ଆଜିର ଏହି ଦୁନିଆରେ ଚଳିବାକୁ ହେଲେ ଅର୍ଥ ଅତ୍ୟନ୍ତ ଜରୁରୀ ଅଟେ ବିନା ଅର୍ଥରେ ଘଟୁ ବାହାରକୁ ବାହାରିବା କଷ୍ଟ ଅଟେ ।ତେବେ ପ୍ରତ୍ୟେକ ଲୋକ ମାନେ ଦିନରାତି ସେହି ଅର୍ଥ ଉପାର୍ଜନ ପଛରେ ଧାଇଁ ବୁଲୁଥିଲେ ବି ତାଙ୍କର ଆବଶ୍ୟକତା ମୁତାବକ ଅର୍ଥ ସେମାନେ ପାଇଁ ପାଇ ପାରନ୍ତି ନାହିଁ ।ଆଜିର ଦୁନିଆରେ ଏମିତି ଖୁବ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ଅର୍ଥର ଅଭାଵ ରହି ନଥାଏ ।କିନ୍ତୁ ଅର୍ଥ ଯେତେ ଉପାର୍ଜନ କଲେ ବି ମଣିଷ ଆହୁରି ଅର୍ଥ ପାଇବା ପାଇଁ କାମ କରିଥାଏ ।
ତେବେ ବହୁତ ସମୟରେ ଲୋକ ମାନେ ଯେତିକି ପରିଶ୍ରମ କରନ୍ତି ସେହି ଅନୁଯାୟୀ ଅର୍ଥ ପାଆନ୍ତି ନାହିଁ ଓ ତାଙ୍କ ପାଖରେ ସବୁବେଳେ ଅଭାବ ଲାଗିରହେ ।ତେବେ ଆଜି ଆପଣଂକୁ ଏମିତି ଏକ ଉପାୟ କହିବୁ ଯାହାକୁ ମାନିଲେ ଆପଣଙ୍କ ପାଖରେ କେବେ ଅର୍ଥର ଅଭାବ ରହିବ ନାହିଁ ।
ତେବେ ସାଧାରଣତଃ ଆପଣ ମାନେ ପ୍ରତ୍ୟେକ ଦିନ ଠାକୁରଙ୍କୁ ପୂଜା କରିଥାନ୍ତି , ଆମ ପୂର୍ବ ପୁରୁଷ ମାନେ ଯଜ୍ଞ ଦ୍ୱାରା ଭଗବାନଙ୍କୁ ଆରଧନା କରୁଥିଲେ । କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ସାଧାରଣତଃ ଠାକୁର ଘରେ ବିଭିନ୍ନ ପ୍ରକାର ମୂର୍ତ୍ତି ଓ ଫୋଟ ରଖି ପୂଜା କରୁଛନ୍ତି । ତେବେ ଆପଣ ମାନେ ଲାଫିଂ ବୁଦ୍ଧଙ୍କ ଫୋଟ ଆଉ ମୂର୍ତ୍ତି ଦେଖି ଥିବେ । କାହିଁକି ନାଁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ସେହି ମୂର୍ତ୍ତି କୁ ଶୁଭ ବୋଲି ମାନିଥାଉ ଓ ତାହା ସହିତ ବିଭିନ୍ନ ସ୍ଥାନରେ ରଖିଥାଉ | ତେବେ ଆଜି ଆମେ ସେହି ଲାଫିଂ ବୁଦ୍ଧ ଙ୍କ ବିଷୟରେ କହିବାକୁ ଯାଉଛି, ତେବେ କେଉଁ ପ୍ରକାରର ଲାଫିଂ ବୃଦ୍ଧ ଙ୍କୁ ଆମେ କେଉଁ ସ୍ଥାନରେ ରଖିଲେ ଆମର ଉନ୍ନତି ହେବ ଆସନ୍ତୁ ସେ ବିଷୟରେ ଜାଣିବା |
1- ହାତରେ ମୋତିର ହାର ଧରିଥିବା ଲାଫିଂ ବୃଦ୍ଧ :-
