ବର୍ତ୍ତମାନ ସମୟରେ ଅସୀମା ସୀମା ଲଙ୍ଘିଛନ୍ତି ଯାହାକୁ ନେଇ ଏବେ ଅସୀମା ପଣ୍ଡା ଖୁବ ବିବାଦ ରେ ଫସି ଯାଇଛନ୍ତି | ଭଜନ କୁ ଅସମ୍ମାନ କରିଥିବା କୁ ନେଇ ତାଙ୍କ ନାଁ ରେ ଅଭିଯୋଗ ଆସି ପହଞ୍ଚିଛି | ତେବେ ଏକ ଭାଇରାଲ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଅସୀମା ପଣ୍ଡା ଏକ ମେଲଣ ପଡିଆ ରେ ଦର୍ଶକ ଙ୍କୁ କିପରି କହୁଛନ୍ତି | ଦର୍ଶକ ମାନେ ତାଳି ନ ମାରିବାରୁ ଅସୀମା ମଲ୍ଲୀ ମାଳ ଶ୍ୟାମକୁ ଦେବି ମୁଖୁଡ଼ା ଭଜନ ଟିକୁ ଗାଇ ଥିଲେ |
ତେବେ ଗତ 14 ତାରିଖ ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳ ରେ ମେଲଣ ପଡିଆ ରେ ଅସୀମା କହି ଥିଲେ କି ତାଳି ନ ମାରିଲେ ସେ ଭଜନ ଆଉ ପୁରୁଣା ଗୀତ ଗାଇବେ | ତାଙ୍କ ପାଖରେ ଭଜନ ର ପୁରା ଷ୍ଟକ ରହିଛି, ଭାଇ ତମେ ମାନେ ବି ରାତି ଅନିଦ୍ରା ଆମେ ବି ରାତି ଅନିଦ୍ରା ତମ ମାନଙ୍କ ମୁହଁ ଏମିତି ଶୁଖିକି ରହିଲେ ଆମେ ବି ଶୁଖିଲା ଗୀତ ଗାଇବୁ ଏଭଳି କିଛି ସେ ମଞ୍ଚ ରେ ଠିଆ ହୋଇ ଦର୍ଶକ ମାନଙ୍କୁ କହି ଥିଲେ |
ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ଅସୀମା ପଣ୍ଡା ସମାଲୋଚନା ର ଶିକାର ହୋଇଛନ୍ତି | ଭଜନ ପ୍ରେମୀ ମାନେ ଏଭଳି ଆଭିମୁଖ୍ୟ ନାପସନ୍ଦ କରିଛନ୍ତି ଆଉ କହିଛନ୍ତି କି ଅସୀମା ପଣ୍ଡା ଙ୍କର କ୍ୟାରିୟର ଏହି ଭଜନ ରୁ ହିଁ ଆରମ୍ଭ ହୋଇଛି ଆଉ ସେହି ଭଜନ କୁ ଏପରି ଭାବେ ନୀଚ୍ଚ ଦେଖେଇବା ଠିକ ହୋଇ ନାହିଁ |
ପାଣିକୋଇଲି ଅଞ୍ଚଳ ରେ ମଧ୍ୟ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଯାଇଛି, ଠାକୁର ଙ୍କ ମେଲଣ କୁ ଆସି ଏଭଳି ଭାବରେ ଭଜନ କି ଅସମ୍ମାନିତ କରିବା କେତେ ଦୂର ଠିକ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି | ସେପଟେ ଭଜନ କୁ ଅସମ୍ମାନ ନେଇ କଳାକାର ଜଗତ ରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ଏହାକୁ ନେଇ ସମୀକ୍ଷକ ଦିଲ୍ଲୀପ ଭାଲି କହିଛନ୍ତି କି ଅସୀମା ଯାହା କହିଛନ୍ତି ତାହା ଠିକ ନୁହେଁ ତେଣୁ କରି ସେ କ୍ଷମା ମାଗି ନେବା ଉଚିତ |
ସେହିପରି କଣ୍ଠଶିଳ୍ପୀ ଭୋମି କହିଛନ୍ତି କି ଦର୍ଶକ ମାନଙ୍କ ଜୋସ ରେ ସେ ଏଭଳି କହି ଥାଇ ପାରନ୍ତି ଆଉ ଏଭଳି କହିବା ଠିକ ହୋଇ ନାହିଁ ବରଂ ସେ କ୍ଷମା ମାଗି ଦେବାଟା ଭଲ | ହୋଲି ମେଲଣ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯଦି ଦର୍ଶକ ତାଳି ନ ମାରିଲେ ତେବେ ଅସୁବିଧା କେଉଁଠି ରହିଲା, ଭଜନ ଗାଇବା ଓ ଶୁଣିବା କଣ ପାପ, ଏବେ କଣ ଖାଲ ଆଧୁନିକ ଗୀତ କୁ ହିଁ ଦର୍ଶକ ପସନ୍ଦ କରୁଛନ୍ତି କି ଆଉ ଏଭଳି କିଛି ପ୍ରଶ୍ନ ର ବାଣରେ ରାଜ୍ୟ ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଘେରି ହୋଇ ଯାଇଛନ୍ତି | ସେପଟେ ଏହି ବିବାଦ କୁ ନେଇ ଅସୀମା ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇ ଥିଲା ହେଲେ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ |