ଆପଣ ତ ଜାଣିଛନ୍ତି ଏଠାରେ ଚାହୁଁ ଚାହୁଁ ପିଣ୍ଟୁ ନନ୍ଦ ଙ୍କର ମୃତ୍ୟୁ କୁ କେତେ ଦିନ ବିତି ଗଲାଣି କିନ୍ତୁ ତାଙ୍କର ଏଭଳି ଅକାଳ ବିୟୋଗ କୁ ସହଜ ରେ ଏପର୍ଯ୍ୟନ୍ତ ମଧ୍ୟ ବିଶ୍ୱାସ କରି ହେଉ ନାହିଁ | ଆଉ ତାଙ୍କର ଏବେ ଏକାଦଶ ମଧ୍ୟ ସରି ଯାଇଛି ଯେଉଁଥିରେ ତାଙ୍କୁ ଫୁଲ ଅର୍ପଣ କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅନେକ ନାମିଦାମୀ କଳାକାର ଆସି ପହଞ୍ଚି ଥିଲେ |
ତେବେ ଏଥିରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି ଯାହାର କିଛି ଝଲକ ଏବେ ବେସ ଭାଇରାଲ ହେଉଛି | ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ସହିତ କଥା ହେଉଛନ୍ତି ଓଡ଼ିଆ ଅଭିନେତ୍ରୀ ଜ୍ୟୋତି ମିଶ୍ର, ଏପରି କି ସେ ତାଙ୍କ ପୁଅ ଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି | ଏହି ଦୃଶ୍ୟ କୁ ଦେଖିଲେ ହି ଆପଣ ଜାଣି ପାରିବେ କି ଜ୍ୟୋତି ମିଶ୍ର କିଭଳି ଭାବେ ତାଙ୍କ ପରିବାର ଙ୍କ ଦୁଃଖ ରେ ଦୁଃଖୀ ହୋଇ ଆଲୋଚନା କରୁଛନ୍ତି |
ପରିବାର ଭାଙ୍ଗି ପଡ଼ି ଥିବା ବେଳେ ସେ ସାହାରା ଦେଇଛନ୍ତି, ନିଜେ ଜଣେ ଆଗ ଧାଡ଼ିର କଳାକାର ହୋଇ ଥିବା ବେଳେ ଆଉ ଜଣେ କଳାକାର ଙ୍କୁ ସେ ମନେ ପକାଇଛନ୍ତି ଏବଂ ଅତି ଦୁଃଖ ସହକାରେ ସେ ପିଣ୍ଟୁ ନନ୍ଦ ଙ୍କର ପରିବାର କୁ ସ୍ବାନ୍ତ୍ୱନା ଦେଉଛନ୍ତି | ଆଗାମୀ ଦିନରେ କିପରି ଘର ସଂସାର ଚାଲିବ ସେ ବାବଦ ରେ ସେ ପିଣ୍ଟୁ ନନ୍ଦ ସ୍ତ୍ରୀ ଓ ପୁଅ ଙ୍କୁ ବୁଝାଇଛନ୍ତି | ଜନ୍ମ ଅଛି ମାନେ ମୃତ୍ୟୁ ମଧ୍ୟ ଅଛି ଆଉ ଏହି ବାସ୍ତବିକ ଘଟଣା କୁ ସମସ୍ତ ଙ୍କୁ ମାନିବାକୁ ମଧ୍ୟ ହେବ, ହେଲେ ପିଣ୍ଟୁ ନନ୍ଦ ଙ୍କର ଏଭଳି ଅକାଳ ବିୟୋଗ ତାଙ୍କ ପରିବାର ସମେତ ସମସ୍ତଙ୍କୁ ନିସ୍ତବ୍ଦ କରି ଦେଇ ଥିଲା |
ଦୁଃଖ ସମୟରେ ବନ୍ଧୁ ଙ୍କ ପରିବାର ପାଖକୁ ଆସିବା ପ୍ରକୃତ ମଣିଷ ର ପରିଚୟ ବୋଲି କୁହାଯାଏ ଆଉ ଜ୍ୟୋତି ମିଶ୍ର ଜଣେ ଆଗଧାଡିର କଳାକାର ହେଲେ ମଧ୍ୟ ପିଣ୍ଟୁ ଙ୍କ ପରିବାର କୁ ସେ ସ୍ବାନ୍ତ୍ୱନା ଦେବା ପାଇଁ ପଛାଇ ନାହାଁନ୍ତି | କାରଣ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ନନ୍ଦ ଙ୍କର
ଏକାଦଶ ରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ସାମିଲ ହୋଇ ତାଙ୍କ ସ୍ତ୍ରୀ ଙ୍କୁ ଧରି କୁଣ୍ଢାଇ କାନ୍ଦୁଛନ୍ତି ଆଉ ଅନେକ କଥା ବୁଝାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି ଏପରିକି ତାଙ୍କ ବଡ଼ ପୁଅ ଙ୍କୁ ମଧ୍ୟ ବୁଝାଉ ଥିବାର ନଜର ରେ ଆସିଛନ୍ତି | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଆମେ ମଧ୍ୟ ପ୍ରାର୍ଥନା କରିବା କି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଅମର ଆତ୍ମା ର ସଦଗତି ହେଉ |