ତେବେ ଲାଫିଂ ବୁଦ୍ଧ ଙ୍କ ର ହାତରେ ମୋତି ର ହାର ଧରିଥିବା ମୂର୍ତ୍ତି କୁ ଆପଣ ମାନେ ମୁଖ୍ୟ ଦ୍ୱାର ର ସାମ୍ନା ରେ ରଖିବା ର ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ତାହା ସହିତ ଏହି ମୂର୍ତ୍ତି କୁ ଆପଣ ତଳେ ନ ବସାଇ 2-3 ଫୁଟ ଉପରେ ବସେଇବେ | ଆଉ ବାହାରେ ଆସୁଥିବା ଲୋକ ଯେମିତି ସେହି ଫୋଟ କୁ ଦେଖିକି ଘରେ ପ୍ରବେଶ କରିବେ ଏପରି ହେଲେ ଆପଣଙ୍କ ଘରେ ଧନ ଜନିତ ସମସ୍ୟା କେବେବି ଦେଖା ଯିବ ନାହିଁ |
2- ଥଳି ଧରିଥିବା ଲାଫିଂ ବୃଦ୍ଧ ଙ୍କୁ ଆପଣ ମାନେ ଦୋକାନ, ବ୍ୟବସାୟ କରୁଥିବା ସ୍ଥାନ ବା କୌଣସି ଅଫିସ ର ସ୍ଥାନରେ ଲଗାଇବା ପାଇଁ କୁହାଯାଉଛି | ଆଉ ତାହା ସହିତ ଘରର ମୁଖ୍ୟ ଦ୍ୱାର ରେ ମଧ୍ୟ ଲଗାଇ ପାରିବେ |
3-ଆପଣ ଯଦି କୌଣସି କାର୍ଯ୍ୟରେ ସଠିକ ନିର୍ଣ୍ଣୟ ନେଇ ପାରୁ ନାହାନ୍ତି ଆଉ ସବୁ କ୍ଷେତ୍ରରେ ହଇରାଣ ହେଉଛନ୍ତି ତାହେଲେ ଧାତୁ ଧରିଥିବା ଲାଫିଂ ବୃଦ୍ଧ କୁ ବ୍ୟବହାର କରିବେ |
4-ଘରେ ଅଶାନ୍ତି ଓ କଳହ ଲାଗିକି ରହୁଥିଲେ ଓ ଯଦି ଆପଣ ମାନେ କୌଣସି ସମସ୍ୟା ପାଇଁ ଚିନ୍ତିତ ଥାଆନ୍ତି ତାହେଲେ ଧ୍ୟାନ ରେ ବସିଥିବା ଲାଫିଂ ବୃଦ୍ଧ କୁ ବ୍ୟବହାର କରି ପାରିବେ ଘରେ |5- ହାତରେ ପୁଟୁଳି ସହିତ ସନ୍ତାନ ମାନେ ତାଙ୍କ ଉପରେ ବସିଥିବା ଲାଫିଂ ବୃଦ୍ଧ:-ହାତରେ ପୁଟୁଳି ସହିତ ସନ୍ତାନ ମାନେ ତାଙ୍କ ଉପରେ ବସିଥିବା ଲାଫିଂ ବୃଦ୍ଧ ଙ୍କୁ ଆପଣ ମାନେ ଯାହାଙ୍କର ସନ୍ତାନ ହେଉ ନ ଥିବ ସେମାନେ ନିଜର ବେଡ଼ ରେ ଲଗେଇ ପାରିବେ
6- ନାଭ ଉପରେ ବସିଥିବା ଲାଫିଂ ବୃଦ୍ଧ:-ଏହି ମୃତ୍ତି କୁ ଆମେ ମାନେ ଅଫିସ ଟେବୁଲ ଉପରେ ଶୁଭ କାର୍ଯ୍ୟରେ ରଖିଥାଉ |7-ଫଳ ଧରିଥିବା ଲାଫିଂ ବୃଦ୍ଧ:-ଫଳ ଧରିଥିବା ଲାଫିଂ ବୃଦ୍ଧ ଙ୍କୁ ଆମେ ମାନେ କୌଣସି ରୋଗୀ ବିଷୟରେ ଜାଣି ପାରୁ ନ ଥିଲେ ରୋଗ ଭଲ ହେବା ପାଇଁ ରଖିଥାଉ ଘରେ |8-ଡ୍ରଗନ ଉପରେ ବସିଥିବା ଲାଫିଂ ବୃଦ୍ଧ:-ତନ୍ତ୍ର ଓ ଗୁଣି ଗାରିଡି କରିଥିଲେ ନଜର ଦୋଷା ରୁ ମୁକ୍ତି ପାଇଁ ଡ୍ରଗନ ଉପରେ ବସିଥିବା ଲାଫିଂ ବୃଦ୍ଧ କୁ ଘରେ ରଖିଥାଉ |ତେବେ ଏହା ଥିଲା କେଉଁ ଲାଫିଂ ବୁଦ୍ଧ କୁ କେଉଁ ସ୍ଥାନରେ ରଖିବା ସେ ବିଷୟରେ ସମସ୍ତ କଥା
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।