୍ଯ୍ୟ ହୋଇଥିବା ବେଳେ ତାଙ୍କର ମା ଙ୍କର ନାମ ସୁମନା ଭଟ୍ଟା ଚାର୍ଯ୍ୟ ।

 

ଝିଲ୍ଲୀକ ଭାରତ ନାଟ୍ୟମ ଓ କଥକ ରେ ଟ୍ରେନିଂ ନେଉଥିଲେ | ସେ ପ୍ରିୟରଞ୍ଜନ ଘୋଡେଇ ଙ୍କୁ 11 ମାର୍ଚ୍ଚ 2020 ରେ ବିବାହ କରିଥିଲେ | ତାଙ୍କର ଟୁଇନ୍ସ ଝିଅ ମଧ୍ୟ ଅଛନ୍ତି |ପ୍ରଥମେ ବେଙ୍ଗଲୀ ଫ୍ଲିମ ତମେ ଭାଲ ବାସୀରେ ନିଜର ଅଭିନୟ କେରିୟର ଆରମ୍ଭ କରିଥିଲେ ଓ ତାହା ପରେ ଅନେକ ବେଙ୍ଗଲୀ ଫ୍ଲିମ ମଧ୍ୟ କରିବା ପରେ ଟାର୍ଗେଟ ଫ୍ଲିମ ମାଧ୍ୟମରେ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଝିଲ୍ଲୀକ | ତେବେ ଏହା ଥିଲା ଅଲିଉଡ ଫ୍ଲିମ ଏକ୍ଟର ଝିଲ୍ଲୀକ ଭଟ୍ଟା ଚାର୍ଯ୍ୟଙ୍କ ବିଷୟରେ କିଛି ସୂଚନା |

 

Leave A Reply

Your email address will not be published.