ଦେଖନ୍ତୁ EXCLUSIVE -ସାମ୍ନାକୁ ଆସିଲା ଗୁମର ! ଡ୍ରାଇଭର ଆନ୍ଦୋଳନ କୁ ଭଣ୍ଡୁର ପ୍ଲାନ କରିଥିଲେ, କିନ୍ତୁ ଭାଣ୍ଡିଆ ହେଲେ….
ଭଣ୍ଡୁର କରିବାକୁ ବଡ଼ ପ୍ଲାନ ହୋଇ ଥିଲା ହେଲେ ଡ୍ରାଇଭର ମାନିଲେ ନାହିଁ ଯାହାକୁ ଡ୍ରାଇଭର ମାନେ କାମରେ କରି ଦେଖାଇଲେ | ଉପକୂଳ ରୁ ଉପାନ୍ତ ଏବେ ସବୁଠି ଅଖଚକ ବନ୍ଦ ଯାହାକି ପୋଲିସ ଗୋଡ଼େ ଗୋଡ଼େ ଜଗି ଥିଲା ଆଉ ହିଂସା କରି ଥିଲେ ବାନ୍ଧି ଥାଆନ୍ତା | ତେବେ ବର୍ତ୍ତମାନ ଏକ ଭିଡ଼ିଓ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଯେଉଁଥିରେ ଦେଖିବା ପାଇଁ ମିଳିଛି କି ହଳଦିଆ ନମ୍ବର ଥିବା ମାଲବାହି ଓ ଯାତ୍ରୀବାହୀ ଗାଡ଼ି କୁ ଅଟକାଇ ଡ୍ରାଇଭର ଙ୍କୁ ହାତ ଯୋଡ଼ି ଡାକୁଛନ୍ତି | ବେକରେ ଫୁଲ ମାଳ ପକାଉଛନ୍ତି ଆଉ ହାତ ଯୋଡ଼ି ବିନମ୍ର ଭାବରେ ସମସ୍ୟା କୁ ନେଇ ବୁଝାଉଛନ୍ତି କାହାକୁ ମିଠା ତ କାହାକୁ ଚକଲେଟ ଖୁଆଇ ବୁଝାଉଛନ୍ତି |
କିଭଳି ଡ୍ରାଇଭର ମାନଙ୍କୁ ସରକାର ଅଣଦେଖା କରୁଛନ୍ତି, ଆଉ ଅଖଚକ ବନ୍ଦ ପଛର କାରଣ କଣ ସେ କଥା ବୁଝାଉଛନ୍ତି | ପୂର୍ବ ଥର ଯେଉଁଭଳି ଭାବରେ ବଦନାମ ହୋଇ ଥିଲେ ସେଭଳି କିଛି ହେବାର ସୁଯୋଗ ଦେଇ ନଥିଲେ, ଏଥିରେ ଶିକ୍ଷା ଲାଭ କରି ସଙ୍ଘତା ର କାର୍ଯ୍ୟକ୍ରମ ସ୍ଥିର କରି ଥିଲେ | ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲା, ସବଡିଭିଜନ ଓ ବ୍ଲକ ସ୍ତରରେ ଏଭଳି ନିଆଁରା ଢଙ୍ଗରେ ପ୍ରତିବାଦ କରି ଥିଲେ |
ଆଉ ଏହି ଦୃଶ୍ୟ ହେଉଛି ବରମୁଣ୍ଡା ବସଷ୍ଟାଣ୍ଡ ଦୃଶ୍ୟ ର ଶୂନଶାନ ବସ ଷ୍ଟାଣ୍ଡ, ଯେଉଁ ଭଳି ଭାବରେ ସଂଘ କହୁ ଥିଲା କି ସମସ୍ତ ରୁଟ ରେ ବସ ଚାଲିବ ସେଭଳି କିଛି ଦେଖିବା ପାଇଁ ମିଳି ନାହିଁ | ସମାନ ଦୃଷ୍ଟି ରେ ମଧ୍ୟ କଟକ ବାଦାମବାଡ଼ି ପୁରୀ ସମେତ ଅନ୍ୟ ଜିଲ୍ଲା ରେ ଥିବା ବସ ଷ୍ଟାଣ୍ଡ ରେ ଦେଖିବା ପାଇଁ ମିଳିଛି |
କେବଳ ବସ ଷ୍ଟାଣ୍ଡ ନୁହେଁ ଅଟୋ ବି ଦେଖିବା ପାଇଁ ମିଳିଲା ନାହିଁ ଆଉ ଯେଉଁ ମାନେ ଅଟୋ ବାହାର କରି ଥିଲେ ସେମାନଙ୍କୁ ମଧ୍ୟ ଅପ୍ରୀତିକର ପରିସ୍ଥିତି ସାମ୍ନା କରିବା ପାଇଁ ପଡ଼ିଲା | ଡ୍ରାଇଭର ସଂଘ ବିରୁଦ୍ଧରେ ଥିଲା ପୁରା ସରକାରୀ କଳ, ପରିବହନ ମନ୍ତ୍ରୀ ଓ ସଚିବ ବୈଠକ ସ୍ତରୀୟ ରେ ସରକାର ଆପୋଷ ଆଲୋଚନା କରିବା ବଦଳରେ ଧମକ ଦେଲେ |
ଆନ୍ଦୋଳନ ନ କରିବା ପାଇଁ ରୋକଠୋକ ଶୁଣାଇ ଦେଲେ ହେଲେ ଡ୍ରାଇଭର ସଂଘ କିନ୍ତୁ ଜିଦରେ ଥିଲା ଦାବି ଶୁଣୁ ନାହଁ ତ ଆନ୍ଦୋଳନ ପାଇଁ ଅନୁମତି ଦିଅ କହିଥିଲା | ଶେଷରେ ସରକାର ସଂଘର ଶକ୍ତି ଦେଖିବା ପାଇଁ ଚାହିଁଲେ ଆଉ ପରୋକ୍ଷ ରେ ଆନ୍ଦୋଳନ କରିବାକୁ ବାଟ ଦେଖାଇଲେ | ଏତିକି ରେ କଥା ସରିଲା ନାହିଁ ଆନ୍ଦୋଳନ ଭଣ୍ଡୁର କରିବା ପାଇଁ ପୂର୍ବ ଦିନ ନିଜ ନିୟନ୍ତ୍ରଣ ରେ ଥିବା ସଂଗଠନ କୁ କାମରେ ଲଗାଇଲେ |
ଘରୋଇ ବସ ମାଲିକ ସଂଘ ଅଟୋ ସଂଘ, ଟ୍ରକ ଆସସିଏସନ ଭଳି କୋଡିଏ ସଂଘ ଯାହାକି ସରକାର ଙ୍କ ଅଧୀନରେ ରହିଛନ୍ତି ସେମାନେ ଆଗକୁ ଆସି ବିରୋଧ କରିବା ଆରମ୍ଭ କଲେ | ହେଲେ ରାସ୍ତାରେ କିନ୍ତୁ ଡମ ଦେଖେଇଲେ ଡ୍ରାଇଭର ସଂଘ ଆଉ ସରକାର ଙ୍କ ଗୋଟି ଚାଳନା ଫେଲ ମାରି ଗଲା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।