ଆଜିକାଲି ର ସମୟରେ ପ୍ରାୟ ବ୍ୟକ୍ତି ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ଦେଖିବା ପାଇଁ ମିଳୁଛି ଯାହା ଦ୍ୱାରା ସେମାନେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି | କାରଣ ରୋଗ ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ ଆଉ କୌଣସି ରୋଗ ହେଲେ ମଣିଷ ଦୁର୍ବଳ ହୋଇ ପଡିଥାଏ ଏବଂ କୌଣସି କାର୍ଯ୍ୟ ଠିକ ଭାବରେ କରି ପାରେ ନାହିଁ | ତେବେ ଆଜିକାଲି ର ଆଧୁନିକ ଲାଇଫ ଷ୍ଟାଇଲ ଓ ଭୁଲ ଖାଦ୍ୟପେୟ ଯୋଗୁଁ ଶରୀର ରେ ଅନେକ ସମସ୍ୟା ଦେଖା ଯାଉଛି ଯାହାକି ଅନେକ ସମୟରେ ଲୋକ ମାନଙ୍କର ପେଟ ଜନିତ ସମସ୍ୟା ଦେଖା ଯାଏ |
ତେବେ ଏହି ସବୁ ମଧ୍ୟରୁ ଆପେଣ୍ଡିସାଇଟିସ ଏକ ପ୍ରମୁଖ ସମସ୍ୟା ଅଟେ ଯାହାକି 10 ରୁ 30 ବର୍ଷ ମଧ୍ୟରେ ଥିବା ପିଲା ମାନଙ୍କ ପେଟ ବଥା ଦେଖା ଗଲେ ଆମେ ତାହାକୁ ଆପେଣ୍ଡିସାଇଟିସ ବୋଲି କହିଥାଉ | ଆଉ ଯଦି ଏହି ଆପେଣ୍ଡିକ୍ସ ରେ କୌଣସି ପ୍ରଭାବ ଘଟି ହୁଏ ତେବେ ଏହା ବହୁତ ବଡ଼ ସମସ୍ୟା ହୋଇଥାଏ | ତେବେ ଆଜି ଆମେ ଜାଣିବା କି ଏହି ଆପେଣ୍ଡିସାଇଟିସ କଣ, ଏହାର ଲକ୍ଷଣ ଓ ଏହାର ଚିକିତ୍ସା କଣ ଅଟେ ସେହି ସମ୍ପର୍କ ରେ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠିଙ୍କ ଠାରୁ ଆଲୋଚନା କରିବା |
ଆପେଣ୍ଡିସାଇଟିସ୍ କ’ଣ :-
ଆପେଣ୍ଡିକ୍ସ ଆମ ଶରୀରର ଏକ ଅଙ୍ଗ , ଯାହା ଅନ୍ତନଳୀରେ ରହିଛି ଶରୀରରେ ଏହାର କୌଣସି କାର୍ଯ୍ୟ ନାହିଁ କହିଲେ ଚଳେ | କିନ୍ତୁ ଯଦି ଆପେଣ୍ଡିକ୍ସରେ କୌଣସି ପ୍ରବାହ ଘଟି ସଂକ୍ରମଣ ହୁଏ , ତେବେ ତାହାକୁ ଆପେଣ୍ଡିସାଇଟିସ୍ ବୋଲି କୁହାଯାଏ |
ଆପେଣ୍ଡିସାଇଟିସର ଲକ୍ଷଣ:-
ପେଟ ଯନ୍ତ୍ରଣା ହେବା ସହ ବେଳେ ବେଳେ ପେଟର ଉପରି ଭାଗରେ ଯନ୍ତ୍ରଣା ହୋଇ ପେଟର ଡାହାଣ ଅଂଶ ଓ ତଳି ପେଟରେ ଯନ୍ତ୍ରଣା ଲାଗି ରହେ ଏବଂ ଏହା ସହିତ ଜ୍ଵର ଏବଂ ବାନ୍ତି ମଧ୍ୟ ହୋଇଥାଏ |
ଆପେଣ୍ଡିସାଇଟିସ କାହିଁକି ହୁଏ :-
ତେବେ ଯଦି କୌଣସି କାରଣରୁ ଆପେଣ୍ଡିକ୍ସରେ କଠିନ ମଳ ରହିଯାଏ , ତେବେ ସଂକ୍ରମଣ ହୋଇପାରେ ଏହା ସହିତ ମଞ୍ଜି ଥିବା ଖାଦ୍ୟ ଖାଇବା ପରେ ଯଦି ମଞ୍ଜି ଆପେଣ୍ଡିକ୍ସରେ ରହିଯାଏ ତେବେ ଆପେଣ୍ଡିସାଇଟିସ୍ କରିପାରେ | ଏହା ସହିତ ଦେହର ଅନ୍ୟ କୌଣସି ଅଙ୍ଗରେ ପ୍ରଦାହ ଥିଲେ ବି ଆପେଣ୍ଡିସାଇଟିସ୍ ହୋଇପାରେ ଏବଂ କୋଲୋନ୍ରେ କର୍କଟ ହେଲେ ମଧ୍ୟ ଆପେଣ୍ଡିସାଇଟିସ୍ ହୋଇପାରେ |
