ଆପଣ ଜାଣିଥିବେ ନିଶ୍ଚିତ ମହାବୀର ହନୁମାନ ନିଜର ଭକ୍ତ ପାଇଁ ସର୍ବଦା ତାଙ୍କର କୃପା ବର୍ଷି ଥାନ୍ତି, ଆପଣ ଜାଣିଥିବେ ନିଶ୍ଚିତ ଯେ ମହାବୀର ହନୁମାନଙ୍କ ପ୍ରିୟ ବାର ହେଉଛି ମଙ୍ଗଳବାର ଏହି ଦିନ ଆପଣ ଯଦି ଭକ୍ତି ସହକାରେ ହନୁମାନଙ୍କ ପୂଜା କରିବା ସହିତ ମନର ଦୁଃଖ ଜାଣନ୍ତି ତେବେ ସେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ କରିଥାନ୍ତି| ଆମେ ଆଜି ଆପଣକୁ ମହାବୀର ହନୁମାନଙ୍କ ପ୍ରିୟ ବାରରେ କଣ କଲେ ହନୁମାନ ଆପଣ ଉପରେ ଖୁସି ହେବା ସହିତ ତାଙ୍କର କୃପା ବାର୍ଷିଥାନ୍ତି ସେ ବିଷୟରେ ସମ୍ପୂର୍ଣ କଥା ଜଣେଇବି |ତେବେ ଆସନ୍ତୁ ମଙ୍ଗଳବାର ଦିନ କଣ କରିବା ଉଚିତ ସେ ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆମ ଶାସ୍ତ୍ରରେ ପ୍ରତ୍ୟେକ ଦିନ ଓ ବାରର ମହତ୍ତ୍ୱ କୁହା ଯାଇଅଛି। ସପ୍ତାହର ପ୍ରତ୍ୟେକ ବାରର କିଛି ନା କିଛି ବିଶେଷତ୍ଵ ରହିଥାଏ। ଏଥିପାଇଁ ସପ୍ତାହର ପ୍ରତ୍ୟେକ ବାରର କିଛି ନା କିଛି ନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ପ୍ରାଣୀର ମଙ୍ଗଳ ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ସପ୍ତାହର ଦ୍ୱିତୀୟ ଦିନ ମଙ୍ଗଳବାର ପବନପୁତ୍ର ହନୁମାନଙ୍କର ଅତି ପ୍ରିୟ ହୋଇଥାଏ। ଆଉ ଏହି ମଙ୍ଗଳବାର ଦିନ ଏମିତି କିଛି ନୀତିନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଇଥାଏ।
ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇକରି ତାଙ୍କୁ ସିନ୍ଦୁର ଓ ଫୁଲ ନିଶ୍ଚିତ ଚଢ଼ାନ୍ତୁ। ଏହା ଦ୍ବାରା ହନୁମାନ ନିଶ୍ଚିତ ଭାବେ ପ୍ରସନ୍ନ ହୋଇଥାନ୍ତି। ଏବଂ ଆପଣଙ୍କର ମନର ବାଞ୍ଛା ପୂରଣ କରିଥାନ୍ତି।ମଙ୍ଗଳବାର ଦିନ ହନୁମାନ ଚାଳିଶ ପାଠ କରିବା ସହିତ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣ ସବୁ ପ୍ରକାର ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରହିଥାନ୍ତି। ମଙ୍ଗଳ ବାର ଦିନ ଲାଲି ରଙ୍ଗର ବସ୍ତ୍ର ନିଶ୍ଚିତ ପରିଧାନ କରନ୍ତୁ। ଏବଂ କିଛି ଭଲ କାର୍ଯ୍ୟ କରିବା ପୂର୍ବରୁ ନାଲି ରଙ୍ଗର ବସ୍ତ୍ର ନିଶ୍ଚିତ ପାଖରେ ରଖନ୍ତୁ।
ଆପଣ ଏକ ନାଲି କପଡ଼ାରେ ଫିଟିକିରି ଏବଂ ଦୁଇଟି ଲବଙ୍ଗ ନେଇ ଏକ ନାଲି ସୂତାରେ ବାନ୍ଧି ଦିଅନ୍ତୁ । ଏହାପରେ ଏକ ସୋରିଷ ତେଲରଦୀପ ନିଅନ୍ତୁ ଏବଂ କୌଣସି ବିହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ସେଠାରେ ସେହି ଦୀପକୁ ପୂର୍ବଦିଗକୁ ଜଳାଇ ଦିଅନ୍ତୁ, ତାପରେ ସେଠାରେ 11 ଥର ହନୁମାନ ଚାଲିଷା ପାଠ କରନ୍ତୁ । ଏହାପରେ ସେହି ଲାଲ ପୁଟୁଳିକୁ ହନୁମାନ ମହାରାଜାଙ୍କ ଚରଣରେ ସ୍ପର୍ଶ କରିଦିଅନ୍ତୁ ଏବଂ ତାକୁ ଆଣି ଆପଣ ଙ୍କ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ଦେଖିବେ ଆପଣଙ୍କର ସମସ୍ତ କଷ୍ଟ ସମସ୍ୟା ଜୀବନରୁ ଦୂର ହୋଇଯିବ ।
ହନୁମାନଙ୍କୁ ଗୁଡ଼ ଏବଂ ଚଣାର ପ୍ରସାଦ ମଙ୍ଗଳବାର ଦିନ ନିଶ୍ଚିତ ଚଢାନ୍ତୁ। ଏହା ସହିତ ପାନର ବିଡ଼ା ମଧ୍ୟ ନିଶ୍ଚିତ ଚଢାନ୍ତୁ। ଏହାଦ୍ବାରା ଆପଣଙ୍କୁ ଶାରିରୀକ ବଳ ଏବଂ ବୁଦ୍ଧିର ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳିରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ବିଶେଷ ଭାବେ କରନ୍ତୁ। ଏହାଦ୍ବାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଥାଏ।ମଙ୍ଗଳବାର ଦିନ ଗୋଟିଏ ଓଳି ଖାଇକରି ସ୍ୱାତିକ ଆହାର ଭୋଜନ କରିବା ଦରକାର। ମଙ୍ଗଳବାର ଦିନ ଲାଲି ମସୁର ଡ଼ାଲି ଏବଂ ଗୁଡ଼ର ଦାନ କରିବା ନିହାତି ଦରକାର। ଏହାଦ୍ବାରା ଘରୁ ଦୁଃଖ ଦାରିଦ୍ର୍ୟ କ୍ଲେଶ ସମାପ୍ତ ହୋଇ ଯାଇଥାଏ।