ollywood ଅଭିନେତା ଶ୍ରୀତମ ଦାସ ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ କାରଣ ଏହା ଆମର ମନରଞ୍ଜନ କରାଇ ଥାଏ | ଏଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି ଯାହାଙ୍କର କିଛି ଭିଡ଼ିଓ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ଆମେ ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରିଥାଉ | ତେବେ ସେଭଳି ଭାବରେ ଆଜି ଏକ ଜଣାଶୁଣା ଅଭିନେତା ଙ୍କ ସମ୍ପର୍କ ରେ ଜାଣିବା |

 

ତେବେ ଆପଣ ଅଭିନେତା ଶ୍ରୀତମ ଦାସ ଙ୍କୁ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଜଣେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସହିତ ଡିରେକ୍ଟର ମଧ୍ୟ ଅଛନ୍ତି | ଅଭିନେତା ଶ୍ରୀତମ ଙ୍କର ଜନ୍ମ 1970 ମସିହା ରେ ଭୁବନେଶ୍ୱର ରେ ହିଁ ହୋଇ ଥିଲା ଏବଂ ଶ୍ରୀତମ 1995 ମସିହା ରେ ଓଡ଼ିଆ ଫିଲ୍ମ ସାବିତ୍ରୀ ରୁ ହିଁ ତାଙ୍କର ଅଭିନୟ ଜୀଵନ ଆରମ୍ଭ କରି ଥିଲେ |

 

ଦୀର୍ଘ 25 ବର୍ଷ ହେଲା ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଆକ୍ଟିଙ୍ଗ କରିଛନ୍ତି ଏବଂ 20 ରୁ ଅଧିକ ଓଡ଼ିଆ ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିବା ସହିତ ବହୁତ ସାରା ପୁରସ୍କାର ମଧ୍ୟ ପାଇଛନ୍ତି | ଶ୍ରୀତମ ଦାସ ସମସ୍ତ କ୍ୟାରେଟର କି ଖୁବ ଭଲ ଭାବରେ ଅଭିନୟ କରି ଦେଖାଇ ଥାଆନ୍ତି, ସେ ହିରୋ ହେଉ କି ଭିଲିଆନ କି ଅବା କମେଡିଆନ ହେଉ ତାଙ୍କର ସବୁ ଚରିତ୍ର କି ଦର୍ଶକ ମାନେ ଖୁବ ଭଲ ପାଇବା ଦେଇ ଆସିଛନ୍ତି |ତେବେ ଆଜି ଆମେ ଜାଣିବା କି ଶ୍ରୀତମ ଦାସ ଙ୍କର ପରିବାର ଙ୍କ ବିଷୟ ରେ |

ତେବେ ଶ୍ରୀତମ ଙ୍କ ମାଆ ଙ୍କର ନାମ ହେଉଛି ସଂଯୁକ୍ତା ଦାସ ଆଉ ଶ୍ରୀତମ ସବୁଠାରୁ ଅଧିକ ତାଙ୍କ ମାଆ ଙ୍କୁ ହିଁ ଭଲ ପାଆନ୍ତି | ଏହା ସହିତ ଶ୍ରୀତମ ଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାଁ ହେଉଛି ଗୌତମ ଦାସ ଏବଂ ପ୍ରୀତମ ଦାସ | ତେବେ ଶ୍ରୀତମ ଦାସ ଙ୍କ ସ୍ତ୍ରୀ ଙ୍କର ନାମ ହେଉଛି ପୁନମ ଦାସ ଏହା ସହିତ ଶ୍ରୀତମ ଓ ତାଙ୍କ ସ୍ତ୍ରୀ ପୁନମ 2011 ମସିହା ରେ ବିବାହ କରି ଥିଲେ |

ଏହା ସହିତ ଶ୍ରୀତମ ଙ୍କର ଗୋଟିଏ ଝିଅ ମଧ୍ୟ ଅଛି ଯାହାଙ୍କୁ ଶ୍ରୀତମ ବହୁତ ସାରା ଭଲ ପାଆନ୍ତି ଏବଂ ଶ୍ରୀତମ ଦାସ ତାଙ୍କ ପରିବାର ଙ୍କ ସହିତ ବେସ ହସ ଖୁସି ରେ ରହି ଥାଆନ୍ତି | ତେବେ ସେ ଅନେକ ସମୟ ରେ ତାଙ୍କ ପରିବାର ର ସ୍ତ୍ରୀ ଓ ଝିଅ ଙ୍କ ସହିତ ଖୁବ ସୁନ୍ଦର ସୁନ୍ଦର ଫଟୋ ଉପଲୋଡ କରି ଥାଆନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପସନ୍ଦ କରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.