Breaking News – ରାଜ୍ୟର ଏହି ସ୍ଥାନ ଗୁଡିକ ରେ ଆଜି ଠାରୁ 3 ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
ଗରମରୁ ମିଳିଛି ଏବେ ଆଶ୍ବସ୍ତି ଯାହାକି ରାଜ୍ୟ ରେ ସକ୍ରିୟ ପଶ୍ଚିମା ଝଡ଼ ଦେଖିବା ପାଇଁ ମିଳିଛି ଆଉ ଏହାର ପ୍ରଭାବ ରେ ଉତ୍ତର ଉପକୂଳ ରେ ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି | ଗୁରୁବାର ଠାରୁ ରାଜ୍ୟ ରେ ବର୍ଷାର ବିସ୍ତୁସ୍ତି ବଢ଼ିବା ସହ ଝଡ଼ ପବନ ହେବ ଏବଂ ଗାଙ୍ଗୟେ ପଶ୍ଚିମବଙ୍ଗ ତଥା ହିମାଳୟ ପାଦ ଦେଶରୁ ଦକ୍ଷିଣ ଓଡ଼ିଶା ଯାଏଁ ନିମ୍ନଚାପ ରେଖା ଲମ୍ବିଛି | ଯାହା କ୍ରମେ ଏହା ଓଡ଼ିଶା କୁ ଆହୁରି ନିକଟତର ହେବ ଫଳରେ ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି |
ଏହି ଜିଲ୍ଲା ଗୁଡ଼ିକ ହେଉଛି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ |
ଏହି ସମୟରେ 40 ରୁ 50 କିଲୋମିଟର ବେଗରେ ପଵନ ବହିବ ଏବଂ ପଵନ ବହିବା ବେଳେ କ୍ଷୟକ୍ଷତି ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି | ଆସନ୍ତା 19 ତାରିଖ ଯାଏଁ ଝଡ଼ ପବନ ସହ ବର୍ଷା ହେବ ଯାହାକି 18 ତାରିଖ ରେ ସର୍ବାଧିକ ପ୍ରଭାବ ରହିବ | ଉପକୂଳ ଓଡ଼ିଶା ର 6ଟି ଜିଲ୍ଲା ସାଙ୍ଗକୁ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ରେ ବର୍ଷା କୁ ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି |
ତେବେ ଏହି ପଶ୍ଚିମା ଝଡ଼ କାହାକୁ କୁହାଯାଏ ଏହା କେଁଉ ସମୟରେ ସୃଷ୍ଟି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଥିବ | ବିଶେଷଜ୍ଞଙ୍କ କହିବା କଥା ଯେ ଭୂମଧ୍ୟ ସାଗର ରୁ ବାୟୁମଣ୍ଡଳ ମଧ୍ୟଭାଗ ରେ ଘୁର୍ଣ୍ଣିବଳୟ ସୃଷ୍ଟି ହେଲେ ପଶ୍ଚିମାଝଡ଼ ଆସେ, ଏହି ପବନ ପଶ୍ଚିମ ରୁ ପୂର୍ବ ଆଡ଼କୁ ପ୍ରବାହିତ ହେଉ ଥିବାରୁ ଏହାକୁ ପଶ୍ଚିମାଝଡ଼ ବୋଲି କୁହାଯାଏ |
ଏହି ଘୁର୍ଣ୍ଣିବଳୟ ବା ନିମ୍ନ ଚାପ ରେଖା ଦକ୍ଷିଣ ଆଖ୍ୟାଂଶ ଆଡ଼କୁ ଗତି କଲେ ଓଡ଼ିଶା ଉପରେ ପ୍ରଭାବ ପକାଏ | ପଶ୍ଚିମାଝଡ଼ ସାଧାରଣତଃ ଶୀତ ଋତୁରେ ଉତ୍ତର ଭାରତ ରାଜ୍ୟ ଗୁଡ଼ିକ ରେ ପ୍ରଭାବ ପକାଇ ଥାଏ | ବର୍ତ୍ତମାନ ଏହାର ପ୍ରଭାବ ରେ ରାଜ୍ୟ ରେ ବର୍ଷା କୁ ନେଇ ଆକଳନ ହୋଇଛି | ପଶ୍ଚିମାଝଡ଼ ପ୍ରଭାବ ରେ ତାପମାତ୍ରା କମି ଯାଇଛି, 19 ତାରିଖ ରେ ଏହାର ପ୍ରଭାବ କମିବା ପରେ ପୁଣି ତାପମାତ୍ରା ବଢିବ ବୋଲି ଯାହା ସୂଚନା ମିଳିଛି |