ମୋ ପିଲା ପ୍ରଭୁ ହନୁମାନ ନୁହେଁ ,ତା ଜୀବନ ବିପଦରେ,ସାହାଯ୍ୟ କଲେ ବଞ୍ଚିବ ଝିଅ

ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।

କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖାଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଖୁସି ହୋଇଥାନ୍ତି ଏବଂ ଆଉ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ପ୍ରକାଶ କରିଥାଉ। ଆଉ ସେହିପରି ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି।

 

 

ତେବେ ଆପଣମାନେ ଜାଣିଛନ୍ତି, ଏ ଦୁନିଆରେ ପ୍ରତ୍ୟେକ ବିବାହିତା ଦମ୍ପତି ଚାହିଁଥାନ୍ତି ସନ୍ତାନ ସୁଖ। ଆଉ ସନ୍ତାନ ଟିଏ ଜନ୍ମ ହେଲା ପରେ ବାପା ମା ଙ୍କ ଖୁସି କହିଲେ ନସରେ। ପରିବାର ରେ ଏକ ପ୍ରକାର ଖୁସି ଖେଳିଯାଇଥାଏ। ଆଉ ଯେତେବେଳେ ସେହି ସନ୍ତାନର ଜନ୍ମ ପରେ ଯେତେବେଳେ ଜଣାପଡ଼ିଥାଏ ଯେ ପିଲାଟି କୌଣସି ଏକ ରୋଗରେ ପୀଡିତ ଅଛି।

 

 

ତାହେଲେ ସେତେବେଳେ ବାପା ମା ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି। ତେବେ ସେହିପରି ଏକ ହୃଦୟବିଦାରକ ଘଟଣା ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ। ବାଲେଶ୍ଵର ଜିଲ୍ଲାର ସୋର ବ୍ଲକ୍ ଜଡ଼ିଧା ପଞ୍ଚାୟତ ର ଋଷ ଗାଁ ର ସହଦେବ ସାହୁଙ୍କ ୯ ମାସ ଶିଶୁ କନ୍ୟା ଶ୍ରେୟାସି ଜୀବନ ସହ ଏବେ ସଂଗ୍ରାମ କରୁଛି। ଯେତେବେଳେ ଶିଶୁ କନ୍ୟା ଟି ଜନ୍ମ ହେଲା ସମସ୍ତେ ଖୁସି ଥିଲେ। ତାପରେ ଜନ୍ମର ସାତ ଦିନ ପରେ ଘେରି ଆସିଥିଲା କଳାବାଦଲ।

ସାତ ଦିନ ପରେ ଶିଶୁ କନ୍ୟାଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଲା, ଖାଦ୍ୟ ନେବାରେ ମଧ୍ୟ ଅସୁବିଧା ହେଲା। ଏମିତି ହେବାରେ ପରାବାର ଲୋକେ ବାଲେଶ୍ଵରର ଏକ ଡାକ୍ତରଖାନାକୁ ନେଇଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ର ଏମ୍ସ ହସପିଟାଲ କୁ ନେଇଥିଲେ। ସେଠାରେ ଶିଶୁ କନ୍ୟା ଜଣକ ସିଷ୍ଟିକ୍ ହାଇଗ୍ରୋମା ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ।

ଆଉ ଡାକ୍ତର ଶିଶୁ କନ୍ୟା ର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଉ ପରିବାର ଲୋକଙ୍କ କହିବା ଅନୁସାରେ ଶିଶୁ କନ୍ୟାର ୪ ଥର ଅପରେସନ ସରିଲାଣି କିନ୍ତୁ ପିଲାର ଅବସ୍ଥା ଏବେବି ଗୁରୁତର। ଆଉ ଡାକ୍ତର କହିଛନ୍ତି ୫ଟି ଇଞ୍ଜେକସନ ଲାଗିବ ଯାହାର ଦାମ ୫ ଲକ୍ଷ ଟଙ୍କା। ଆଉ ସପ୍ତାହକୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏ ପର୍ଯ୍ୟନ୍ତ ଯାହାବି ଟଙ୍କା ପଇସା ଥିଲା ସବୁ ଖର୍ଚ୍ଚ ହୋଇ ସାରିଛି। ଆଉ ଏବେ ବାପା ମା ସରକାରଙ୍କୁ କିଛି ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.