Braking News : ସବୁଦିନ ପାଇଁ ଓଡ଼ିଶା ଛାଡ଼ି ଚାଲିଗଲେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଓ ଦୁଇ ପୁଅ।

ଯାଉଛି ପିଣ୍ଟୁ ମୁଁ ଓଡ଼ିଶା ଛାଡ଼ି ସବୁଦିନ ପାଇଁ ଚାଲି ଯାଉଛି ଏଠି ରହିଲେ ମତେ ତୁମ କଥା ବାରମ୍ବାର ମନେ ପଡ଼ିବ ସେଥିପାଇଁ ତମ ଦୁଇ ପୁଅଙ୍କୁ ନେଇ ମୁଁ ଚାଲି ଯାଉଛି | ତୁମ ବଡ଼ ପୁଅ ସାଇ ଓ ତମ ସାନ ପୁଅ ଇସାନ ଏହି ଦୁଇ ଜଣଙ୍କୁ ନେଇ ଏବେ ମୁଁ ହିମାଚଳ ପ୍ରଦେଶ ଚାଲି ଯାଉଛି | ଏଠି ରହିଲେ ତୁମ ସ୍ମୃତି, ତୁମ ରୋଗ କେମିତି ଛଟପଟ ହୋଇ ତୁମେ ଆରପାରିକୁ ଚାଲି ଗଲ ସେ ସବୁ ଜିନିଷ ମୋର ବାରମ୍ବାର ମନେ ପଡ଼ିବ |

ସେଥିପାଇଁ ଦୁଇ ପୁଅକୁ ନେଇ ମୁଁ ସବୁଦିନ ଓଡ଼ିଶା ଛାଡିବାର ନିଷ୍ପତି ନେଇଛି ଆଉ ଏମିତି କିଛି କହି ସିଲପା ଆଜି ସବୁଦିନ ପାଇଁ ଓଡ଼ିଶା କୁ ଛାଡ଼ି ଚାଲି ଯାଇଛନ୍ତି | ସାଥିରେ ତାଙ୍କର ପିଣ୍ଟୁ ନନ୍ଦ ଙ୍କର ଦୁଇ ପୁଅ ଅଛନ୍ତି ସାଇ ଆଉ ସାନ ପୁଅ ଇସାନ |

ଯେବେ ଠାରୁ ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଥିଲା ସେବେ ଠାରୁ ସିଲପା ଆସି ଭୁବନେଶ୍ୱର ରେ ହିଁ ରହି ଥିଲେ | ବେଳେ ବେଳେ ତାଙ୍କୁ ଦେଖନ୍ତି ଆଉ ସେହି ବେଳେ ବେଳେ ତାଙ୍କୁ ସେମିତି ଦୂର ରୁ ହିଁ ଦେଖି ଚାଲି ଯାଆନ୍ତି ଯାହାକି ପିଣ୍ଟୁ ଙ୍କ ସହିତ ତାଙ୍କର ଏଭଳି ଏତେ ଦିନର ସମ୍ପର୍କ କୁ ସେ କେବେ ବି ଭୁଲି ପାରିବେ ନାହିଁ |

ଏମିତି କି ପିଣ୍ଟୁ ଙ୍କର ଅନ୍ତିମ ସତ୍କାର ବେଳେ ସିଲପା ଭୋ ଭୋ ହୋଇ କାନ୍ଦି ଉଠି ଥିଲେ | ବର୍ଷ ବର୍ଷ ଧରି ମନ ଭିତରେ ଚାପି ରଖି ଥିବା ସେହି ଅକୁହା କୋହ ସତେ ଅବା ଯେମିତି ଆଗ୍ନେୟ ଉଦଗୀର ସେହି ଲାଭା ପରି ବାହାରି ଆସିଥିଲା | ଆଉ ଏହାପରେ ପିଣ୍ଟୁ ନନ୍ଦ ଙ୍କର ସାଙ୍ଗ ପରିବାର ସମସ୍ତ ଙ୍କୁ କାହିଁକି ସେ ଏକ ଭଲ ସ୍ତ୍ରୀ ହୋଇ ପାରିଲେ ନାହିଁ ତାର କୈଫତ ଦେଇ ଦେଇ ସିଲପା ଥକି ଯାଇ ଥିଲେ |

ହେଲେ ଆଜି ଏକ ଭଲ ମା ଟିଏ ହେବାର ଶପଥ ନେଇ ସିଲପା ଓରଫ ପିଣ୍ଟୁ ନନ୍ଦ ଙ୍କର ସ୍ତ୍ରୀ ସବୁଦିନ ପାଇଁ ଓଡ଼ିଶା ଛାଡ଼ି ଦେଇଛନ୍ତି | ଆଜି ଭୁବନେଶ୍ୱର ବିମାନ ବନ୍ଦର ରେ ଦୁଇ ପୁଅ ଙ୍କ ସହିତ ସେ ହିମାଚଳ ପ୍ରଦେଶ ବାହାରି ଯାଇ ଥିଲେ ଯାହାକି ସେ ଆଉ ଫେରିବେ ନାହିଁ |

ଏଠି କିଏ ବା ତାଙ୍କର ଆଉ ଅଛି ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଚ୍ଛେଦ ପରେ ତାଙ୍କର ସମ୍ପର୍କ ଏତେ ଟା ଆଉ ଭଲ ନଥିଲା କେବଳ ଯାହା ପିଣ୍ଟୁ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁଁ ସିଲପା ଙ୍କୁ ତାଙ୍କ ପାଖକୁ ନେଇ ଆସିଥିଲା | ଆଉ ଶେଷ ସମୟରେ ବି ସେ ତାଙ୍କ ସ୍ୱାମୀଙ୍କୁ ଦେଖି ପାରି ନଥିଲେ, ତାଠାରୁ ବଡ଼ ଦୁର୍ଭାଗ୍ୟ ଏକ ସ୍ତ୍ରୀ ପାଇଁ କଣ ବା ହୋଇ ପାରେ | ତେବେ ଜୀଵନରେ କେବଳ ସେତିକି ଲକ୍ଷ୍ୟ ଦୁଇ ପୁଅ ଙ୍କୁ କିପରି ଏକ ଭଲ ମଣିଷ କରି ପାରିବେ, ସେହି ଲକ୍ଷ୍ୟ ରେ ଦୁଇ ପୁଅଙ୍କୁ ଧରି ନିଜ କର୍ମସ୍ଥଳୀ ହିମାଚଳ ପ୍ରଦେଶ କି ଫେରି ଯାଇଛନ୍ତି |

Leave A Reply

Your email address will not be published.