ଦେଖନ୍ତୁ EXCLUSIVE :ଭିଡିଓ- ମୁଁ ବାହା ହେଲା ପରେ ମାତ୍ର 2 ମାସ ମଧ୍ୟରେ ମୋର ଛୁଆ ରହିଗଲା ଗର୍ଭରେ….ଆଉ ତା ପରେ ମୁଁ..ସେହି ଛୁଆକୁ….
ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ ଅଟେ। ବିବାହକୁ ନେଇ ପୁଅ ଓ ଝିଅ ମାନେ ବହୁତ ଖୁସି ହୋଇ ଥାଆନ୍ତି। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ ବଚନ ଦେଇ ଥାଆନ୍ତି। ବିବାହ ପରେ କେହି କାହାରିକୁ ଛାଡି ମଧ୍ୟ ରହି ପାରନ୍ତି ନାହିଁ। ବିବାହ କାର୍ଯ୍ୟ ବୈଦିକ ରୀତି ନୀତି ଓ ପ୍ରଥା ପରମ୍ପରା ଅନୁସାରେ ହୋଇ ଥାଏ। ସେହିପରି ଗୋଟିଏ ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ।
ତେବେ 2010 ମସିହାରେ ଦୁଇଜଣ ପରସ୍ପରର ହାତ ଧରନ୍ତି ଏହା ପରେ ବାହାଘର ହୁଏ ଆଉ ନିଆଁକୁ ସାକ୍ଷୀ ରଖନ୍ତି । କିଛି ଦିନ ପରେ ଆରମ୍ଭ ହୁଏ ସମସ୍ୟା ଆଉ ଆସିଯାଏ ବାହାଘରରେ ବାଧା ବିଘ୍ନ । ତେବେ ସେହି ବାଧା ବିଘ୍ନକୁ ଖାତିର ନକରି ସେମାନେ ସମ୍ପର୍କକୁ ଆଗେଇ ଚାଲନ୍ତି ।
ଭଗବାନଙ୍କର ବିଳମ୍ବନା କୁହନ୍ତୁ କି ଭାଗ୍ୟର ବିଳମ୍ବନା ସବୁ ଜିନିଷ ଠିକ ହେଇଯାଏ । ଆଉ ବୋଧ ହୁଏ ସେଇଟା ଭଗବାନଙ୍କର ଇଛା ଥିଲା ସେ ଗୋଟେ ପଦ୍ଧତିକୁ ଆପଣାଇ ଥିଲେ ଯାହାର ନାମ ଥିଲା ରେକି । ତେବେ ଆପଣ ମାନେ ସେମାନଙ୍କୁ ସୋସିଆଲ ମିଡିଆରେ ଦେଖନ୍ତୁ । ଏହି ଦୁଇ କପଲ ହେଉଛନ୍ତି ବନ୍ଦନା ଏବଂ ରାଜିଭ । ତେବେ ବନ୍ଦନା ଏବଂ ରାଜିଭ ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ସାକ୍ଷାତ୍କାରରେ ରାଜିଭ କହିଛନ୍ତି-‘2010ରେ ବିବାହ ଆରମ୍ଭ ହେଉ ହେଉ ମତେ ଲାଗିଲା ମୁଁ ଗୋଟେ ରାଜା ହେଇ ଯାଇଛି ଗୋଟେ ବ୍ୟକ୍ତିର ମାଲିକ ମୁଁ ମୋତେ ଯାହା ଇଛା ମୁଁ ତା ସହ କରିବି । ମୁଁ ତାଙ୍କୁ ଯାହା କୁହେ ସେ ସବୁ କରନ୍ତି । ହେଲେ ଆମ ଓଡିଶାର ସଂସ୍କୃତି ଅନୁସାରେ ନାରୀ ମାନଙ୍କ ପାଇଁ ବହୁତ କିଛି ନିୟମ ରହିଛି । ତେବେ ଆମେ ମାନେ ଭୁଲ କଲେ ଦେଖା ଯାଏନି ହେଲେ ନାରୀ ମାନେ ଭୁଲ କଲେ ଦେଖା ଯାଏ’ ।ଅନ୍ୟ ପକ୍ଷେ ବନ୍ଦନା କହିଛନ୍ତି-‘ମୁଁ ଭାବି ଥିଲି ସବୁ ଭଲ ବାପଘର ଠାରୁ ଶାଶୁଘର ବହୁତ ପାଖ ଗୋଟେ ଝିଅ ଭାବେ ସବୁବେଳେ ସ୍ଵାମୀ ସହ ବୁଲିବେ ସେ ଇଛା ମୋର ହେଇ ପାରିଲା ନାହିଁ କାରଣ ବାହାଘରର ଦୁଇ ତିନି ମାସ ଭିତରେ ମୋର ପିଲା ରହିଗଲା ।
ମୁଁ ଆଶା କରିଥିଲି ଟିକେ ବାହାରକୁ ବୁଲିବାକୁ ଯିବା ପାଇଁ ପିଲା ଗୋଟେ ବର୍ଷ ପରେ କରିଥାନ୍ତି । ଗୋଟେ ବର୍ଷ ଟିକେ ଏଞ୍ଜୋଏ କରିବା ପରେ ପିଲା ରଖିଥାନ୍ତି । ଆମେ ଯେହେତୁ ଆରେଞ୍ଜ ମାରେଜ କରିଛୁ ତେଣୁ ଆମେ ପରସ୍ପରକୁ ଟିକେ ଜାଣିବା ପରେ ପିଲାଟି ରଖିଥାନ୍ତୁ । ହେଲେ ଆମେ ଦୁଇଜଣ ପରସ୍ପରକୁ ଜାଣିନୁ ପିଲା ରହିଗଲା । ସେଇଟା ଟିକେ ଅସୁବିଧା କରିଥିଲା ସେହି ସମୟରେ ଆଉ’ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।