ଆପଣ ଜାଣିଥିବେ ନିଶ୍ଚିତ ବର୍ତ୍ତମାନ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହୁଛନ୍ତି, ସେଥିପାଇଁ ସେମାନେ ନିଜ ଖାଇବା ମଧ୍ୟ ବହୁତ ଦେଖିକରି ଖାଇଥାନ୍ତି ।ବର୍ତମାନ ଅଧିକ ଲୋକ ଡାଇବେଟିସ, ହାର୍ଟ ଜନିତ ସମସ୍ୟା ସହିତ ଓଜନ ବଢିବା ଆଦି ଅନେକ ସମସ୍ୟାରେ ସେମାନେ ପୀଡିତ ରହୁଛନ୍ତି ।ଏହା ବ୍ୟତୀତ ଲୋକେ କ୍ୟାନସର ରୋଗରେ ମଧ୍ୟ ପୀଡ଼ିତ ହେଉଛନ୍ତି। କ୍ୟାନସର ଏମିତି ଗୋଟିଏ ରୋଗ ଯାହାର ନାଁ ଶୁଣିଲେ ସମସ୍ତେ ଡରି ଯାଇଥାଏ।
ଏଥିପାଇଁ ସେହି ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାନ୍ତି ଯେ ଏହି ସବୁ ସମସ୍ୟାରୁ ସେମାନେ କିପରି ମୁକ୍ତି ପାଇବେ ।ତେବେ ଆଜି ଆପଣଙ୍କୁ କୋଲୋରେକ୍ଟାଲ କ୍ୟାନସର ବିଷୟରେ କହିବୁ ।କାରଣ ଏହି କ୍ୟାନସର ରୋଗ ବହୁତ ମାରାତ୍ମକ ହୋଇଥାଏ ଓ ଯାହାକୁ ହୋଇଥାଏ ବହୁତ କଷ୍ଟ ହୋଇଥାଏ। ଆଉ ଯଦି ଆପଣଙ୍କ ଏହି ସମସ୍ୟା ନିଜ ଶରୀରରୁ ସମ୍ପୂର୍ଣ ଭଲ ହୋଇଯାଏ ତେବେ ସେମାନେ ସବୁବେଳେ ଚିନ୍ତା ମୁକ୍ତ ହୋଇଯାଇଥାନ୍ତି।ତେବେ ଏହି ରୋଗର ଲକ୍ଷଣ, ଚିକିତ୍ସା ବିଷୟରେ ଜାଣିବା।
କାରଣ –
ଏହି କ୍ୟାନସର ସାଧାରଣତଃ ଆପଣଙ୍କ ପେଟରେ କ୍ଷୁଦ୍ରାନ୍ତ୍ର କିମ୍ବା ବୃହଦନ୍ତ୍ରରେ ହୋଇଥାଏ, ଏହି କ୍ଷେତ୍ରରେ ଜିନ ଜନିତ ପ୍ରୋବ୍ଲେମ ମଧ୍ୟ ହୋଇଥାଏ ।ସାଧାରଣତଃ ଏହି ରୋଗ ନିଜର ଖାଦ୍ୟ ପେୟର ଅସୁବିଧା କାରଣରୁ ମଧ୍ୟ ହୋଇଥାଏ,ଏହା ସହିତ ଆପଣ ଯଦି ପାଣି କାମ ପିଇବା ସହିତ କଲେଷ୍ଟ୍ରୋଲ ଜାତୀୟ ଖାଦ୍ୟ ଅଧିକ ଖାଇଥାନ୍ତି ତେବେ ଆପଣକୁ ଏହି କ୍ୟାନସର ଜନିତ ସମସ୍ୟା ଅଧିକ ହୋଇଥାଏ ।ଏହି ରୋଗ ଉଭୟ ପୁରୁଷ ଓ ମହିଳା ଉଭୟଙ୍କ ଠାରେ ଦେଖା ଯାଉଥିବା ସମୟରେ କେତେକ କ୍ଷେତ୍ରରେ ଏହା ପୁରୁଷ ମାନଙ୍କୁ ଠାରେ ଅଧିକ ହୋଇଥାଏ ।
ଲକ୍ଷଣ –
ଏହି ରୋଗ ହୋଇଥିଲେ ବ୍ୟକ୍ତି ଅଧିକ ସମୟ ଝାଡା ଯିବାରେ କଷ୍ଟ ପାଇଥାଏ ଅର୍ଥାତ କନଷ୍ଟିପେସନ ଅଧିକ ହୋଇଥାଏ। ଏହା ସହିତ ବ୍ୟକ୍ତିର ଝଡ଼ରେ ଯଦି ବ୍ଲଡ଼ ଆସୁଥିବା ତେବେ ସେହି ବ୍ୟକ୍ତି ଏଥିରେ ପ୍ରଭାବିତ ହୋଇଛି ବୋଲି ଜାଣିବା ।ଏହା ସହିତ ବ୍ୟକ୍ତି ବେଳେ ବେଳେ ଡ଼ାଇରିଆରେ ଆକ୍ରାନ୍ତ ହେବାର ମଧ୍ୟ ଦେଖିବାକୁ ମିଳିଥାଏ, କେତେକ ସମୟରେ ପେଟ ଯନ୍ତ୍ରଣା ଜନିତ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।ଏହି ସମସ୍ତ ସମସ୍ୟା ଯଦି ବ୍ୟକ୍ତି ପାଖରେ ଦେଖିବାକୁ ମିଳିଥାଏ ତେବେ ବ୍ୟକ୍ତିଙ୍କୁ କ୍ୟାନସର ହୋଇଛି ବୋଲି ଜାଣିବା ।
ଚିକିତ୍ସା –
ଯଦି ଆପଣଙ୍କ ଠାରେ ଏହି ସମସ୍ୟା ଦେଖା ଦେଉଥାଏ ତେବେ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ, ପ୍ରଥମେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ସହିତ କ୍ୟାନସର ଷ୍ଟେଜ ବିଷୟରେ ଜାଣିବା ନିହାତି ଆବଶ୍ୟକ ।ପରେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାଇ ତାଙ୍କୁ କେଉଁ ପ୍ରକାର ଚିକିତ୍ସା ଆବଶ୍ୟକ ତାହା ଆପଣ ଜାଣିବା ଆବଶ୍ୟକ,ଏହା ସହିତ ଆପଣ ନର୍ମାଲ ଖାଦ୍ୟ ଖାଇବା ସହିତ ଧୂମ୍ରପାନ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିବା ନିହାତି ଜରୁରୀ ।ଏହା ସହିତ ଆପଣ ପ୍ରତ୍ୟେକ ଦିନେ ଅଧିକ ପାଣି ପିଇବା ସହିତ ଫାଇବାର ଜାତୀୟ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ।ଏହିପରି କଲେ ଆପଣ କୋଳରେକ୍ଟଲ କେନସରରେ ପ୍ରଭାବିତ ହେବେ ନାହିଁ ।