Jitu Das sadhubani ସୀତା ସତରେ କଣ ମନ୍ଦଦ୍ୱରି ଆଉ ରାବଣ ର ଝିଅ ଥିଲେ ?

ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଭକ୍ତି ର ଅନେକ ଉଦାହରଣ ରହିଛି। ସମସ୍ତ ଭକ୍ତଙ୍କୁ ମଧ୍ୟରୁ ହନୁମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି ଶ୍ରୀରାମଙ୍କ ଜୀବନରେ.. ପ୍ରଭୁଙ୍କ କଷ୍ଟ ସମୟରେ ସେ ସବୁବେଳେ ତାଙ୍କ ପାଖରେ ରହିଥିଲେ। ନିଜ ଜୀବନକୁ ସେ ପ୍ରଭୁ ରାମଙ୍କ ନିକଟରେ ସମର୍ପିତ କରିଦେଇଥିଲେ। ଧର୍ମ ଶାସ୍ତ୍ରକୁ ଧ୍ୟାନ ଦେଲେ ଆପଣ ଏହା ସମ୍ପର୍କରେ ସବୁକିଛି ଜାଣି ପାରିବେ। ତେବେ ଆଜି ଆମେ ମାତା ସୀତା କାହାର ଝିଅ ଥିଲେ ପ୍ରକୃତରେ ତାହା ବିଷୟରେ ଏକ ଆଶ୍ଚର୍ଯ୍ୟକାରୀ ଘଟଣା ସମ୍ପର୍କରେ କହିବୁ।

ରାମାୟଣ ଗାଥା ସମ୍ପର୍କରେ ତ ଆପଣ ସମସ୍ତେ ଜାଣିଥିବେ। କିନ୍ତୁ ଏହିସମୟରେ କିଛି କିଛି ଘଟଣା ଏମିତି ଲୁଚି ରହିଛି ଯାହା ହୁଏତ ସମସ୍ତେ ଜାଣିନଥିବେ। ଆଜି ଆମେ ତାହା ସମ୍ପର୍କରେ ଆପଣଙ୍କୁ ଜଣାଇବୁ। ଆପଣ ଜାଣିଛନ୍ତି ପିତା ମହାରାଜ ଦଶରଥଙ୍କ ବଚନକୁ ରକ୍ଷା କରିବା ପାଇଁ ଶ୍ରୀରାମ 14 ବର୍ଷ ବନବାସ ପାଇଁ ଅଯୋଧ୍ୟା ଛାଡ଼ି ଚାଲିଯାଇଥିଲେ। ସାଙ୍ଗରେ ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ନେଇ… ବନବାସ ସମୟରେ ଏହି୩ ଜଣ ସବୁବେଳେ ଏକାଠି ରହୁଥିଲେ।

 

ତେବେ ବନବାସ ସମୟରେ ୩ଜଣ ପ୍ରଥମେ ଚିତ୍ରକୂଟ ବନରେ ରହିଥିଲେ। କିଛି ଦିନ ରହିବା ପରେ ତାଙ୍କ ପାଖକୁ ଅନେକ ଜଣ ଆସିବାକୁଆରମ୍ଭ କଲେ। ଏମିତିରେ ଲୋକଙ୍କ ସଂଖ୍ୟା ବଢ଼ିଲେ ବନରେ ରହୁଥିବା ମୁନି ଋଷିଙ୍କ ର ସମସ୍ୟା ହେବ ବୋଲି ଭାବିଥିଲେ। ପରେ ସେ ଚିତ୍ରକୂଟ ବନକୁ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ଯିବା ପୂର୍ବରୁ ସେ ସମସ୍ତ ମୁନି ଋଷିଙ୍କୁ ଶେଷ ଥର ଭେଟିବା ପାଇଁ ବାହାରିଥିଲେ। କିନ୍ତୁ ଏହା ପରେ କିିଛି ଏମିତି ଘଟିଲା ଯେଉଁଥିରେ ଜଣେ ଋଷିଙ୍କ ଅଶ୍ରୁରେ ପ୍ରଭୁ ରାମଚନ୍ଦ୍ର ଓ ଭା୍ରତା ଲକ୍ଷ୍ମଣ ଗାଧୋଇ ପଡ଼ିଥିଲେ। କଥା ଟା ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ପ୍ରଭୁ ଶ୍ରୀରାମ ଓ ଭ୍ରାତା ଲକ୍ଷ୍ମଣ ତାଙ୍କର ଏହି ଭକ୍ତଙ୍କ ଅଶ୍ରୁରେ ଗାଧୋଇ ପଡ଼ିଥିଲେ।

