ଆମ କଳା ଦୁନିଆ ରେ ଅନେକ କଳାକାର ତ ରହିଛନ୍ତି ଯିଏ କି ଆମର ମନରଞ୍ଜନ କରାଇବା ପାଇଁ ଅଭିନୟ ମାଧ୍ୟମ ରେ ଦର୍ଶକ ମାନଙ୍କର ମନକୁ କିଣି ଥାଆନ୍ତି | ଆଉ ସମସ୍ତ ଙ୍କର ପ୍ରାୟ ନିଜ ନିଜର ଏକ ପ୍ରିୟ କଳାକାର ରହି ଥାଆନ୍ତି ଯାହାଙ୍କର କିଛି ବ୍ୟକ୍ତିଗତ ଜୀଵନ ହେଉ କି କୌଣସି ଭିଡ଼ିଓ ହେଉ ତାହା ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି |
ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ଚୁଲବୁଲି ଅଭିନେତ୍ରୀ ଝିଲ୍ଲୀକ ଭଟରଚାର୍ଯ୍ୟ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ବେଙ୍ଗଲୀ ଅଟନ୍ତି ସତ କିନ୍ତୁ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି ଏବଂ ସେ ଅନେକ ବଡ଼ ବଡ଼ ହିରୋ ଙ୍କ ସହିତ ମଧ୍ୟ କାମ କରିଛନ୍ତି |
ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଅଭିନୟ ଓ ଡ୍ୟାନ୍ସ ସବୁ କୁ ସେ ବେସ ସୁନ୍ଦର ଭାବରେ କରି ଥାଆନ୍ତି | ତେବେ ବିବାହ ପରେ ସେ ଆଉ ଏତେ ଫିଲ୍ମ ଦୁନିଆଁ ରେ ଦେଖିବା ପାଇଁ ମିଳି ନଥିଲେ ବରଂ ଅନେକ ଫିଲ୍ମ ସେ ପ୍ରସ୍ତୁତ କରି ଥିଲେ | ଆଉ ସେ ଓଡ଼ିଆ ଙ୍କୁ ହିଁ ବିବାହ କରି ଥିଲେ ଆଉ ଏବେ ତାଙ୍କର ଦୁଇଟି ସୁନ୍ଦର ଯାଆଁଳା ଝିଅ ମଧ୍ୟ ଅଛନ୍ତି | ତେବେ ଆଜି ହେଉଛି ରାମ ନବମୀ ଆଉ ଏହି ରାମ ନବମୀ ରେ ଝିଲ୍ଲୀକ ଙ୍କର ଏକ ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ପସନ୍ଦ କରିବେ |
ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ସକାଳୁ ସକାଳୁ ଝିଲ୍ଲୀକ ଏକ ମନ୍ଦିର କୁ ଆସି ସେଠାରେ କେତେ ଗୁଡିଏ ମାଙ୍କଡ଼ କୁ କଦଳୀ ଖାଇବା ପାଇଁ ଦେଉଛନ୍ତି ଆଉ ବେସ ଖୁସି ମନରେ ସେ ମାଙ୍କଡ଼ କୁ କଦଳୀ ଖାଇବା ପାଇଁ ଦେଉଛନ୍ତି | ମାଙ୍କଡ଼ ମାନେ ମଧ୍ୟ କଦଳୀ ଖାଇବା ପାଇଁ ଝିଲ୍ଲୀକ ଙ୍କ ହାତରୁ ଡେଇଁ କରି ଛଡ଼ାଇ ଆଣୁଛନ୍ତି ଆଉ ଏହାପରେ ଝିଲ୍ଲୀକ ଙ୍କ କାନ୍ଧରେ ଯାଇ ଏକ ମାଙ୍କଡ଼ ଟି ବସି ପଡ଼ୁଛି ଆଉ ପ୍ରଥମେ ପ୍ରଥମେ ଝିଲ୍ଲୀକ ଖୁବ ଡରି ଯାଉଛନ୍ତି କିନ୍ତୁ ପରେ ଆଉ ଡରୁ ନାହାଁନ୍ତି ବରଂ ବେସ ଖୁସି ଅନୁଭବ କରୁଛନ୍ତି |
ତେବେ ଏହାପରେ ଝିଲ୍ଲୀକ ରାମ ଙ୍କର ପୂଜା ଅର୍ଚନା କରୁ ଥିବାର ଦେଖିବା ପାଇଁ ମିଳିଛି ଏକ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧି ବେସ ଭକ୍ତି ର ସହ ପୂଜା ଅର୍ଚନା କରିଛନ୍ତି | ତେବେ ରାମ ନବମୀ ଉପଲକ୍ଷେ ଏଭଳି ଏକ ସୁନ୍ଦର ଭିଡ଼ିଓ ଦେଖି ଝିଲ୍ଲୀକ ଙ୍କର ଫ୍ୟାନ୍ସ ମଧ୍ୟ ବେସ ଖୁସି ଅନୁଭବ କରିଛନ୍ତି, ଆଉ ବଙ୍ଗାଳୀ ହୋଇ ଓଡ଼ିଆ ର ବୋହୂ ଭାବେ ସବୁ ରୀତିନୀତି କୁ ପାଳନ କରୁ ଥିବାରୁ ଫ୍ୟାନ୍ସ ମାନେ ତାଙ୍କୁ ବେସ ପ୍ରଶଂସା ମଧ୍ୟ କରିଛନ୍ତି |