ଦୁନିଆରେ ପ୍ରାୟ ବହୁତ ଲୋକ ଅଛନ୍ତି ଯେଉଁମାନେ କାମର ବ୍ୟସ୍ତତା ଭିତରେ ପରିସ୍ରା ଲାଗିଥିଲେ ମଧ୍ୟ ପରିସ୍ରା କୁ ଅଟକାଇ ରଖିଥାନ୍ତି। ଆଉ ଏହି ସବୁ କାମର ବ୍ୟସ୍ତତା ଯୋଗୁଁ ହିଁ ଲୋକେ କରିଥାନ୍ତି, ଆଉ ଏହା କରିବା ଦ୍ୱାରା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଏପରି ଭୁଲ କାମ କରୁଛନ୍ତି ତାହେଲେ ଏହା ଆପଣଙ୍କ ଶରୀରର ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ଏବଂ ଆପଣ ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି।
ତେବେ ଆଜି ଆପଣଙ୍କୁ ଜଣେଇବୁ ପରିସ୍ରା ଅଟକାଇବା ଦ୍ୱାରା ଶରୀର ଉପରେ କି ପ୍ରକାର ଖରାପ ପ୍ରଭାବ ପକାଇଥାଏ ସେ ବିଷୟରେ। ପ୍ରତ୍ୟେକ ସକାଳ ଉଠିବା ପରେ ଆମର ପରିସ୍ରା ଯିବ ନିହାତି ଆବଶ୍ୟକ କାରଣ ପରିସ୍ରା ବାହାର ହେବା ଦ୍ଵାରା ଆମ ଶରୀରର ଅନେକ ଅପରିଷ୍କାର ଜିନିଷ ବାହାରକୁ ବାହାରି ଯାଇଥାଏ ।
କିନ୍ତୁ ଅନେକ ବ୍ୟକ୍ତି ନିଜର ବ୍ୟସ୍ତତା ମଧ୍ୟରେ ରହି ପରିସ୍ରା ଅଟକାଇ ରଖିବାର ଅଭ୍ୟାସ କରି ସାରିଲେଣି, ପରିସ୍ରା ଆପଣ ଅଧିକ ସମୟ ଅଟକାଇ ରଖିବା ଦ୍ଵାରା ଏହା ଆପଣଙ୍କ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।ପ୍ରଥମେତଃ ଏହା ଆପଣଙ୍କ ବ୍ଲାଡାର ଉପରେ ଅଧିକ ପ୍ରଭାବ ପକାଇ ଧୀରେ ଧୀରେ ଆପଣଙ୍କ କିଡ଼ନୀ ମଧ୍ୟ ଖରାପ କରିଦେଇଥାଏ ।
ଅଧିକ ବ୍ୟକ୍ତି ମାନଙ୍କର ଅଭ୍ୟାସ ରହିଥାଏ କି ସେମାନେ ବହୁତ କମ ପାଣି ପିଇଥାନ୍ତି ତେଣୁ ଆପଣ ଯଦି କମ ପାଣି ପିଅନ୍ତି ତେବେ ତାହା ଆପଣଙ୍କ ଶରୀର ଅପରିଷ୍କାର ଗୁଡିକ ବାହାରକୁ ବାହାର କରିପାରେ ନାହିଁ ।କାରଣ ଆପଣ ଯେତେବେଳେ ଅଧିକ ପାଣି ପିଅନ୍ତି ତାହା ଆପଣଙ୍କ ଶରୀରର ଅନେକ ଅପରିଷ୍କାର ଗୁଡିକୁ ପରିସ୍ରା ଆକାରରେ ବାହାରକୁ ବାହାର କରିଦିଏ ମାତ୍ର ଆପଣଙ୍କ ପରିସ୍ରା ଯଦି ହଳଦିଆ ଦେଖାଯାଏ ତେବେ ଆପଣ ବୁଝିବେ କି ଏହା ଆପଣଙ୍କ ପାଣି କମ କାରଣରୁ ହୋଇଛି ।
ତେଣୁ ଆପଣ ନିଜ ଶରୀର କୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ ।ଏହା ସହିତ ଆପଣକେବେ ପରିସ୍ରା ଅଟକାଇବା ପରି ବଡ଼ ଭୁଲ କରନ୍ତୁ ନାହିଁ, ଏହାର ପ୍ରଭାବରେ ଆପଣ ବ୍ଲାଡାର ସହିତ କୀଡୀନି ମଧ୍ୟ ଖରାପ ହୋଇଥାଏ ।
ଏହା ସହିତ ଆପଣଙ୍କ ଶରୀରରେ ଅନେକ ଛୋଟ ବଡ ସମସ୍ୟା ମଧ୍ୟ ଦେଖା ଦେଇଥାଏ, ତେଣୁ ଆପଣ ଏହି ସବୁ ଠାରୁ ସମ୍ପୂର୍ଣ ଦୁରେଇ ରହିବା ସହିତ ନିଜର ପରିସ୍ରା ପ୍ରତି ଧ୍ୟାନ ଦିଅନ୍ତୁ ।ଆପଣଙ୍କୁ ପରିସ୍ରା ଲାଗିବା ମାତ୍ରେ ଆପଣ ସଙ୍ଗେ ସଙ୍ଗେ ଯିବ ପାଇଁ ଚେଷ୍ଟା କରନ୍ତୁ, ତାହା ସହିତ ସଫିସିଏଣ୍ଟ ପାଣି ପିଇବା ପାଇଁ ଆପଣ ଚେଷ୍ଟା କରନ୍ତୁ ।ଯାହା ଦ୍ଵାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ଆପଣଙ୍କ କୀଡନି ଜନିତ ସମସ୍ୟା ଦେଖାଯାଏ ନାହିଁ ।