ଦେଖନ୍ତୁ Socking ଭିଡ଼ିଓ : ରାତି ହେଲେ ମୁଁ ଭାଲୁ ହୋଇଯାଏ ! ଏବେ ପୋଲିସ ହାତରେ ସେହି ଭାଲୁ…ଦେଖିଲେ ଆଶ୍ଚର୍ଯ୍ୟ ହେବେ..

ଆଗରେ ଯାଉଥିଲା ଏକ ବିରଳ ପ୍ରାଣୀ ଆଉ ତା ପଛରେ ପୋଲିସ ଗୋଡେଇ ଚାଲିଥିଲା ଆଉ ଯେତେ ବେଳେ ପୋଲିସ ଧରି ଦେଲା ସେମାନେ ନିଜେ ହିଁ ଡରି ଗଲେ | କାରଣ ଧରି ଦେଲା ପରେ ପୋଲିସ ଙ୍କୁ ଲାଗି ଥିଲା ଙ୍କୁ ଗୋଟିଏ ମଣିଷ ଏମିତି ଭାଲୁ ର ପୋଷାକ ପିନ୍ଧି ପକାଇଛି ଆଉ ଥାନା ପର୍ଯ୍ୟନ୍ତ ଆଣିଲା ପରେ ବି ସେମିତି ମୁଖା ପିନ୍ଧି ଥିଲେ |

ଆଉ ଏମିତି ଅଧା ଭାଲୁ ଆଉ ଅଧା ମଣିଷ ଭଳି ଦେଖା ଯାଉ ଥିଲେ ଆଉ ଟିକେ ସମୟ ବିତି ଗଲା ପରେ ସେହି ଅଧା ଭାଲୁ ର ଅସଲ ଚେହେରା ଫେରି ଆସିଲା | ହାତରେ ଶାବଳ ଆଉ ଛୁରୀ ଧରି ଆସୁ ଥିଲେ ଆଉ ମୁହଁରେ ମୁଖା ପିନ୍ଧି ଘଟଣା ସ୍ଥଳରୁ ସହଜ ରେ ଖସି ଯାଉ ଥିଲେ |

 

ତେବେ ଦୀର୍ଘ ଦିନ ହେବ ଚାରି ଗୋଟି ଜିଲ୍ଲା ରେ ନିଜର ଲୁଟ ର ସାମ୍ରାଜ୍ୟ ବିସ୍ତାର କରିଥିବା ଏହି ଚାରି ଲୁଟେରା ଙ୍କୁ ଏବେ ପୋଲିସ ଗିରଫ କରିଛି | ଏହି ଲୁଟେରା ମାନେ ବିଭିନ୍ନ ତରିକା ରେ ଲୁଟେରା କରୁ ଥିଲେ, ସ୍ଥାନୀୟ ଥାନା ବରବାଡ଼ି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଲୁଟ ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଉଦଳା ପୋଲିସ ଚଢ଼ାଉ କରିଥିଲା |

କିନ୍ତୁ ଘଟଣା ସ୍ଥଳରେ ଜଣେ ଲୁଟେରା କୌଶଳ କ୍ରମେ ଖସି ଯାଉ ଥିବା ବେଳେ ଚାରି ଜଣ ଅନ୍ତ ଲୁଟେରା କୁ ପୋଲିସ ଗିରଫ କରିଛି | ତେବେ ଲୁଟେରା ମାନେ ଭଦ୍ରକ ଜିଲ୍ଲା ଅଞ୍ଚଳ ର ହୋଇ ଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୁରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଲୁଟ ଜାରି ରଖି ଥିଲେ |

ପୋଲିସ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ କରିବା ନିମନ୍ତେ ବ୍ୟବହାର କରୁଥିବା ଶାବଳ, ଛୁରୀ ଅନେକ ମାରଣାସ୍ତ୍ର ଏବଂ ପାଞ୍ଚ ଗୋଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଛି | ତେବେ ଏହି ଲୁଟେରା ମାନେ ହେଲେ, ରଣା, ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା, ଚୁଗୁଲୁ ମୁଣ୍ଡା |

ଏହି ଲୁଟେରା ମାନେ କପ୍ତିପଦା, ଉଦଳା ଅଞ୍ଚଳ ରେ ହୋଇ ଥିବା ବିଭିନ୍ନ ଲୁଟ ରେ ସମ୍ପୂକ୍ତ ଥିଲେ | ତେବେ ଗିରଫ ହୋଇ ଥିବା ସମସ୍ତ ଲୁଟେରା ଙ୍କ ବୟସ 19 ବର୍ଷ ରୁ 22 ବର୍ଷ ହୋଇଥିବା ବେଳେ ପୂର୍ବରୁ ଏମାନେ ଅନେକ ଥର ଲୁଟ କରିଛନ୍ତି | ତେବେ ଏଭଳି ବେଶ ବଦଳାଇ ଲୁଟ କାରିବାରୁ ତାଙ୍କୁ କେହି ଜାଣି ପାରନ୍ତି ନାହିଁ | ଯାହାକି ଏଭଳି ଏକ ଘଟଣା ଏବେ ବେସ ଚର୍ଚ୍ଚା ର ବିଷୟ ପାଲଟିଛି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.