ବନରେ ରହିଥିବା ସମସ୍ତ ମୁନିଙ୍କ ସହ ଭେଟିବା ସମୟରେ ଶେଷରେ ସେ ଅତି୍ର ମୁନିଙ୍କ ଆଶ୍ରମରେ ପହଁଞ୍ଚିଲେ। ଯେତେବେଳେ ମୁନିଙ୍କୁ ଏହା ସମ୍ପର୍କରେ ଜଣାପପଡ଼ିଲା ସେ ଅତ୍ୟନ୍ତ ଖୁସି ହୋଇଗଲେ। ମହାମୁନି ପ୍ରଭୁଙ୍କୁ ନିଜ କୁଡ଼ିଆ ଭିତରକୁ ସ୍ୱାଗତ କଲେ। 3ଜଣଙ୍କୁ ଆଦରପୂର୍ବକ ଆଶ୍ରମ ଭିତରକ ଆଣିଲେ। ପୂଜା କରିବା ପରେ ତାଙ୍କୁ ଫଳ ମୂଳ ଖାଇବାକୁ ଦେଲେ। ଆସନ ଉପରେ ପ୍ରଭୁଙ୍କୁ ଦେଖି ମୁନିଶ୍ରେଷ୍ଠ ତାଙ୍କୁ ନମସ୍କାର ଜଣାଇଲେ। ପରେ ମହାମୁନି ତାଙ୍କୁ ଆଲିଙ୍ଗନ କଲେ। ଏହି ସମୟରେ ମୁନିଙ୍କ ଆଖିରୁ ଅଶ୍ରୁ ବାହାରିଲା। ତାଙ୍କ ଅଶ୍ରୁରେ ଉଭୟ ରାମ ଓ ଲକ୍ଷ୍ମଣ ଗାଧୋଇପଡ଼ିଲେ। ତାଙ୍କର ଅନେକ ପ୍ରଂଶସା କରିଥିଲେ।


ଏହାସହ ମାତା ଅନସୂୟା ସୀତାଙ୍କୁ ସ୍ତ୍ରୀ ହେବାର ଧର୍ମ ବୁଝାଇଲେ। ତାଙ୍କ କହିବା ଅନୁଯାୟୀ ଧର୍ଯ୍ୟ, ଧର୍ମ, ମିତ୍ର ଓ ସ୍ତ୍ରୀ ଏହି 4 ଜଣଙ୍କର ଖରାପ ସମୟ ପରୀକ୍ଷା ନିଏ। ଏହା ବ୍ୟତିତ ଯଦି କୌଣସି ସ୍ତ୍ରୀ ବୃଦ୍ଧ, ରୋଗୀ, ମୂର୍ଖ, ନିର୍ଧନ, ନେତ୍ରହୀନ, କ୍ରୋଧୀ ଆଦିଙ୍କୁ ଅପମାନ କରନ୍ତି ତେବେ ସେ ଯମପୁରରେ ଶାନ୍ତି ଲାଭ କରିପାରିନଥାଏ। ପିତବ୍ରତା ସ୍ତ୍ରୀର ଉଦାହରଣ ପାଇଁ ସେ ଦେବୀ ବୃନ୍ଦାବତୀଙ୍କ କଥା କହିଥିଲେ।

ଏହାକୁ ଶୁଣି ଜାନକୀ ମଧ୍ୟ ଖୁସି ହେଲେ। ତାଙ୍କଠୁ ଆର୍ଶିବାଦ ନେଇ ସେ ଏହି ଧର୍ମକୁ ଜୀବନ ସାରା ପାଳନ କରିବେ ବୋଲି କହିଲେ। ତେବେ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ସବୁବେଳେ ଉଙ୍କି ମାରି ଥାଏ କି ସୀତା କଣ ସତରେ ରାବାଣର ଝିଅ, ତାହାଲେ ଏହି ଭିଡିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ଆପଣଙ୍କର ସମସ୍ତ ସନ୍ଦେହ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.