କେଁଉ ନାରୀ ମାନଙ୍କ ଶରୀର ରେ ମାଲକ୍ଷ୍ମୀ ରହିଥାନ୍ତି ଏବଂ କେଁଉ ଘରେ ମା ଲକ୍ଷ୍ମୀ ରହିବା ପାଇଁ ପସନ୍ଦ କରନ୍ତି ଆଜି ଆମେ ଏହି ସମ୍ପର୍କ ରେ ଆଲୋଚନା କରିବା | ନାରୀ ମାନଙ୍କୁ ପ୍ରାୟତଃ ଚାରି ଭାଗରେ ବିଭକ୍ତ କରାଯାଇଛି, ହସ୍ତୀନୀ, ଚିତ୍ରିଣୀ, ସଂକ୍ଷିଣୀ ଓ ପଦ୍ମିନୀ ଆଉ ଯାହାକି ଏହି ପଦ୍ମିନୀ ନାରୀଙ୍କ ପାଖରେ ମା ଲକ୍ଷ୍ମୀ ବାସ କରିଥାନ୍ତି |
ଯାହା ଘରେ ଠାକୁର ଘର ଅଛି ତାଙ୍କ ଘରକୁ କେବେ ହେଲେ ମା ଲକ୍ଷ୍ମୀ ଛାଡ଼ି କରି ଯାଆନ୍ତି ନାହିଁ ଏବଂ ଏହା ସହିତ ଯେଉଁ ନାରୀ ଗୁରୁଙ୍କୁ ଭକ୍ତି କରେ ଏବଂ ପତିର ଆଦେଶ ଅନୁଯାଇ ସବୁ କାମ କରିଥାଏ ତାଙ୍କ ଗୃହ କି ମଧ୍ୟ ମା ଲକ୍ଷ୍ମୀ କେବେ ହେଲେ ଛାଡ଼ି ଯାଆନ୍ତି ନାହିଁ |
ଯେଉଁ ନାରୀ ଅଳ୍ପ ଜିନିଷ ରେ ସନ୍ତୁଷ୍ଟ ହୁଅନ୍ତି ଆଉ ଯିଏ ପତି ହିତ କଥା କହୁଥିବ ତାଙ୍କର ଅବନୀତି କେବେ ବି ଚିନ୍ତା କରୁ ନଥିବ, ଏହା ସହିତ ଯେଉଁ ନାରୀ ଧୀରେ ଧୀରେ ଚାଲିଥାଏ ସୁକୁମାରୀ ହୋଇ କଥା କହିଥାଏ, ଯେଉଁ ନାରୀ ଅନ୍ୟ ପୁରୁଷ ଙ୍କୁ ଦେଖିଲେ ନିଜ ପିତା ଓ ପୁତ୍ର ତୁଲ୍ୟ କରିଥାଏ ଅର୍ଥାତ ଖରାପ ବ୍ୟବହାର ଦେଖାଇ ନଥାଏ ଏହି ପରି ନାରୀ ମାନଙ୍କ ଗୃହକୁ କ୍ଷଣକେ ମଧ୍ୟ ମା ଲକ୍ଷ୍ମୀ ଛାଡ଼ି ନଥାନ୍ତି |
ଯାହାର ଅଣ୍ଟା ଜାଗା କଟିକ ହୋଇ ସରୁ ହୋଇ ଥିବ, ମୃଗ ଭଳି ଆଖି ଢ଼ଳଢ଼ଳ ହୋଇ ଥିବ, ଅଧିକ ଗୋରା ବା ଅଧିକ କଳା ହୋଇ ନଥିବ, ଆଖି ପତା ସୁନ୍ଦର ହୋଇଥିବ, ନାକ ପୁଡା ସିଧା ହୋଇ ଥିବ ସେହି ନାରୀ ଙ୍କ ଠାରେ ମା ଲକ୍ଷ୍ମୀ ବାସ କରନ୍ତି | ଯେଉଁ ନାରୀ ଙ୍କର ନାଭି ଗଭୀର ହୋଇ ଥିବ ତାହା ଭଲ ହୋଇ ଥିବ ଏବଂ ସୁନ୍ଦର ଓଷ୍ଠ ହୋଇ ଥିବ ଏଭଳି ଗଢ଼ା ହୋଇ ଥିବା ନାରୀଙ୍କୁ ପଦ୍ମିନୀ ନାରୀ ବୋଲି କୁହାଯାଏ |
ଦାନ୍ତ ଗୁଡ଼ିକ ମୁକ୍ତା ଆକାର ହୋଇ ଥିବ ବା ଧଳା ହୋଇଥିବ ଏଭଳି ଥିବା ନାରୀଙ୍କ ଦେହରେ ମା ଲକ୍ଷ୍ମୀ ବାସ କରିଥାନ୍ତି | ଯେଉଁ ନାରୀ ପାପ କାମ କରୁଥିବେ ମା ତାଙ୍କ ପାଖରେ ରୁହନ୍ତି ନାହିଁ, ଯେଉଁ ନାରୀ ସବୁବେଳେ କଳହ କରିଥିବେ, ଦୁଷ୍ଟ ହୋଇ ଥିବେ ଏବଂ କୁଚରିତ୍ର ହୋଇ ଥିବେ ସେହି ନାରୀଙ୍କ ଠାରେ ମା ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ | ଯିଏ ନିଜ ସ୍ୱାମୀ ଙ୍କୁ ନିଜ ଅଧୀନରେ ରଖିଥାଏ ତାହାକୁ ମହାଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ |
ଯିଏ ଉଲଗ୍ନ ହୋଇ ରାତିରେ ଶୟନ କରେ, ଯିଏ ଘରେ ମିଳିମିଶି ନ ରୁହେ, ଯେଉଁ ନାରୀ ବ୍ରାହ୍ମଣ ମାନଙ୍କୁ ନିନ୍ଦା କରେ, ଯେଉଁ ମାନେ ଧର୍ମ କାର୍ଯ୍ୟରେ ବାଧା ଦିଅନ୍ତି, ଯିଏ ସନ୍ଧ୍ୟା ସମୟରେ ଶୋଇଥାନ୍ତି ଏବଂ ଗୁରୁବାର ଦିନ ଯିଏ ଘରୁ ଧାନ ଦେଇଥାଏ ସେଭଳି ଘରେ କେବେ ହେଲେ ମା ଲକ୍ଷ୍ମୀ ରୁହନ୍ତି ନାହିଁ |