ଏହାର ଚି଼ହ୍ନଟ କିପରି କରିବେ :-
ତେବେ 10ରୁ 30 ବର୍ଷ ବୟସରେ ଥିବା ପିଲା ମାନଙ୍କ ଠାରେ ଏହି ରୋଗ ଦେଖାଯାଏ ଏବଂ ଝିଅ ମାନଙ୍କ ଅପେକ୍ଷା ଏହା ପୁଅ ମାନଙ୍କ ଶରୀର ରେ ଅଧିକ ହୋଇଥାଏ | ଜଣେ ବ୍ୟକ୍ତିଙ୍କର ପେଟର କେଉଁ ଭାଗରେ ଯନ୍ତ୍ରଣା ହେଉଛି କିମ୍ବା ଜ୍ବର , ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି , ତେବେ ଆପେଣ୍ଡିସାଇଟିସ୍ ଜାଣିବା ପାଇଁ ରକ୍ତ ପରୀକ୍ଷା , ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ଭଳି ପରୀକ୍ଷା କରିଥାନ୍ତି |
ଆପେଣ୍ଡିସାଇଟିସର ଚିକିତ୍ସା:-
ଆପେଣ୍ଡିସାଇଟିସ୍ ଥିଲେ ରୋଗୀଙ୍କୁ କିଛି ଦିନ ପାଇଁ ଆଣ୍ଟିବାୟୋଟିକ୍ ଦେବାକୁ ପଡ଼ିଥାଏ, କେତେକ କ୍ଷେତ୍ରରେ କେବଳ ଆଣ୍ଟିବାୟୋଟିକ୍ ଦ୍ବାରା ଆପେଣ୍ଡିସାଇଟିସ୍ ଠିକ୍ ହୋଇଯାଏ ନହେଲେ ସର୍ଜରୀ କରି ଆପେଣ୍ଡିକ୍ସକୁ ବାହାର କରି ଦିଆଯାଏ |
ଏହାକୁ ରୋକିବା ପାଇଁ କଣ କରିବେ :-
ତେବେ ଏହାକୁ ରୋକିବା ପାଇଁ ସେମିତି କିଛି ନାହିଁ ବାସ ଆପଣଙ୍କ ଖାଇବା ଉପରେ ଆପଣଙ୍କୁ ଧ୍ୟାନ ଦେବା ପାଇଁ ପଡ଼ିବ ଯେମିତି କି ମଞ୍ଜି ଥିବା ଖାଇବା ରୁ ମଞ୍ଜି କାଢ଼ି ଆପଣ ଖାଇ ପାରିବେ | ଆଉ ଏହାର କିଛି ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ଆଉ ଯଦି ପ୍ରାଥମିକ ଅବସ୍ଥାରେ ଆପେଣ୍ଡିସାଇଟିସ ଥିବ ତେବେ କେବଳ ଆଣ୍ଟିବା୍ୟଟିକ ଦ୍ୱାରା ଏହା ଠିକ ହୋଇଯାଏ |
ଆପେଣ୍ଡିକ୍ସ ସର୍ଜରୀ ପରେ ସାବଧାନତା :-
ସର୍ଜରୀ ପରେ ଆପଣଙ୍କ ପେଟରେ ଯେମିତି ଚାପ ନ ପଡ଼ିବ ସେଥିପ୍ରତି ସତର୍କ ରହିବେ ଅର୍ଥାତ ଭାରୀ ଜିନିଷ ଉଠାଇବେ ନାହିଁ | ଆପେଣ୍ଡିସାଇଟିସ୍ ହେବା ପରେ ଖାଦ୍ୟପେୟ କିଛି ଦିନ ପାଇଁ ବନ୍ଦ ରଖୁବା ଦରକାର କେବଳ ସାଲାଇନ୍ ବା ଗ୍ଲୁକୋଜ ଦିଆଯିବା ଉଚିତ | ସର୍ଜରୀ ର କିଛି ଦିନ ପର୍ଯ୍ୟନ୍ତ ଯାହା ସହଜରେ ହଜମ ହୋଇ ପାରିବ ସେଭଳି ଖାଦ୍ୟ ଦିଅନ୍ତୁ କିଛିଦିନ ପରେ ଆପଣ ନର୍ମାଲ ଡ଼ାଏଟ୍ ନେଇ ପାରିବେ |
ଆପେଣ୍ଡିସାଇଟିସ୍ ହୋଇଥିଲେ କ’ଣ ଖାଇବେ ନାହିଁ :-
କିଛି ମଞ୍ଜି ଥିବା ଖାଦ୍ୟ ଯେପରିକି ତରଭୂଜ ,କମଳା ଭଳି ଫଳଗୁଡ଼ିକର ମଞ୍ଜି ହଜମ ନ ହେଲେ ତାହା ଆପେଣ୍ଡିକ୍ସରେ ରହିଯାଏ ତେଣୁ ଏସବୁ ଖାଦ୍ୟ ବନ୍ଦ କରନ୍ତୁ | ଆଉ ଯଦି ବାରମ୍ବାର ଆପେଣ୍ଡିସାଇଟିସ୍ ହେଉଛି ତେବେ ତନ୍ତୁ ଜାତୀୟ ଖାଦ୍ୟ , ସବୁଜ ପନିପରିବା , ଫଳମୂଳ ସହିତ ପ୍ରଚୁର ପାଣି ପିଇବା ଜରୁରୀ ହୋଇଥାଏ |