ହାଇକୋର୍ଟ ଙ୍କ ବଡ଼ ରାୟ । ଗାର୍ଲଫ୍ରେଣ୍ଡ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ କୁହାଯିବ ନାହିଁ ..ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରି ଜଣାନ୍ତୁ ଏବଂ ସେୟାର କରନ୍ତୁ
ଆଗ କାଳରେ ପ୍ରେମ କେତେ ଯେ ପବିତ୍ର ବନ୍ଧନ ଥିଲା କିନ୍ତୁ ଆଜିକାଲି ଯୁଗରେ ପ୍ରେମ ର ଅର୍ଥ ହେଉଛି ଶାରୀରିକ ସମ୍ପର୍କ ରଖିବା ଆଉ ନିଜର ସ୍ୱାର୍ଥ ପୂରଣ ହୋଇ ଗଲେ ପ୍ରେମ କୁ ଛାଡ଼ି ଦେଉଛନ୍ତି | ତେବେ ଆଜିକାଲି ଯୁଗରେ ବାହାଘର ପୂର୍ବରୁ ପ୍ରେମୀ ଯୁଗଳ ବର୍ଷ ବର୍ଷ ଧରି ଲିଭ ଇନ ରିଲେସନ ରେ ମଧ୍ୟ ରହୁଛନ୍ତି, କିନ୍ତୁ ପୁଣି ଯଦି ସମ୍ପର୍କ ରେ ଫାଟ ସୃଷ୍ଟି ହେଲା ତେବେ ଶାରୀରିକ ସମ୍ପର୍କ ଥିଲେ ମଧ୍ୟ ଛାଡ଼ି ଦେଉଛନ୍ତି |
ତେବେ ଏହାକୁ ନେଇ ଅନେକ ମହିଳା ଅଭିଯୋଗ ମଧ୍ୟ ଆଣି ଥାଆନ୍ତି ଆଉ ଏହି ଘଟଣା କୁ ନେଇ ଏବେ ନୁଆଁ ଏକ ଖବର ଆସି ପହଞ୍ଚିଛି | କର୍ଣ୍ଣାଟକ ହାଇ କୋର୍ଟ ଏକ ବଡ଼ ରାୟ ନେଇଛି ଯାହାକି ଏହି ରାୟ ଟି ହେଉଛି ବର୍ଷ ବର୍ଷ ଧରି ଲିଭ ଇନ ରିଲେସନ ରେ ରହିଲେ ବି ମହିଳା ଏବେ ଦୁଷ୍କର୍ମ ର ଅଭିନୟ ନେଇ ଆସି ପାରିବେ ନାହିଁ | ତେବେ କୋର୍ଟ ର ଏହି ରାୟ ସମ୍ପର୍କ ରେ ଆଲୋଚନା କରିବା |
ତେବେ ଜଣା ପଡ଼ିଛି କି ଦୁଇ ପ୍ରେମୀ ଯୁଗଳ ଙ୍କୁ ନେଇ ଏଭଳି ଏକ ରାୟ କୋର୍ଟ ଶୁଣାଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି | କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଏମ୍ ନାଗପ୍ରସନ୍ନ ଏହି ରାୟ ଶୁଣାଇଛନ୍ତି | ସୂଚନା ଅନୁଯାଇ ପ୍ରେମୀ ଯୁଗଳ ୫ବର୍ଷ ଧରି ଏକାଠି ଲିଭ୍ ଇନ୍ ରିଲେସନ୍ସିପ୍ ରେ ରହୁଥିଲେ ଆଉ ଦୁହିଁଙ୍କ ମଧ୍ୟରେ ବହୁବାର ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା |
ଉଭୟ ବାହା ହେବା ପାଇଁ ସ୍ୱପ୍ନ ମଧ୍ୟ ଦେଖୁଥିଲେ କିନ୍ତୁ ଏମିତି କ’ଣ ହେଲା ଯେ ହଠାତ୍ ଗର୍ଲଫ୍ରେଣ୍ତ ବୟଫ୍ରେଣ୍ତ ବିରୁଦ୍ଧରେ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଲା | ତେବେ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ମହିଳା ନିଜ ବୟଫ୍ରେଣ୍ତ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ |
ଏହାକୁ ନେଇ ସେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ ବୟଫ୍ରେଣ୍ତ ସହ ଗତ ୫ବର୍ଷ ହେବ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ ଏବଂ ସେ ଯୁବକଙ୍କୁ ବିବାହ କରିବାକୁ ମଧ୍ୟ ଇଚ୍ଛା ରଖିଥିଲେ | କିନ୍ତୁ ଅଲଗା ଜାତି କାରଣରୁ ବାହାଘର ହୋଇ ପାରି ନଥିଲା ଏହାପରେ ସେ ଥାନାରେ ଯୁବକଙ୍କ ନାଁରେ ବାହାଘର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ |
କୋର୍ଟ ଙ୍କ କହିବା ଅନୁଯାଇ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ କାରଣ ଉଭୟ ଙ୍କ ସହମତି ରେ ଶାରୀରିକ ସମ୍ପର୍କ ରଖା ଯାଇଛି ଆଉ ଏହା ଥରେ କିମ୍ବା ଦୁଇ ଥର ନୁହେଁ ଗତ 5 ବର୍ଷ ହେଲା ହୋଇଛି ତେବେ ଏହାକୁ ରେପ ର ନାଁ ଦିଆଯିବ ନାହିଁ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।