ଝିଅ ଅଭିଯୋଗ କଲେ ପୁଅକୁ ବନ୍ଧା ହେଉଛି ,ଝିଅ ମାନେ ମିଛ କହି ହୋଟେଲ ଯାଉଛନ୍ତି ? ଶୁଣନ୍ତୁ ଏହି ଯୁବତୀ ଙ୍କ ମୁଖରୁ ….

ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ଆପଣ ମାନେ । ତେବେ ବେଳେ ବେଳେ କିଛି ଏଭଳି ଘଟଣା ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯେଉଁ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ବା ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଠିକ ସେହିଭଳି କିଛି ଘଟଣା ସାମ୍ନା କୁ ଆସିଛି।ତେବେ ଆଜିକାଲିର ଯୁବପିଢ଼ି ମାନେ ପ୍ରେମ କରି ପାଠ ପଢ଼ା ନାଁ ରେ ହୋଟେଲ ଯାଇ ରାସଲୀଳା କରୁଛନ୍ତି। ଏହାକୁ ନେଇ ଜଣେ କଲେଜ ଛାତ୍ରୀ କଡ଼ା ମନ୍ତବ୍ୟ ଦେଇଛନ୍ତି। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।


ତେବେ ଯୁବତୀ ଜଣଙ୍କ ହେଉଛନ୍ତି ରମାଦେବୀ ର ପୂର୍ବତନ ଛାତ୍ରୀ ଆଉ ଯାହାଙ୍କର ନାଁ ହେଉଛି କବିତା ଭୂତୀୟ ।ତେବେ ସେ ମିଡ଼ିଆ ସାମ୍ନାରେ କହିଛନ୍ତି କି, ଆଜିକାଲି ର ପ୍ରାୟ ଛୋଟ ଛୋଟ ଝିଅ ମାନେ ଯେଉଁ ମାନେ ଦୁନିଆ କୁ ଭଲ ଭାବରେ ଜାଣି ନାହାଁନ୍ତି ସେହି ମାନେ ଏହି ଲଭ କେସ ରେ ଫସି ଯାଉଛନ୍ତି । ଲଭ କିନ୍ତୁ ଖରାପ ନୁହଁ ଲଭ କର ହେଲେ ଲୋକଙ୍କୁ ଚିହ୍ନିକି କର, କାରଣ ତମ ବାପା ମା ଏତେ କଷ୍ଟ ରେ ପଇସା ରୋଜଗାର କରି ତମକୁ କଲେଜ ରେ ପଢ଼ାଉଛନ୍ତି ।କିନ୍ତୁ ତମେ ଲଭ କରୁଛ ଆଉ କଲେଜ ନାଁ କହିକି ହୋଟେଲ ଯାଉଛ ଏଟା ଜମା ବି ଠିକ କଥା ନୁହଁ ।


ଆଉ ଯଦି ବି ସେମିତି କିଛି କରୁଛ ତାହେଲେ ପାଠ ପଢ଼ ଆଉ ଯଦି କେଉଁଠି ଭଲ ପାଉଛ ତେବେ ଘର ଲୋକ ଙ୍କୁ ସେ ବିଷୟରେ ଜଣାଅ ।ଯେହତୁ ଛୋଟ ପିଲା ଆମେ ଭଲ ପରିବାର ରୁ ଆସିଛେ ତେବେ ଏହି ଭଲ ପାଇବାରେ ପଶି ନିଜକୁ କେବଳ ଆମେ ଖରାପ କରି ଦେଉଛୁ କାରଣ ଏହି ପ୍ରେମ ଆଜିକାଲି ଦୁନିଆଁ ରେ ପୁରା ମିଛ ହୋଇ ଗଲାଣି । ଏହି ସମୟରେ ମନ ଦେଇ ପାଠ ପଢ଼ କ୍ୟାରିୟର ଗଢ଼ ଆଉ ଭଲ ଚାକିରୀ କର ଆପେ ଭଲ ବର ମିଳିବେ କିନ୍ତୁ ପ୍ରେମ କରି ଏଭଳି କ୍ୟାରିୟର ନଷ୍ଟ କର ନାହିଁ ।ଆଉ ଏଥିପାଇଁ ବାପା ମା ମାନେ ମଧ୍ୟ ଦାୟୀ କାରଣ ଯେଉଁ ଛୁଆ ଙ୍କୁ କଲେଜ ଛାଡ଼ି ଦେଉଛନ୍ତି ସେମାନେ କଲେଜ ଯାଉଛନ୍ତି କି ନାହିଁ ଠିକ ସମୟରେ ଘରକୁ ଫେରୁଛନ୍ତି କି ନାହିଁ ଏସବୁ ବୁଝିବା ଦରକାର ।

କାରଣ ଆଜିକାଲି ଝିଅ ମାନେ ଯାହା କରୁଛନ୍ତି ତାହାଦ୍ୱାରା ପୁରା ସମାଜ ର ଝିଅ ଖରାପ ଦୃଷ୍ଟି ରେ ଯାଉଛନ୍ତି ।ଏହା ସହିତ ଝିଅ ମାନେ ଯଦି କୌଣସି ପୁଅଙ୍କ ନାଁ ରେ ଅଭିଯୋଗ କରୁଛନ୍ତି ତାହେଲେ ସେହି ପୁଅ ଙ୍କୁ ସାଙ୍ଗେ ସାଙ୍ଗେ କୋର୍ଟ ଫରୱାର୍ଡ଼ କରି ଦିଆ ଯାଉଛି ନହେଲେ ପୁଅର ବାପା ମା ଙ୍କୁ ସାଙ୍ଗେ ସାଙ୍ଗେ ଜେଲ ନିଆ ଯାଉଛି ।କିନ୍ତୁ ଯଦି ଗୋଟେ ପୁଅ ହାରାସମେଣ୍ଟ ରହୁଛି କିମ୍ବା ଯଦି କୌଣସି ପୁଅ ଏକ ଝିଅ ନାଁ ରେ ଅଭିଯୋଗ କରୁଛି ତାହେଲେ ସେହି ଝିଅ ଙ୍କୁ ବି ଜେଲ ନେବା ଦରକାର ଏବଂ ତାଙ୍କ ବାପା ମା ଙ୍କୁ ମଧ୍ୟ ବ୍ଲେମ କରିକି କାଠଗୋଡ଼ା ନେବା ଦରକାର ।

Leave A Reply

Your email address will not be published.